ଫମ୍ଫା ବାହାଦୁରି: ୧୦ ଗରିବ ରାଜ୍ୟରେ ଏବେବି ଓଡ଼ିଶା; ବିହାର ଓ ଝାଡ଼ଖଣ୍ଡଠୁ ବି ପଛରେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ ଏକ ଦଶନ୍ଧି ଧରି ଓଡ଼ିଶାର ଆର୍ଥିକ ଅଭିବୃଦ୍ଧି ଜାତୀୟ ହାର ତୁଳନାରେ ଅଧିକ, ଦ୍ରୁତ ଗରିବ ହ୍ରାସ କରିବାରେ ଓଡ଼ିଶା ସବୁଠୁ ଆଗରେ ଆଦିର ବାହାସ୍ଫୋଟ ମାରି ବିକାଶର ଗୋଲାପୀ ଚିତ୍ର ଦେଉଥିବା ବିଜେଡି ସରକାରର ଅସଲ ମୁଖା ଖୋଲିଯାଇଛି । ଦୀର୍ଘ ୨୨ବର୍ଷ ଧରି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟରେ ସ୍ଥିର ସରକାର ଥିଲେ ମଧ୍ୟ ଓଡ଼ିଶା ଏବେବି ଦେଶର ପ୍ରମୁଖ ୧୦ଟି ଗରିବ ରାଜ୍ୟ ମଧ୍ୟରେ ରହିଛି । ଝାଡ଼ଖଣ୍ଡ […]

poor

poor

Ordigital Desk
  • Published: Tuesday, 18 October 2022
  • Updated: 19 October 2022, 10:21 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ ଏକ ଦଶନ୍ଧି ଧରି ଓଡ଼ିଶାର ଆର୍ଥିକ ଅଭିବୃଦ୍ଧି ଜାତୀୟ ହାର ତୁଳନାରେ ଅଧିକ, ଦ୍ରୁତ ଗରିବ ହ୍ରାସ କରିବାରେ ଓଡ଼ିଶା ସବୁଠୁ ଆଗରେ ଆଦିର ବାହାସ୍ଫୋଟ ମାରି ବିକାଶର ଗୋଲାପୀ ଚିତ୍ର ଦେଉଥିବା ବିଜେଡି ସରକାରର ଅସଲ ମୁଖା ଖୋଲିଯାଇଛି । ଦୀର୍ଘ ୨୨ବର୍ଷ ଧରି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟରେ ସ୍ଥିର ସରକାର ଥିଲେ ମଧ୍ୟ ଓଡ଼ିଶା ଏବେବି ଦେଶର ପ୍ରମୁଖ ୧୦ଟି ଗରିବ ରାଜ୍ୟ ମଧ୍ୟରେ ରହିଛି । ଝାଡ଼ଖଣ୍ଡ ଓ ବିହାର ଭଳି ରାଜ୍ୟରେ ଗରିବ ସଂଖ୍ୟା ହ୍ରାସ ଓଡ଼ିଶା ତୁଳନାରେ ବେଶ୍ ଭଲ ଥିବାବେଳେ ଗୋଆ, ଜାମ୍ମୁ କାଶ୍ମୀର, ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନ ତୁଳନାରେ ବି ଓଡ଼ିଶା ଦାରିଦ୍ର‌୍ୟ ହ୍ରାସ ମାମଲାରେ ପଛରେ ରହିଛି । ଜାତିସଂଘର ୟୁଏନଡିପି ଓ ଅକ୍ସଫୋର୍ଡର ଓପିଏଚଆଇ ଦ୍ୱାରା ଜାରି ଗ୍ଲୋବାଲ ମଲଟିଡିମେନିସିଆଲ ପଭର୍ଟି ଇଣ୍ଡେକ୍ସ(ଏମପିଆଇ)-୨୦୨୨ ରିପୋର୍ଟରୁ ଏହା ଜଣାପଡ଼ିଛି । ଆଉ ଓଡ଼ିଶାରେ ପର୍ଯ୍ୟାପ୍ତ ପ୍ରାକୃତିକ ସମ୍ବଳ, ଦକ୍ଷ ମାନବ ସମ୍ବଳ, ପ୍ରଗତିଶୀଳ ନୀତି ଓ ସ୍ଥିର ସରକାରର ଆଳ ଦେଖାଇ ନିବେଶକଙ୍କୁ ଆକୃଷ୍ଟ ପାଇଁ ଉଦ୍ୟମ କରୁଥିବା ରାଜ୍ୟ ସରକାରଙ୍କର ରାଜ୍ୟରୁ ଗରିବ ହ୍ରାସ କରିବାରେ ପାରିବାପଣିଆ ବି ପଦାରେ ପଡ଼ିଛି ।

