ଓଡ଼ିଆ ଭାଷାକୁ ବଡ଼ ଝଟକା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ମହାମାରୀର ପ୍ରଭାବ ପିଲାମାନଙ୍କ ପାଠ୍ୟକ୍ରମ ଉପରେ ମଧ୍ୟ ପକାଇଛି। ଏଭଳି ସଙ୍କଟପୂର୍ଣ୍ଣ ସମୟରେ ପିଲାମାନଙ୍କ ସ୍କୁଲ ଯିବା ଉପରେ କଟକଣା ଲଗାଯାଇଛି। ତେଣୁ ପିଲାମାନଙ୍କର ପାଠପଢ଼ା ଯେପରି ଅଧିକ ପ୍ରଭାବିତ ନହେବ, ସେଥିପାଇଁ ଅନଲାଇନ୍ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି। କୋଭିଡ୍ ସମୟରେ ଓଡ଼ିଶା ସମେତ ସାରା ଦେଶରେ ଅନଲାଇନ ଶିକ୍ଷାର ବହୁଳ ପ୍ରସାର ହୋଇଛି। ଦେଶର ସମସ୍ତ ଛାତ୍ରଛାତ୍ରୀ ଏବେ ଅନଲାଇନ୍ ଶିକ୍ଷା ଉପରେ ନିର୍ଭର କରୁଛନ୍ତି। ବିଶେଷ କରି […]

aicte

Ranjit Kumar Jena
  • Published: Friday, 11 June 2021
  • , Updated: 11 June 2021, 05:51 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ମହାମାରୀର ପ୍ରଭାବ ପିଲାମାନଙ୍କ ପାଠ୍ୟକ୍ରମ ଉପରେ ମଧ୍ୟ ପକାଇଛି। ଏଭଳି ସଙ୍କଟପୂର୍ଣ୍ଣ ସମୟରେ ପିଲାମାନଙ୍କ ସ୍କୁଲ ଯିବା ଉପରେ କଟକଣା ଲଗାଯାଇଛି। ତେଣୁ ପିଲାମାନଙ୍କର ପାଠପଢ଼ା ଯେପରି ଅଧିକ ପ୍ରଭାବିତ ନହେବ, ସେଥିପାଇଁ ଅନଲାଇନ୍ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି।

କୋଭିଡ୍ ସମୟରେ ଓଡ଼ିଶା ସମେତ ସାରା ଦେଶରେ ଅନଲାଇନ ଶିକ୍ଷାର ବହୁଳ ପ୍ରସାର ହୋଇଛି। ଦେଶର ସମସ୍ତ ଛାତ୍ରଛାତ୍ରୀ ଏବେ ଅନଲାଇନ୍ ଶିକ୍ଷା ଉପରେ ନିର୍ଭର କରୁଛନ୍ତି। ବିଶେଷ କରି ବୈଷୟିକ ଶିକ୍ଷା ପରି ପାଠ୍ୟକ୍ରମ କେନ୍ଦ୍ର ସରକାରଙ୍କ ଶିକ୍ଷା ବିଭାଗର ଜାତୀୟ ପ୍ଲାଟଫର୍ମରେ ପଢ଼ାଯାଉଛି।

ଗତବର୍ଷ ନିଷ୍ପତ୍ତି ହୋଇଥିଲା ଯେ ୧୦ଟି ଆଞ୍ଚଳିକ ଭାଷାରେ ସମସ୍ତ ବିଷୟକୁ ଅନୁବାଦ କରି ପଢ଼ାଯିବ। ହେଲେ AICTE ଚଳିତଥର ଓଡ଼ିଆ ଭାଷାକୁ ଏଥିରୁ ବାଦ୍ ଦେଇଛି। ଏହା ପରିତାପର ବିଷୟ ଏହାର ପୁନର୍ବିଚାର ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ଚିଠି ଲେଖିବେ ବୋଲି କହିଛନ୍ତି ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ତୁଷାରକାନ୍ତି ବେହେରା।

କୋଭିଡ୍ ସମୟରେ ଅନଲାଇନ୍ ଶିକ୍ଷାକୁ ବ୍ୟାପକ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ସେ ଦିଗରେ IT ବିଭାଗ କାମ କରୁଛି। ଆଗାମୀ ଦିନରେ ରାଜ୍ୟର ସମସ୍ତ ଅଞ୍ଚଳରେ ଇଣ୍ଟରନେଟ୍ ସେବାକୁ ବ୍ୟାପକ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେବେ ବୋଲି ମନ୍ତ୍ରୀ କହିଛନ୍ତି।

Related story