ମୁମ୍ବାଇ ଅଗ୍ନିକାଣ୍ଡରେ ଜଣେ ଓଡ଼ିଆ ଯୁବକ ମୃତ

ଭୁବନେଶ୍ୱର/ମୁମ୍ବାଇ (ଓଡ଼ିଶା ରିପୋର୍ଟର): ଗତକାଲି ବିଳମ୍ବିତ ରାତିରେ ମୁମ୍ବାଇର କମଲା ମିଲ୍ସ କମ୍ପାଉଣ୍ଡରେ ଘଟିଥିବା ଅଗ୍ନିକାଣ୍ଡରେ ୧୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ମଧ୍ୟରେ ଜଣେ ଓଡ଼ିଆ ଯୁବକ ମଧ୍ୟ ଅଛନ୍ତି। ତାଙ୍କ ନାଁ ସର୍ବଜିତ ପରିଡ଼ା। ତାଙ୍କ ଘର ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ୍ ବଡ଼ପାଟପୁର ଗାଁରେ। ଏନେଇ ତାଙ୍କ ପରିବାର ଲୋକଙ୍କୁ ଖବର ଦିଆ ସରିଛି। ଶବବ୍ୟବଚ୍ଛେଦ ପରେ ତାଙ୍କ ମୃତଦେହକୁ ମୁମ୍ବାଇର ଏକ ଡାକ୍ତରଖାନାରେ ରଖାଯାଇଛି। ଅନ୍ୟ ୧୩ଟି ମୃତଦେହକୁ ସେମାନଙ୍କ […]

mumbaifire

Rakesh Mallick
  • Published: Friday, 29 December 2017
  • , Updated: 29 December 2017, 01:10 PM IST

ଭୁବନେଶ୍ୱର/ମୁମ୍ବାଇ (ଓଡ଼ିଶା ରିପୋର୍ଟର): ଗତକାଲି ବିଳମ୍ବିତ ରାତିରେ ମୁମ୍ବାଇର କମଲା ମିଲ୍ସ କମ୍ପାଉଣ୍ଡରେ ଘଟିଥିବା ଅଗ୍ନିକାଣ୍ଡରେ ୧୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ମଧ୍ୟରେ ଜଣେ ଓଡ଼ିଆ ଯୁବକ ମଧ୍ୟ ଅଛନ୍ତି। ତାଙ୍କ ନାଁ ସର୍ବଜିତ ପରିଡ଼ା। ତାଙ୍କ ଘର ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ୍ ବଡ଼ପାଟପୁର ଗାଁରେ। ଏନେଇ ତାଙ୍କ ପରିବାର ଲୋକଙ୍କୁ ଖବର ଦିଆ ସରିଛି। ଶବବ୍ୟବଚ୍ଛେଦ ପରେ ତାଙ୍କ ମୃତଦେହକୁ ମୁମ୍ବାଇର ଏକ ଡାକ୍ତରଖାନାରେ ରଖାଯାଇଛି। ଅନ୍ୟ ୧୩ଟି ମୃତଦେହକୁ ସେମାନଙ୍କ ପରିବାର ଲୋକେ ନେଇ ସାରିଥିବା ବେଳେ କେବଳ ସର୍ବଜିତଙ୍କ ମୃତଦେହ ସେଠାରେ ଅଛି।
ଗୁରୁବାର ରାତି ପ୍ରାୟ ସାଢ଼େ ୧୨ଟାରେ ଏହି ଅଗ୍ନିକାଣ୍ଡ ଘଟିଥିଲା। କମଲା ମିଲ୍ସ କମ୍ପାଉଣ୍ଡରେ ଥିବା ମୋଜୋ ବିଷ୍ଟ୍ରୋ ରେଷ୍ଟୁରାଣ୍ଟରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଏହି ହୋଟେଲ୍‌ରେ ସର୍ବଜିତ କାମ କରୁଥିଲେ। ସେ ଗତ ୬ ମାସ ହେଲା ଏହି ହୋଟେଲ୍‌ରେ କାମ କରୁଥିଲେ ବୋଲି ତାଙ୍କର କିଛି ସହକର୍ମୀ ସୂଚନା ଦେଇଛନ୍ତି।

ସର୍ବଜିତଙ୍କ ମୃତ୍ୟୁ ଖବର ପାଇବା ପରେ ତାଙ୍କ ଗାଁ ବଡ଼ପାଟପୁରରେ ଶୋକାକୂଳ ବାତାବରଣ ସୃଷ୍ଟି ହୋଇଛି।
ଏହି ଅଗ୍ନିକାଣ୍ଡରେ ୧୫ରୁ ଅଧିକ ଆହତ ମଧ୍ୟ ହୋଇଛନ୍ତି।

Related story