ଝାଡ଼ଖଣ୍ଡରୁ ଅପହୃତ ଓଡ଼ିଆ ବ୍ୟବସାୟୀ ବିହାରରୁ ଉଦ୍ଧାର

ଭୁବନେଶ୍ୱର: ଝାଡ଼ଖଣ୍ଡରେ ଅପହୃତ ଓଡ଼ିଆ ବ୍ୟବସାୟୀ ମାନସ ରଞ୍ଜନ ଦାସଙ୍କୁ ବିହାରରୁ ଉଦ୍ଧାର କରାଯାଇଛି। ତାଙ୍କୁ ଝାଡ଼ଖଣ୍ଡର ଗିରିଡ଼ିହି ଥାନାରେ ରଖି ପୋଲିସ୍ ପଚରାଉଚରା କରୁଛି। ପେସାରେ ପଶୁଡାକ୍ତର ତଥା କୁକୁଡା ଖାଦ୍ୟ ବ୍ୟବସାୟୀ ମାନସଙ୍କୁ ଅଗଷ୍ଟ ୨୩ ତାରିଖରେ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ବିହାରରୁ କୋଲକତା ଅଭିମୁଖେ ଆସୁଥିବା ବେଳେ ଗିରିଡିହି ଜିଲ୍ଲା ଡୁମୁରି ଅଞ୍ଚଳରେ ତାଙ୍କୁ ଅପହରଣ କରାଯାଇଥିଲା। ଅପହରଣ ପଛରେ ଏକ ଗ୍ୟାଙ୍ଗର ହାତ ଥିବା ପୋଲିସ୍‌ ସନ୍ଦେହ କରୁଥିଲା। ଗତ […]

nn

Rakesh Mallick
  • Published: Wednesday, 04 October 2017
  • , Updated: 04 October 2017, 05:34 AM IST

ଭୁବନେଶ୍ୱର: ଝାଡ଼ଖଣ୍ଡରେ ଅପହୃତ ଓଡ଼ିଆ ବ୍ୟବସାୟୀ ମାନସ ରଞ୍ଜନ ଦାସଙ୍କୁ ବିହାରରୁ ଉଦ୍ଧାର କରାଯାଇଛି। ତାଙ୍କୁ ଝାଡ଼ଖଣ୍ଡର ଗିରିଡ଼ିହି ଥାନାରେ ରଖି ପୋଲିସ୍ ପଚରାଉଚରା କରୁଛି।

ପେସାରେ ପଶୁଡାକ୍ତର ତଥା କୁକୁଡା ଖାଦ୍ୟ ବ୍ୟବସାୟୀ ମାନସଙ୍କୁ ଅଗଷ୍ଟ ୨୩ ତାରିଖରେ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ବିହାରରୁ କୋଲକତା ଅଭିମୁଖେ ଆସୁଥିବା ବେଳେ ଗିରିଡିହି ଜିଲ୍ଲା ଡୁମୁରି ଅଞ୍ଚଳରେ ତାଙ୍କୁ ଅପହରଣ କରାଯାଇଥିଲା। ଅପହରଣ ପଛରେ ଏକ ଗ୍ୟାଙ୍ଗର ହାତ ଥିବା ପୋଲିସ୍‌ ସନ୍ଦେହ କରୁଥିଲା। ଗତ ୪୦ ଦିନ ଧରି ମାନସଙ୍କୁ ଝାଡ଼ଖଣ୍ଡ ପୋଲିସ୍‌ ଟ୍ରାକ କରୁଥିଲା। ଶେଷରେ ଗତକାଲି ପୋଲିସକୁ ସଫଳତା ମିଳିଲା।

ବଟି ଆଦାୟ ପାଇଁ ତାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହେବା ପରେ ବିହାର, ଝାଡ଼ଖଣ୍ଡ ଓ ଓଡ଼ିଶା ପୋଲିସ୍‌ ତାଙ୍କୁ ଖୋଜୁଥିଲା।

Related story