ଆରୋଗ୍ୟ ହେଲେ ୪୦୧ କରୋନା ଆକ୍ରାନ୍ତ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ ‘କରୋନା’ରୁ ଆରୋଗ୍ୟ ହେଲେ ୪୦୧ ଆକ୍ରାନ୍ତ। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୭୪୦୭ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି। 15 from Khurdha 14 from Bargarh 14 from Bhadrak 12 from Balasore 10 from Keonjhar 10 from Malkangiri 9 from Jagatsinghpur 7 each from Jharsuguda & Mayurbhanj 6 from […]

corona-updates

Manoranjan Sial
  • Published: Thursday, 09 July 2020
  • , Updated: 09 July 2020, 06:48 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ ‘କରୋନା’ରୁ ଆରୋଗ୍ୟ ହେଲେ ୪୦୧ ଆକ୍ରାନ୍ତ। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୭୪୦୭ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି।

https://twitter.com/HFWOdisha/status/1281200833892192263?s=20

ଆଜି ସୁସ୍ଥ ହୋଇଥିବା ୪୦୧ ଜଣଙ୍କ ଭିତରେ ସର୍ବାଧିକ ଗଞ୍ଜାମ ଜିଲ୍ଲାରେ ୧୦୦ ଜଣ ଅଛନ୍ତି। ଏହାଛଡ଼ା ଗଜପତିରୁ ୬୭, କଟକରୁ ୪୨, ଯାଜପୁରରୁ ୩୨, ଦେବଗଡ଼ରୁ ୧୯, କୋରାପୁଟରୁ ୧୮, ଖୋର୍ଦ୍ଧାରୁ ୧୫, ବରଗଡ଼ରୁ ୧୪, ଭଦ୍ରକରୁ ୧୪, ବାଲେଶ୍ୱରରୁ ୧୨, କେନ୍ଦୁଝରରୁ ୧୦, ମାଲକାନଗିରିରୁ ୧୦, ଜଗତସିଂହପୁରରୁ ୯; ଝାରସୁଗୁଡ଼ାରୁ ୭, ମୟୂରଭଞ୍ଜରୁ ୭, କନ୍ଧମାଳରୁ ୬, ନବରଙ୍ଗପୁରରୁ ୪, କେନ୍ଦ୍ରାପଡ଼ାରୁ ୩ ଓ ଢେଙ୍କାନାଳରୁ ୨ ଜଣ ସୁସ୍ଥ ହୋଇଛନ୍ତି।

ଆଜି ସୁଦ୍ଧା ରାଜ୍ୟରେ ୧୧୨୦୧ ଜଣ ‘କରୋନା’ରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୫୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭୪୦୭ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୩୭୯୪ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଏହାଛଡ଼ା ୧୫ଜଣ ‘କରୋନା’ରୁ ଆରୋଗ୍ୟ ହୋଇ ଅନ୍ୟ ରୋଗରେ ମୃତ୍ୟୁ ବରଣ କରିଛନ୍ତି।

Related story