ସୁକମାରେ ସହିଦ ଯବାନଙ୍କୁ ଆଜି ଦିଆଯିବ ତୋପ ସଲାମୀ

ରାୟପୁର: ଛତିଶଗଡ଼ ସୁକମା କିସ୍ତାରାମ ଅଞ୍ଚଳରେ ମାଓ ହମଲାରେ ସହିଦ ହୋଇଥିବା ଯବାନଙ୍କୁ ଆଜି ଦିଆଯିବ ତୋପ ସଲାମୀ। ୯ଜଣ ଯବାନଙ୍କୁ ସୁକମାରେ ଆଜି ସକାଳ ୯ଟା ବେଳେ ତୋପ ସଲାମୀ ଦିଆଯିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରରେ ଗୃହ ରାଷ୍ଟ୍ରମନ୍ତ୍ରୀ ହଂସରାଜ ଅହିର ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଗତକାଲି ମାଓବାଦୀଙ୍କ ଆକ୍ରମଣରେ ସହିଦ ୯ଯବାନଙ୍କ ମଧ୍ୟରେ ଓଡ଼ିଶାର ଜଣେ ଯବାନ ମନୋରଞ୍ଜନ ଲେଙ୍କା ଅଛନ୍ତି। ସୁକମାରେ ତୋପ ସଲାମୀ ପରେ ଆଜି ମନୋରଞ୍ଜନଙ୍କ ମରଶରୀର ଓଡ଼ିଶା ଆସିବ। ମନୋରଞ୍ଜନଙ୍କ ପାର୍ଥିବ ଶରୀରକୁ ଆଜି ଅପରାହ୍ନରେ ରାୟପୁରରୁ ବିମାନ ଯୋଗେ ଭୁବନେଶ୍ୱର ଅଣାଯିବ। ସହିଦଙ୍କ ପୈତୃକ ଗାଁ ପୁରୀ ଜିଲ୍ଲା ବ୍ରହ୍ମଗିରି ରେବଣା ନୂଆ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ସହିଦ ମନୋରଞ୍ଜନ ବାପାଙ୍କ ଶ୍ରାଦ୍ଧ କାର୍ଯ୍ୟରେ ଯୋଗ ଦେବାକୁ ଗାଁକୁ ଛୁଟିରେ ଆସି ଗତ ରବିବାର ଛତିଶଗଡ଼ ଫେରିଯାଇଥିଲେ। ଏହାପରେ ଗତକାଲି ଡ୍ୟୁଟିରେ ଯୋଗ ଦେଇଥିବା ବେଳେ ମାଟି ମା’ ପାଇଁ ସହିଦ୍ ହୋଇଯାଇଥିଲେ।

ଗତକାଲି ଛତିଶଗଡ଼ ସୁକମାରେ ସୁରକ୍ଷାକର୍ମୀଙ୍କ ଉପରେ ମାଓବାଦୀ ପ୍ରାଣଘାତୀ ଆକ୍ରମଣ କରିଥିଲେ। ଲାଲବାହିନୀର ଭୟଙ୍କର ଆଇଇଡି ବିସ୍ଫୋରଣରେ ସିଆରପିଏଫର ଏକ MINE PROTECTED VEHICHLE  ଧ୍ୱଂସ ହୋଇଯାଇଥିଲା।

Ordigital Desk
• Published: Wednesday, 14 March 2018
• Updated: 14 March 2018, 08:14 AM IST

Sports

Latest News

ରାୟପୁର: ଛତିଶଗଡ଼ ସୁକମା କିସ୍ତାରାମ ଅଞ୍ଚଳରେ ମାଓ ହମଲାରେ ସହିଦ ହୋଇଥିବା ଯବାନଙ୍କୁ ଆଜି ଦିଆଯିବ ତୋପ ସଲାମୀ। ୯ଜଣ ଯବାନଙ୍କୁ ସୁକମାରେ ଆଜି ସକାଳ ୯ଟା ବେଳେ ତୋପ ସଲାମୀ ଦିଆଯିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରରେ ଗୃହ ରାଷ୍ଟ୍ରମନ୍ତ୍ରୀ ହଂସରାଜ ଅହିର ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଗତକାଲି ମାଓବାଦୀଙ୍କ ଆକ୍ରମଣରେ ସହିଦ ୯ଯବାନଙ୍କ ମଧ୍ୟରେ ଓଡ଼ିଶାର ଜଣେ ଯବାନ ମନୋରଞ୍ଜନ ଲେଙ୍କା ଅଛନ୍ତି। ସୁକମାରେ ତୋପ ସଲାମୀ ପରେ ଆଜି ମନୋରଞ୍ଜନଙ୍କ ମରଶରୀର ଓଡ଼ିଶା ଆସିବ। ମନୋରଞ୍ଜନଙ୍କ ପାର୍ଥିବ ଶରୀରକୁ ଆଜି ଅପରାହ୍ନରେ ରାୟପୁରରୁ ବିମାନ ଯୋଗେ ଭୁବନେଶ୍ୱର ଅଣାଯିବ। ସହିଦଙ୍କ ପୈତୃକ ଗାଁ ପୁରୀ ଜିଲ୍ଲା ବ୍ରହ୍ମଗିରି ରେବଣା ନୂଆ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ସହିଦ ମନୋରଞ୍ଜନ ବାପାଙ୍କ ଶ୍ରାଦ୍ଧ କାର୍ଯ୍ୟରେ ଯୋଗ ଦେବାକୁ ଗାଁକୁ ଛୁଟିରେ ଆସି ଗତ ରବିବାର ଛତିଶଗଡ଼ ଫେରିଯାଇଥିଲେ। ଏହାପରେ ଗତକାଲି ଡ୍ୟୁଟିରେ ଯୋଗ ଦେଇଥିବା ବେଳେ ମାଟି ମା’ ପାଇଁ ସହିଦ୍ ହୋଇଯାଇଥିଲେ।

ଗତକାଲି ଛତିଶଗଡ଼ ସୁକମାରେ ସୁରକ୍ଷାକର୍ମୀଙ୍କ ଉପରେ ମାଓବାଦୀ ପ୍ରାଣଘାତୀ ଆକ୍ରମଣ କରିଥିଲେ। ଲାଲବାହିନୀର ଭୟଙ୍କର ଆଇଇଡି ବିସ୍ଫୋରଣରେ ସିଆରପିଏଫର ଏକ MINE PROTECTED VEHICHLE  ଧ୍ୱଂସ ହୋଇଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos