୮ରେ ଓଡ଼ିଶା କୃଷି କନ୍‌କ୍ଲେଭ, ଯୋଗଦେବେ ପ୍ରମୁଖ କମ୍ପାନୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାର ଚାଷୀମାନଙ୍କ ଆୟ ହ୍ରାସ ପାଉଥିବା ନେଇ ସର୍ଭେ ରିପୋର୍ଟ ଆସିବା ପରେ ରାଜ୍ୟ ସରକାର ଚାଷୀମାନଙ୍କ ଆୟ ବୃଦ୍ଧି ପାଇଁ ଆସନ୍ତା ୮ତାରିଖରେ ଏକ କୃଷି କନ୍‌କ୍ଲେଭ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି କୃଷି କନକ୍ଲେଭରେ ମତ୍ସ୍ୟ ଓ ପଶୁସମ୍ପଦ, କୃଷି, ଉଦ୍ୟାନକୃଷି, ଏମଏସଏଇ କ୍ଷେତ୍ର ସହ ଜଡ଼ିତ ଦେଶର ନାମୀନାମୀ କମ୍ପାନୀଗୁଡ଼ିକୁ ଆମନ୍ତ୍ରଣ କରାଯିବ ବୋଲି ଜଣାପଡ଼ିଛି। ଡାବର ,ପତଞ୍ଜଳି , ବ୍ରିଟାନିଆ, ହର୍ଲିକ୍ସ ଭଳି କମ୍ପାନୀଗୁଡ଼ିକୁ ଏହି […]

odisha secretariat

Ordigital Desk
  • Published: Monday, 27 September 2021
  • , Updated: 27 September 2021, 09:30 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାର ଚାଷୀମାନଙ୍କ ଆୟ ହ୍ରାସ ପାଉଥିବା ନେଇ ସର୍ଭେ ରିପୋର୍ଟ ଆସିବା ପରେ ରାଜ୍ୟ ସରକାର ଚାଷୀମାନଙ୍କ ଆୟ ବୃଦ୍ଧି ପାଇଁ ଆସନ୍ତା ୮ତାରିଖରେ ଏକ କୃଷି କନ୍‌କ୍ଲେଭ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି କୃଷି କନକ୍ଲେଭରେ ମତ୍ସ୍ୟ ଓ ପଶୁସମ୍ପଦ, କୃଷି, ଉଦ୍ୟାନକୃଷି, ଏମଏସଏଇ କ୍ଷେତ୍ର ସହ ଜଡ଼ିତ ଦେଶର ନାମୀନାମୀ କମ୍ପାନୀଗୁଡ଼ିକୁ ଆମନ୍ତ୍ରଣ କରାଯିବ ବୋଲି ଜଣାପଡ଼ିଛି। ଡାବର ,ପତଞ୍ଜଳି , ବ୍ରିଟାନିଆ, ହର୍ଲିକ୍ସ ଭଳି କମ୍ପାନୀଗୁଡ଼ିକୁ ଏହି କାର୍ଯ୍ୟକ୍ରମକୁ ଆମନ୍ତ୍ରଣ କରିବା ପାଇଁ ନିଷ୍ପତ୍ତି ହୋଇଛି।

କୃଷି କ୍ଷେତ୍ରରେ ଅଧିକ ସମ୍ଭାବନା ସୃଷ୍ଟି ସହିତ କୃଷି ଉତ୍ପାଦଗୁଡ଼ିକୁ ମୂଲ୍ୟଯୁକ୍ତ କରି ଚାଷୀଙ୍କ ଆୟ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏହି କନକ୍ଲେଭ ଆୟୋଜନ କରାଯିବ । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ୍ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଏହି କନକ୍ଲେଭକୁ ଆୟୋଜନ ପାଇଁ ନୋଡାଲ୍ ବିଭାଗ ଭାବେ କୃଷି ବିଭାଗ ଦାୟିତ୍ୱ ତୁଲାଇବ । ଦେଶର ବିଭିନ୍ନ ପ୍ରଦେଶରୁ ଆସୁଥିବା କମ୍ପାନୀଗୁଡ଼ିକୁ ଏହି କନକ୍ଲେଭରେ ଯୋଗ ଦେବା ପାଇଁ ଅନଲାଇନରେ ପଞ୍ଜିକରଣ କରିବାକୁ ପଡ଼ିବ । ଚିହ୍ନଟ କୃଷି କମ୍ପାନୀଗୁଡ଼ିକୁ ଆମନ୍ତ୍ରଣ କରିବା ଦାୟିତ୍ୱ ଖାଦ୍ୟଯୋଗାଣ ଓ ସମବାୟ ବିଭାଗର ସଚିବଙ୍କ ଉପରେ ନ୍ୟସ୍ତ ହୋଇଛି । ଗୋଖାଦ୍ୟ ଉତ୍ପାଦନକାରୀ ସଂସ୍ଥାଗୁଡ଼ିକ ରାଜ୍ୟରେ ତାଙ୍କର ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନ କରିବା ଏବଂ ସି-ଫୁଡ଼୍ କର୍ପୋରେସନ ସହ ଯୋଗାଯୋଗ କରିପାରିବେ । ଓଡ଼ିଶାର ସ୍ୱତନ୍ତ୍ର କିସମର ଚିନାବାଦାମ ଓ କଳାମୁଖକୁ ବ୍ରାଣ୍ଡିଂ କରିବାକୁ ନିଷ୍ପତ୍ତି ହୋଇଛି ।

ରାଜ୍ୟରେ କୃଷି କ୍ଷେତ୍ରରେ ପୁଞ୍ଜିନିବେଶ କରିବାକୁ ଆଗ୍ରହୀ ଥିବା କମ୍ପାନୀଗୁଡ଼ିକୁ ଇନଭେଷ୍ଟ ଓଡ଼ିଶା ଓ ଏମଏସଏମଇ କାର୍ଯ୍ୟକ୍ରମରେ ଆବଶ୍ୟକ ପ୍ରୋତ୍ସାହନ ମଧ୍ୟ ଯୋଗାଇ ଦିଆଯିବ ।
ଏହି ପ୍ରସ୍ତୁତି ବୈଠକରେ ବିଭିନ୍ନ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ ।

Related story