ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ରାଜ୍ୟରେ ରେକର୍ଡ ସଂଖ୍ୟକ ୧୧୧୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କୁ ମିଶାଇ ଆଜି ପର୍ଯ୍ୟନ୍ତ ୨୩୦୭୩ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ଟ୍ୱିଟ୍‌ କରିଛି। 15 from Malkangiri 12 from Nabarangpur 11 from Kendrapara5 each from Angul & Koraput 4 from Baragarh 3 from Sonepur 1 from Jharsuguda — H & FW Dept […]

corona-3.1

Manoranjan Sial
  • Published: Monday, 03 August 2020
  • , Updated: 03 August 2020, 07:40 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ରାଜ୍ୟରେ ରେକର୍ଡ ସଂଖ୍ୟକ ୧୧୧୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କୁ ମିଶାଇ ଆଜି ପର୍ଯ୍ୟନ୍ତ ୨୩୦୭୩ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ଟ୍ୱିଟ୍‌ କରିଛି।

https://twitter.com/HFWOdisha/status/1290281921096818697?s=20

ଆଜି ଆରୋଗ୍ୟ ହୋଇଥିବା କରୋନା ଆକ୍ରାନ୍ତ ଭିତରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୫୪ ଜଣ ଅଛନ୍ତି। ସେହିପରି ଖୋର୍ଦ୍ଧାରୁ ୯୭, ଗଜପତିରୁ ୮୩, ଯାଜପୁରରୁ ୭୦, କେନ୍ଦୁଝରରୁ ୫୭, କଟକରୁ ୫୦, ବୌଦ୍ଧରୁ ୪୦, ନୟାଗଡ଼ରୁ ୩୭, ରାୟଗଡ଼ାରୁ ୩୫, ପୁରୀରୁ ୩୧, ବାଲେଶ୍ୱରରୁ ୩୦, ମୟୂରଭଞ୍ଜରୁ ୨୯, ଭଦ୍ରକରୁ ୨୮, ଜଗତସିଂହପୁରରୁ ୨୭, ଢେଙ୍କାନାଳରୁ ୨୪, ସୁନ୍ଦରଗଡ଼ରୁ ୨୨, କନ୍ଧମାଳରୁ ୧୭, ବଲାଙ୍ଗିରିରୁ ୧୬, ସମ୍ୱଲପୁରରୁ ୧୬, ମାଲକାନଗିରିରୁ ୧୫, ନବରଙ୍ଗପୁରରୁ ୧୨, କେନ୍ଦ୍ରାପଡ଼ାରୁ ୧୧, ଅନୁଗୋଳରୁ ୫, କୋରାପୁଟରୁ ୫, ବରଗଡ଼ରୁ ୪, ସୋନପୁରରୁ ୩ ଓ ଝାରସୁଗୁଡ଼ାରୁ ଜଣେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଆଜି ରାଜ୍ୟରେ ୩୬୨୯୭ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୨୦୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୧୧୯ ଜଣ ଆରୋଗ୍ୟ ହୋଇ ଫେରିଛନ୍ତି। ୩୧ ଜଣ କରୋନାରୁ ଆରୋଗ୍ୟ ହୋଇ ଅନ୍ୟ ରୋଗରେ ପ୍ରାଣ ହରାଇଛନ୍ତି।

 

Related story