ପାକିସ୍ତାନକୁ ଦେଶର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇ ଓଡ଼ିଆ ଯବାନ ଗିରଫ

ଜୟପୁର: ଓଡ଼ିଆ ଯବାନ ବିଚିତ୍ର ବେହେରା ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇକୁ ଦେଶର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇ ଗିରଫ ହୋଇଛନ୍ତି। ରାଜସ୍ଥାନର ଜୟପୁର ରେଲଓ୍ୱେ ଷ୍ଟେସନରୁ ମଙ୍ଗଳବାର ବିଚିତ୍ରଙ୍କୁ ପୁଲିସ ଅଟକ ରଖିଥିଲା। ଏହାପରେ ଗତକାଲି ଦେଶର ତଥ୍ୟ ଚୋରି ଲିକ୍ କରିବା ମାମଲାରେ ତାଙ୍କୁ ପୁଲିସ୍ ଗିରଫ କରିଛି। ଅନ୍ୟ ଜଣେ ଯବାନ ମଧ୍ୟ ଏହି ମାମଲାରେ ସାମିଲ୍ ଥିବା ଜଣାପଡ଼ଛି। ହେଲେ ତାଙ୍କ ବିରୋଧରେ ପ୍ରମାଣ ମିଳିନଥିବାରୁ ଗିରଫ କରାଯାଇନଥିବା ସୂଚନା ରହିଛି। ସୋଶାଲ […]

SOLDIER(3)

Subhransu Sekhar
  • Published: Thursday, 07 November 2019
  • , Updated: 07 November 2019, 06:05 PM IST

ଜୟପୁର: ଓଡ଼ିଆ ଯବାନ ବିଚିତ୍ର ବେହେରା ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇକୁ ଦେଶର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇ ଗିରଫ ହୋଇଛନ୍ତି। ରାଜସ୍ଥାନର ଜୟପୁର ରେଲଓ୍ୱେ ଷ୍ଟେସନରୁ ମଙ୍ଗଳବାର ବିଚିତ୍ରଙ୍କୁ ପୁଲିସ ଅଟକ ରଖିଥିଲା। ଏହାପରେ ଗତକାଲି ଦେଶର ତଥ୍ୟ ଚୋରି ଲିକ୍ କରିବା ମାମଲାରେ ତାଙ୍କୁ ପୁଲିସ୍ ଗିରଫ କରିଛି। ଅନ୍ୟ ଜଣେ ଯବାନ ମଧ୍ୟ ଏହି ମାମଲାରେ ସାମିଲ୍ ଥିବା ଜଣାପଡ଼ଛି। ହେଲେ ତାଙ୍କ ବିରୋଧରେ ପ୍ରମାଣ ମିଳିନଥିବାରୁ ଗିରଫ କରାଯାଇନଥିବା ସୂଚନା ରହିଛି।

ସୋଶାଲ ମିଡିଆ ମାଧ୍ୟମରେ ବିଚିତ୍ର ପାକିସ୍ତାନ ଆଇଏସଆଇର ଜଣେ ମହିଳା ଏଜେଣ୍ଟକୁ ଦେଶର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛନ୍ତି। ଏଥିପାଇଁ ବିଚିତ୍ର କିଛି ଟଙ୍କା ମଧ୍ୟ ପାଇଥିବା ଜଣାପଡ଼ିଛି।

ରାଜସ୍ଥାନ ଡିଜିପି ଉମେଶ ମିଶ୍ର କହିଛନ୍ତି, ପାକିସ୍ତାନର ଆଇଏସଆଇ ଏଜେଣ୍ଟ ଜଣଙ୍କ ବିଚିତ୍ରଙ୍କ ସହ ସୋଶାଲ ମିଡିଆରେ ପ୍ରଥମେ ବନ୍ଧୁତ୍ୱ ବଢ଼ାଇଥିଲେ। ଏହାପରେ ସୋଶାଲ ମିଡିଆ ଜରିଆରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମାଗିଥିଲେ। ଯାହାର ଉତ୍ତର ବିଚିତ୍ର ହ୍ୱାଟସଆପରେ ଏକ ଭିଡିଓ କ୍ଲିପ ଜରିଆରେ ଦେଇଥିଲେ ବୋଲି ସେ କହିଛନ୍ତି।

୨ ବର୍ଷ ହେବ ବିଚିତ୍ର ପାକିସ୍ତାନର ଏହି ମହିଳା ଏଜେଣ୍ଟଙ୍କ ସହ ଯୋଗାଯୋଗରେ ଥିଲେ। ସିନ୍ଧୁ ସୁଦର୍ଶନ ପ୍ରକଳ୍ପ ବାବଦରେ ବିଚିତ୍ର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଥିବା ଜଣାପଡ଼ିଛି। ପୋଖରାନରେ ବିଚିତ୍ରଙ୍କୁ ନିଯୁକ୍ତି ମିଳିଥିଲା। ଏବେ ତାଙ୍କୁ କୋର୍ଟରେ ହାଜର କରାଯାଇ ରିମାଣ୍ଡରେ ଅଣାଯିବ ବୋଲି ଜଣାପଡ଼ିଛି।

ବିଚିତ୍ର ବେହେରାଙ୍କ ଘର ଓଡ଼ିଶାର କେଉଁ ଜିଲ୍ଲାରେ ତାହା ଏବେ ଅସ୍ପଷ୍ଟ ରହିଛି।

Related story