ଅର୍ଚ୍ଚିତା ଓ ଆକାଶଙ୍କୁ ହେଲା ‘ଜଷ୍ଟ ମୋହବତ୍’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବହୁଦିନ ଧରି ଓଲିଉଡର ଚୁଲବୁଲି ହିରୋଇନ୍ ଅର୍ଚ୍ଚିତା ସ୍କ୍ରିନରୁ ଗାଏବ ଥିଲେ। ସେହିପରି ଷ୍ଟାଇଲିଷ୍ଟ ହିରୋ ଆକାଶଙ୍କର ବି କିଛି ସିଜିନ୍ ଧରି ଫିଲ୍ମ କିଛି ଆସି ନଥିଲା। ଏବେ ଏ ଦୁହିଁଙ୍କୁ ମିଶେଇ ଏକ ଫିଲ୍ମ ଆସିଛି ଓଡ଼ିଆ ଦର୍ଶକଙ୍କ ପାଖକୁ। ଗତକାଲି ଅର୍ଥାତ ଗଣେଶ ପୂଜା ଅବସରରେ ରିଲିଜ୍ ହୋଇଛି ଏହି ଅର୍ଚ୍ଚିତା ଓ ଆକାଶଙ୍କ ଅଭିନୀତ ଫିଲ୍ମ ‘ଜଷ୍ଟ ମୋହବତ୍’।

ଏହି ଫେଷ୍ଟିଭ୍ ଅକେଜନରେ ଅର୍ଚ୍ଚିତା ଓ ଆକାଶଙ୍କ ଅଭିନୟର କମାଲ ଦେଖିବେ ଦର୍ଶକ। ପ୍ରଥମ ଦିନରେ ଫିଲ୍ମଟିର ରେସପନ୍ସ ଭଲ ଥିଲା ବୋଲି କୁହାଯାଉଛି। ଏମିତି ବି ଆକାଶ ଓ ଅର୍ଚ୍ଚିତା ଟିକିଏ ଅନ୍ ୟୁଜୁଆଲ୍ ଯୋଡ଼ି ବୋଲି କହିଲେ ଅତ୍ୟକ୍ତି ହେବନାହିଁ। ଅବଶ୍ୟ ଏକାଟି ଦୁହିଁଙ୍କର ଏହା ତୃତୀୟ ଫିଲ୍ମ। ଫାଷ୍ଟ ଲୁକରେ ଦର୍ଶକ ଏମାନଙ୍କୁ ପସନ୍ଦ କରିଛନ୍ତି। ଫିଲ୍ମଟି ବି ଭିନ୍ନ ଧରଣର। ଏହାର ଗୀତଗୁଡ଼ିକ ଦର୍ଶକଙ୍କୁ ପସନ୍ଦ ଆସିଛି। ଫିଲ୍ମଟିର ନିର୍ଦ୍ଦେଶନା କେ.ମୂରଲୀଧରନ୍ ଦେଇଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ୍ ମଜୁମଦାର। ଲଭ୍ ରୋମାନ୍ସ ସହ ଇମୋସନାଲ୍ ତଡ଼କା ଲାଗିଛି ଏହି ଚଳଚ୍ଚିତ୍ରରେ।