ଭାଇରାଲ ଭିଡ଼ିଓ: ତନାଘନା ପାଇଁ କେନ୍ଦ୍ରାପଡ଼ାରେ କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ଭାଇରାଲ ଭିଡ଼ିଓ ପ୍ରସଙ୍ଗରେ ସ୍ଥିତି ସମୀକ୍ଷା ପାଇଁ କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ  ଆଜି କେନ୍ଦ୍ରାପଡ଼ା ଯାଇଛନ୍ତି। ସେଠାରେ ସେ ସାହି ମୁରବୀମାନଙ୍କ ସହ ଅଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ତାଙ୍କ ଅଧ୍ୟକ୍ଷତାରେ ଶାନ୍ତି କମିଟି ବୈଠକ ବସିବ ବୋଲି ଜଣାପଡ଼ିଛି। ସହରରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଗତକାଲି ସୋସିଆଲ ମିଡ଼ିଆରେ ଆପତ୍ତିଜନକ ଧାର୍ମିକ ପୋଷ୍ଟକୁ ନେଇ କେନ୍ଦ୍ରାପଡ଼ାରେ ଉତ୍ତେଜନା ଦେଖାଦେଇଥିଲା।  ସହରରେ  ଅପରାହ୍ନ ୩ଟା୪୮ ଘଣ୍ଟା […]

kkk

Rakesh Mallick
  • Published: Thursday, 20 April 2017
  • , Updated: 20 April 2017, 08:51 PM IST

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ଭାଇରାଲ ଭିଡ଼ିଓ ପ୍ରସଙ୍ଗରେ ସ୍ଥିତି ସମୀକ୍ଷା ପାଇଁ କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ  ଆଜି କେନ୍ଦ୍ରାପଡ଼ା ଯାଇଛନ୍ତି। ସେଠାରେ ସେ ସାହି ମୁରବୀମାନଙ୍କ ସହ ଅଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ତାଙ୍କ ଅଧ୍ୟକ୍ଷତାରେ ଶାନ୍ତି କମିଟି ବୈଠକ ବସିବ ବୋଲି ଜଣାପଡ଼ିଛି। ସହରରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।

ଗତକାଲି ସୋସିଆଲ ମିଡ଼ିଆରେ ଆପତ୍ତିଜନକ ଧାର୍ମିକ ପୋଷ୍ଟକୁ ନେଇ କେନ୍ଦ୍ରାପଡ଼ାରେ ଉତ୍ତେଜନା ଦେଖାଦେଇଥିଲା।  ସହରରେ  ଅପରାହ୍ନ ୩ଟା୪୮ ଘଣ୍ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ସେବା ବନ୍ଦ କରାଯାଇଥିଲା।

Related story