ଦିଲ୍ଲୀ ଏମ୍ସରୁ ନିଖୋଜ ଓଡ଼ିଆ ମହିଳା ମିଳିଲେ

ନୂଆଦିଲ୍ଲୀ: ଦିଲ୍ଲୀ ସ୍ଥିତ ଏମ୍ସରୁ ନିଖୋଜ ହୋଇଥିବା ଜଣେ ଓଡ଼ିଆ ମହିଳାଙ୍କୁ ସଫଦରଗଞ୍ଜ ପାର୍କରୁ ଉଦ୍ଧାର କରାଯାଇଛି। ତାଙ୍କ ନାଁ ରଶ୍ମିରେଖା ଆଚାର୍ଯ୍ୟ। ତାଙ୍କୁ ଅପହରଣ କରାଯାଇଥିବା ନେଇ ତାଙ୍କ ସ୍ୱାମୀ ଦିଲ୍ଲୀର ହଜ୍‌ଖାସ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଠାବ କରି ସୂଚନା ଦେଇଥିଲେ। ରଶ୍ମିରେଖାଙ୍କ ଘର କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ। କିଛି ଡାକ୍ତରୀ ପରୀକ୍ଷା ପାଇଁ ଗତକାଲି ରଶ୍ମିରେଖା ତାଙ୍କ ସ୍ୱାମୀଙ୍କୁ  ଏମ୍ସ ଆଣିଥିଲେ।  ରଶ୍ମିରେଖାଙ୍କୁ ବାହାରେ ବସାଇ […]

aiims

Rakesh Mallick
  • Published: Wednesday, 11 January 2017
  • , Updated: 11 January 2017, 12:16 PM IST

ନୂଆଦିଲ୍ଲୀ: ଦିଲ୍ଲୀ ସ୍ଥିତ ଏମ୍ସରୁ ନିଖୋଜ ହୋଇଥିବା ଜଣେ ଓଡ଼ିଆ ମହିଳାଙ୍କୁ ସଫଦରଗଞ୍ଜ ପାର୍କରୁ ଉଦ୍ଧାର କରାଯାଇଛି। ତାଙ୍କ ନାଁ ରଶ୍ମିରେଖା ଆଚାର୍ଯ୍ୟ। ତାଙ୍କୁ ଅପହରଣ କରାଯାଇଥିବା ନେଇ ତାଙ୍କ ସ୍ୱାମୀ ଦିଲ୍ଲୀର ହଜ୍‌ଖାସ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଠାବ କରି ସୂଚନା ଦେଇଥିଲେ।

ରଶ୍ମିରେଖାଙ୍କ ଘର କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ।

କିଛି ଡାକ୍ତରୀ ପରୀକ୍ଷା ପାଇଁ ଗତକାଲି ରଶ୍ମିରେଖା ତାଙ୍କ ସ୍ୱାମୀଙ୍କୁ  ଏମ୍ସ ଆଣିଥିଲେ।  ରଶ୍ମିରେଖାଙ୍କୁ ବାହାରେ ବସାଇ ଡାକ୍ତରଙ୍କ ଚାମ୍ବରକୁ ଯାଇଥିଲେ ତାଙ୍କ ସ୍ୱାମୀ। ତେବେ ଫେରିବା ବେଳକୁ ସେଠାରେ ତାଙ୍କ ସ୍ତ୍ରୀଙ୍କୁ ପାଇ ନ ଥିଲେ। ଖୋଜାଖୋଜି କରିବା ପରେ ନ ପାଇବାରୁ ସେ ଥାନାରେ ଅଭିଯୋଗ କରିଥିଲେ।

Related story