ମୁମ୍ୱାଇରେ ବି ବିରୋଧ

ମୁମ୍ୱାଇ(ଓଡ଼ିଶା ରିପୋର୍ଟର): ମୁମ୍ୱାଇରେ କୁନ୍ଦୁଲି ତାତି ଦେଖିବାକୁ ମିଳିଛି। ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ୱାଇ.ବି. ଚୌହ୍ୱାନ ଅଡିଟୋରିୟମ ସାମ୍ନାରେ ପ୍ରବାସୀ ଓଡ଼ିଆମାନେ ନାରାବାଜି କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ୧୫ରୁ ଊର୍ଦ୍ଧ୍ୱ ପ୍ରବାସୀ ଓଡ଼ିଆଙ୍କୁ ଉଠାଇ ନେଇଥିବା ଅଭିଯୋଗ ହୋଇଛି। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଜୀବନୀ ସଂପର୍କିତ ଫଟୋ ପୁସ୍ତକ ‘ଦି ଟଲ୍ ମ୍ୟାନ୍-ବିଜୁ ପଟ୍ଟନାୟକ’ ଉନ୍ମୋଚନ ଉତ୍ସବ ଆଜି ମୁମ୍ୱାଇର ୱାଇ.ବି. ଚୌହ୍ୱାନ ଅଡିଟୋରିୟମରେ ହୋଇଥିଲା। ଏଥିରେ […]

odia protest in mumbai

Rakesh Mallick
  • Published: Saturday, 03 February 2018
  • , Updated: 03 February 2018, 08:26 PM IST

ମୁମ୍ୱାଇ(ଓଡ଼ିଶା ରିପୋର୍ଟର): ମୁମ୍ୱାଇରେ କୁନ୍ଦୁଲି ତାତି ଦେଖିବାକୁ ମିଳିଛି। ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ୱାଇ.ବି. ଚୌହ୍ୱାନ ଅଡିଟୋରିୟମ ସାମ୍ନାରେ ପ୍ରବାସୀ ଓଡ଼ିଆମାନେ ନାରାବାଜି କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ୧୫ରୁ ଊର୍ଦ୍ଧ୍ୱ ପ୍ରବାସୀ ଓଡ଼ିଆଙ୍କୁ ଉଠାଇ ନେଇଥିବା ଅଭିଯୋଗ ହୋଇଛି।

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଜୀବନୀ ସଂପର୍କିତ ଫଟୋ ପୁସ୍ତକ ‘ଦି ଟଲ୍ ମ୍ୟାନ୍-ବିଜୁ ପଟ୍ଟନାୟକ’ ଉନ୍ମୋଚନ ଉତ୍ସବ ଆଜି ମୁମ୍ୱାଇର ୱାଇ.ବି. ଚୌହ୍ୱାନ ଅଡିଟୋରିୟମରେ ହୋଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ  ପୁସ୍ତକର ଲେଖକ ସୁନ୍ଦର ଗଣେଶନ, ସମୀକ୍ଷକ ସୁବ୍ରତ ବାଗଚି, ବିଶିଷ୍ଟ ବଂଶୀବାଦକ ହରିପ୍ରସାଦ ଚୌରାସିଅା,  ରମାକାନ୍ତ ପଣ୍ଡା, ମୁମ୍ବାଇର ପୂର୍ବତନ ପୋଲିସ କମିଶନର ଅରୂପ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ। ତେବେ କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ପ୍ରବାସୀ ଓଡ଼ିଆମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

Related story