କଟକ(ଓଡ଼ିଶା ରିପୋର୍ଟର) ଆରମ୍ଭ ହେବ ଓସିଏଲ ଟି-ଟ୍ୱେଣ୍ଟି କ୍ରିକେଟ ଟୁର୍ଣ୍ଣାମେଣ୍ଟ। ଡିସେମ୍ବର ୧୪ରୁ OCL ଟି-ଟ୍ୱେଣ୍ଟି ଆରମ୍ଭ ଲାଗି OCA ପକ୍ଷରୁ ଯୋଜନା କରାଯାଇଛି। TCM ସହଯୋଗରେ OCA ଆୟୋଜନ କରିବ ଏହି ଟୁର୍ଣ୍ଣାମେଣ୍ଟ। ଓଡ଼ିଶା କ୍ରିକେଟ ଆସୋସିଏସନ୍ ସଂପାଦକ ସଂଜୟ ବେହେରା ଏହି ସୂଚନା ଦେଇଛନ୍ତି। ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ନେଇ OCA ବୈଠକରେ ନିଷ୍ପତ୍ତି ହୋଇଛି।
୬ଟି ଟିମ୍ରେ ୮୪ ଖେଳାଳିଙ୍କୁ ନେଇ ଖେଳାଯିବ OCL ଟି-ଟ୍ୱେଣ୍ଟି। OCL ଟି-ଟ୍ୱେଣ୍ଟି ଲାଗି ଖେଳାଳି ଚୟନ ପ୍ରକ୍ରିୟା ଡିସେମ୍ବର ୫ରୁ ଆରମ୍ଭ ହେବ। ଡିସେମ୍ବର ୫ରୁ ୧୬୮ ଖେଳାଳିଙ୍କୁ ନେଇ ଆରମ୍ଭ ହେବ ଟ୍ରାଏଲ୍ ମ୍ୟାଚ୍। ଟ୍ରାଏଲ୍ ମ୍ୟାଚ୍ ଲାଗି ଭିଜିଅନ୍ ୨୦୨୪ ଓ ବିସିସିଆଇ ମ୍ୟାଚରୁ ବଛାଯିବେ ଖେଳାଳି। ଟ୍ରାଏଲ୍ ମ୍ୟାଚ୍ରୁ OCL ଟି-ଟ୍ୱେଣ୍ଟି ପାଇଁ ବଛାଯିବ ୮୪ ଜଣ ଖେଳାଳି। ସରକାରଙ୍କ ଅନୁମତି ମିଳିଲେ କୋଭିଡ୍ ଗାଇଡ୍ ଲାଇନ୍ରେ ହେବ ଏହି ଟୁର୍ଣ୍ଣାମେଣ୍ଟ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ହଂସିକାଙ୍କ ଠକେଇ ସିଣ୍ଡିକେଟ୍ : ଅନୀଲଙ୍କ ମାଲିକାନାରେ ସିରାଜୁଦ୍ଦିନ ପରିବାରର ୨ କମ୍ପାନୀ, ଖୋଲିବ କି ବିଜେଡି ଲିଙ୍କ୍
୨ଟି କମ୍ପାନୀ ରାଜ୍ୟର ପରିଚିତ ଖଣି ବ୍ୟବସାୟୀ ସିରାଜୁଦ୍ଦିନ ପରିବାରର, ଆଉ ଗୋଟିଏ ରିଏଲ ଇଷ୍ଟେଟ୍ କମ୍ପାନୀକୁ ନିଜର ଅନ୍ୟ ଦୁଇଜଣ ଭାଇ ଅସିତ୍ ଓ ଅଜିତଙ୍କ ସହ ମିଶି ୨୦୨୩ ଜୁନ୍ ମାସରେ ତିଆରି କରିଛନ୍ତି ଅନୀଲ ।
Miscellaneous
‘ଆଜିର ସମାଜରେ ପିଲାମାନେ ବାପା, ମାଆଙ୍କୁ ବୋଝ ବୋଲି ଭାବୁଛନ୍ତି’
ବିଦ୍ୟାଳୟର ପ୍ରଧାନଶିକ୍ଷକ ବୀରେନ୍ଦ୍ର କୁମାର ସେଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରାଚୀତନୟା ଗିରି ଯୋଗଦେଇ ଶିକ୍ଷାର୍ଥୀଙ୍କ ଚରିତ୍ର ଗଠନରେ ମାଆମାନଙ୍କ ସଂସ୍କାର ଜରୁରୀ ବୋଲି କହିଥିଲେ।
Politics
ଖୋଲିବ ଠକ ଯୋଡ଼ି ହଂସିକା ଓ ଅନୀଲଙ୍କ ରାଜନୀତି ଲିଙ୍କ?
ଚିତାକଟା ଯୋଡ଼ି ହଂସିକା ଅଭିଲିପ୍ସା ଓ ଅନୀଲ ମହାନ୍ତି ମିଛିମିଛିକା ଅନେକ ପ୍ରଭାବଶାଳୀଙ୍କୁ ନିଜର ସମ୍ପର୍କୀୟ ଦର୍ଶାଇ ଓଡ଼ିଶା-ଛତିଶଗଡ଼-ଝାଡ଼ଖଣ୍ଡରେ ବିସ୍ତାର କରିଥିଲେ ନିଜର ଠକ ସାମ୍ରାଜ୍ୟ।