ମନରେ ଓଡ଼ିଶା, ହେଲେ ପଢିବାକୁ ବାଧ୍ୟ ହେଉଛନ୍ତି ବଙ୍ଗଳା

Ordigital Desk
  • Published: Sunday, 01 April 2018
  • , Updated: 01 April 2018, 08:23 PM IST
<p>ମନରେ ଓଡ଼ିଶା, ହେଲେ ପଢିବାକୁ ବାଧ୍ୟ ହେଉଛନ୍ତି ବଙ୍ଗଳା</p> <p>ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ଲାଗି ପଦକ୍ଷେପ ନେଉଛନ୍ତି। ହେଲେ ଏହା କ&rsquo;ଣ ରାଜ୍ୟର ସବୁ ଅଞ୍ଚଳରେ କାର୍ଯ୍ୟକାରୀ ହେଉଛି। ବିଶେଷ କରି ସୀମାନ୍ତ ଇଲାକା ଓ ବିଚ୍ଛିନାଞ୍ଚଳର ଲୋକେ କେତେଦୂର ନିଜର କରିପାରୁଛନ୍ତି ନିଜ ମାତୃଭାଷାକୁ। ରାଜ୍ୟର ଏମିତି ବହୁ ସୀମାନ୍ତ ଅଞ୍ଚଳ ରହିଛି, ଯେଉଁଠି ଆଜି ବି ଅବହେଳିତ ଅବସ୍ଥାରେ ରହିଛି ଓଡିଆ ଭାଷା। ସରକାରଙ୍କ ପ୍ରୋତ୍ସାହନ ଓ ଆନ୍ତରିକତା ଅଭାବରୁ ଅନ୍ୟ ରାଜ୍ୟର ଭାଷା କହୁଛନ୍ତି ଓ ପଢୁଛନ୍ତି। ମନରେ ରହିଛି ଓଡ଼ିଶା ଓ ଓଡ଼ିଆ ହେଲେ ପଢ଼ିବାକୁ ବାଧ୍ୟ ହେଉଛନ୍ତି ବଙ୍ଗଳା। ଓଡ଼ିଶା ରିପୋର୍ଟର ପକ୍ଷରୁ ଉତ୍କଳ ଦିବସ ଅବସରରେ ବାଲେଶ୍ୱର ଜିଲ୍ଲା ସୀମାନ୍ତ ଓଡ଼ିଶାର ଏହି ଚିତ୍ରକୁ ନେଇ ବିଶେଷ ଉପସ୍ଥାପନା।</p> <p>ବାଲେଶ୍ୱର ସୀମାନ୍ତ ପଶ୍ଚିମବଙ୍ଗ ଦାନ୍ତୁନ ବ୍ଲକର ଭେଟିଆ ଓ ସୋଲପଟା ଭଳି ବିଚ୍ଛିନ୍ନାଞ୍ଚଳରେ ରହୁଥିବା ଓଡ଼ିଆଙ୍କ ଏଭଳି ସ୍ଥିତି। ମନ ଓଡିଆ ରହିଛି। ହେଲେ ପଢ଼ିବାକୁ ବାଧ୍ୟ ହେଉଛନ୍ତି ବଙ୍ଗଳା। ଓଡ଼ିଆ ହୋଇଥିବାରୁ ନିଜ ଭାଷା ପ୍ରତି ଦୁର୍ବଳତା ରହିବା ସ୍ୱାଭାବିକ। ତେବେ ବିଡମ୍ବନା, ଇଚ୍ଛା ଥାଇ ବି ଏମାନଙ୍କ ପାଖରେ ଓଡ଼ିଆ ପଢ଼ିବାର ଯୋଗ ନାହିଁ। ଏଥିପାଇଁ ଓଡ଼ିଶା ସରକାରଙ୍କ ଆନ୍ତରିକତା ଅଭାବକୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକେ। ଉତ୍କଳ ସମ୍ମିଳନୀ ପକ୍ଷରୁ ବିଚ୍ଛିନ୍ନାଞ୍ଚଳ ଗାଁ ଗୁଡ଼ିକରେ ଓଡ଼ିଆ ଚାଟଶାଳୀ ଖୋଲାଯାଇଛି। କିନ୍ତୁ ଏଠି ପିଲାଙ୍କ ଉପସ୍ଥାନ ଅତ୍ୟନ୍ତ ନୈରାଶଜନକ। କାରଣ ଛାତ୍ରଛାତ୍ରୀଙ୍କୁ ଏଠି ଠିକ୍ ସମୟରେ ବହି ମିଳୁନି। ଅନ୍ୟପକ୍ଷରେ ପଶ୍ଚିମବଙ୍ଗ ସରକାର ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେଉଥିବାରୁ ଲୋକେ ବାଂଲା ପଢ଼ିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି।</p> <p>୧୯୩୬ରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ପାଇଲା ଭୌଗୋଳିକ ସୀମା ଦୃଷ୍ଟିରୁ ପଶ୍ଚିମ ମେଦିନୀପୁର ଓଡ଼ିଶାରୁ ଅଲଗା ହୋଇ ପଡ଼ୋଶୀ ପଶ୍ଚିମବଙ୍ଗ ସହିତ ମିଶିଥିଲା ଏହି ସମୟର ଓଡ଼ିଶାର ଅନେକ ଗାଁ ବିଚ୍ଛିନ୍ନ ହୋଇ ରହି ଯାଇଥିଲା। ତେବେ ଏସବୁ ଗାଁର ଲୋକେ ଏବେ ବି ଓଡ଼ିଆ ଭାଷା ଓ ସଂସ୍କୃତିକୁ ଭୁଲିନାହାନ୍ତି। ସେମାନଙ୍କ ନିକଟରେ ବଙ୍ଗଳା କହିବା ଓ ପଢିବା ବ୍ୟତୀତ ବିକଳ୍ପ ନାହିଁ।</p>

Related story