ଝଙ୍କଡ଼ ଶାରଳା ମନ୍ଦିରରେ ଅଘଟଣ

ଜଗତସିଂହପୁର (ଓଡ଼ିଶା ରିପୋର୍ଟର): ଜଗତସିଂହପୁର ଜିଲ୍ଲାର ଝଙ୍କଡ଼ସ୍ଥିତ ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳାଙ୍କ ମନ୍ଦିରରେ ଅଘଟଣ ଘଟିଛି। ଶାରଳାଙ୍କ ସିଂହାସନ ଉପରେ ଆବାହମାନ କାଳରୁ ପୂଜା ପାଇ ଆସୁଥିବା ତିନି ବିଗ୍ରହଙ୍କ ମଧ୍ୟରୁ ମା’ ଙ୍କ କୋଡ଼ ପ୍ରତିମା ଶୂଳୀ ଦୁର୍ଗାଙ୍କ ହାତରେ ଥିବା ତ୍ରିଶୂଳ ଭାଙ୍ଗି ଯାଇଛି। ଏହା ଜଣାପଡ଼ିବା ପରେ ପରିଚ୍ଛା ସେବକ ଓ ବଡପଣ୍ଡା ପ୍ରମୁଖ ମନ୍ଦିର ପ୍ରଶାସନକୁ ଲିଖିତ ଭାବେ ଅବଗତ କରାଇଛନ୍ତି। ଏପରି  ଏକ ସମ୍ବେଦନଶୀଳ ଘଟଣାର ତଦନ୍ତ କରି […]

jjj

Tapaswini Nayak
  • Published: Friday, 24 April 2020
  • , Updated: 24 April 2020, 02:03 PM IST

ଜଗତସିଂହପୁର (ଓଡ଼ିଶା ରିପୋର୍ଟର): ଜଗତସିଂହପୁର ଜିଲ୍ଲାର ଝଙ୍କଡ଼ସ୍ଥିତ ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳାଙ୍କ ମନ୍ଦିରରେ ଅଘଟଣ ଘଟିଛି। ଶାରଳାଙ୍କ ସିଂହାସନ ଉପରେ ଆବାହମାନ କାଳରୁ ପୂଜା ପାଇ ଆସୁଥିବା ତିନି ବିଗ୍ରହଙ୍କ ମଧ୍ୟରୁ ମା’ ଙ୍କ କୋଡ଼ ପ୍ରତିମା ଶୂଳୀ ଦୁର୍ଗାଙ୍କ ହାତରେ ଥିବା ତ୍ରିଶୂଳ ଭାଙ୍ଗି ଯାଇଛି।

ଏହା ଜଣାପଡ଼ିବା ପରେ ପରିଚ୍ଛା ସେବକ ଓ ବଡପଣ୍ଡା ପ୍ରମୁଖ ମନ୍ଦିର ପ୍ରଶାସନକୁ ଲିଖିତ ଭାବେ ଅବଗତ କରାଇଛନ୍ତି। ଏପରି  ଏକ ସମ୍ବେଦନଶୀଳ ଘଟଣାର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରଛନ୍ତି ।

ଏହି ଘଟଣାର  ତଦନ୍ତ  କରାଯିବ ବୋଲି  ମା’ ଶାରଳାଙ୍କ ମନ୍ଦିରର ଟ୍ରଷ୍ଟି ତଥା ଜିଲ୍ଲାପାଳ କହିଛନ୍ତି। ଏଭଳି ପରିସ୍ଥିତିରେ ଆଗକୁ କ’ଣ ପଦକ୍ଷେପ ନିଆଯିବ, ସେଥିପାଇଁ ପୁରୀ ମୁକ୍ତିମଣ୍ଡପର ପରାମର୍ଶକୁ ଅପେକ୍ଷା କରାଯାଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

Related story