ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଆଜି ରିଲିଜ ହୋଇଛି ବଲିଉଡ ଫିଲ୍ମ “ଜଜ୍ମେଣ୍ଟାଲ ହୈ କ୍ୟା”। ଏହି ଫିଲ୍ମରେ କଙ୍ଗନା ରଣାୱତ୍, ରାଜ କୁମାର ରାଓ ଏବଂ ଜିମି ସେରଗିଲଙ୍କ ଭଳି ଲୋକପ୍ରିୟ କଳାକାର ଅଭିନୟ କରିଛନ୍ତି।
ଏହି ଫିଲ୍ମରେ ଅଭିନୟ କରିବା ପାଇଁ ସୁଯୋଗ ପାଇଛନ୍ତି ଜଣେ ଓଡ଼ିଆ ଯୁବକ। ଯୁବକ ଜଣକ ବଲାଙ୍ଗିର ରାଧାରାଣୀ ପଡ଼ାର ଦେବତୋଷ ଦର୍ଜୀ। ସେ ଫିଲ୍ମରେ ‘ହନୁମାନ’ ଏବଂ ମେଣ୍ଟାଲ ହସପିଟାଲର ‘ୱାର୍ଡ ବୟ’ ପରି ଦୁଇଟି ଚରିତ୍ରରେ ଦେବତୋଷ ଅଭିନୟ କରିଛନ୍ତି। ଦେବତୋଷ ୧୧ ବର୍ଷ ଧରି ମୁମ୍ବାଇର ପୃଥିବୀ ଥିଏଟରରେ ଜଣେ ମଞ୍ଚ କଳାକାର ଭାବେ କାମ କରୁଛନ୍ତି।
୨୦୧୬ ମସିହାରେ ମସ୍କୋ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ଆୱାର୍ଡ ପାଇଥିବା ଶର୍ଟ ଫିଲ୍ମ 'ସର୍କସ'ରେ ଦେବତୋଷ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।
୨୦୧୪ ମସିହାରେ ‘ସୁପର ସେ ଉପର’ ବଲିଉଡ ଫିଲ୍ମରେ ଏକ ଛୋଟ ଭୂମିକାରେ ଦେବତୋଷଙ୍କୁ ପ୍ରଥମର ଥର ପାଇଁ ଅଭିନୟ କରିବାର ସୁଯୋଗ ମିଲିଥିଲା। ‘ଜଜମେଣ୍ଟାଲ ହେ କ୍ୟା’ ହେଉଛି ଦେବତୋଷଙ୍କ ଦ୍ୱିତୀୟ ଫିଲ୍ମ।
ଏହି ଖବର ଜାଣିବା ପରେ ବଲାଙ୍ଗିର ସହରରେ ଖୁସିର ମାହୋଲ ଦେଖିବାକୁ ମିଳିଛି। ଦେବତୋଷଙ୍କ ସାଙ୍ଗମାନେ ଏଥିରେ ବେଶି ଖୁସି ଅଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।