ଜାତିସଂଘ ପକ୍ଷରୁ ଗତକାଲି ଜାରି ଏମପିଆଇ-୨୦୨୨ ରିପୋର୍ଟ ଅନୁସାରେ, ୨୦୧୫-୧୬ରୁ ୨୦୧୯-୨୧ ମଧ୍ୟରେ ସମଗ୍ର ଦେଶରେ ଦ୍ରୁତ ଦାରିଦ୍ର‌୍ୟ ହ୍ରାସ କ୍ଷେତ୍ରରେ ଗୋଆ ଆଗରେ ରହିଛି । ତା’ପଛକୁ ଜାମ୍ମୁ କଶ୍ମୀର, ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନ ଭଳି ରାଜ୍ୟ ରହିଛନ୍ତି । ମାତ୍ର ସେହି ତୁଳନାରେ ୧୦ଟି ଗରିବ ରାଜ୍ୟ ଏଭଳି ଗରିବ ହ୍ରାସ କରିବାରେ ସକ୍ଷମ ହୋଇପାରିନାହାନ୍ତି । ଏମପିଆଇର ରିପୋର୍ଟ ଅନୁସାରେ ୨୦୧୫-୧୬ରେ ଯେଉଁ ୧୦ଟି ରାଜ୍ୟ ଗରିବ ଥିଲେ ସେହି ତାଲିକାରୁ ୨୦୧୯-୨୧ରେ କେବଳ ପଶ୍ଚିମବଙ୍ଗ ବାଦ୍ ପଡ଼ିଛି । ଅନ୍ୟ ରାଜ୍ୟଗୁଡ଼ିକ ସେପରି ଦେଶର ୧୦ଟି ସର୍ବାଧିକ ଗରିବ ରାଜ୍ୟ ତାଲିକାରେ ରହିଛନ୍ତି । ସେମାନେ ହେଲେ ବିହାର, ଝାଡ଼ଖଣ୍ଡ, ମେଘାଳୟ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଆସାମ, ଓଡ଼ିଶା, ଛତିଶଗଡ଼ ଓ ରାଜସ୍ଥାନ ରହିଛି ।ତେବେ ଏମପିଆଇ-୨୦୨୨ ରିପୋର୍ଟ ଅନୁସାରେ ବିହାର ଦାରିଦ୍ର‌୍ୟ ହ୍ରାସରେ ଉଲ୍ଲେଖନୀୟ ସଫଳତା ପାଇଛି । ବିହାରରେ ଦାରିଦ୍ର‌୍ୟ ହ୍ରାସ ପରିମାଣ ୨୦୦୫-୦୬ରେ ୭୭.୪୦% ଥିବାବେଳେ ଏହା ୨୦୧୫-୧୬ରେ ୨୫ ପ୍ରତିଶତ ହ୍ରାସ ପାଇ ୫୨.୪୦% ରହିଥିଲା । ମାତ୍ର ୨୦୧୯-୨୧ରେ ଏହା ଆଉ ୧୭.୭୦% ହ୍ରାସ ପାଇ ୩୪.୭୦ ପ୍ରତିଶତରେ ରହିଛି ।

ସେହିଭଳି ଝାଡ଼ଖଣ୍ଡରେ ଦାରିଦ୍ର‌୍ୟ ହାର ୨୦୦୫-୦୬ରେ ୭୪.୯୦ ପ୍ରତିଶତ ଥିବାବେଳେ ୨୦୧୫-୧୬ରେ ଏହା ୩୨.୪୦ ପ୍ରତିଶତ ହ୍ରାସ ପାଇ ୪୬.୫୦% ରେ ରହିଥିଲା । ମାତ୍ର ଦଶନ୍ଧି ମଧ୍ୟରେ ସମଗ୍ର ଦେଶରେ ସର୍ବାଧିକ ପରିମାଣର ଗରିବ ହ୍ରାସ ହୋଇଥିବା ନେଇ ବାହାସ୍ଫୋଟ ମାରୁଥିବା ଓଡ଼ିଶା ସରକାର ୨୦୦୪-୦୫ରେ ଦାରିଦ୍ର‌୍ୟ ହାର ୫୭.୨% ଥିବାବେଳେ ସେଥିରେ ୨୪.୬% ହ୍ରାସ ପାଇ ୨୦୧୧-୧୨ରେ ୩୨.୫୯%ରେ ରହିଥିଲା । ଆଉ ଗତ ଦଶନ୍ଧି ମଧ୍ୟରେ ପ୍ରାୟ ୮୦ଲକ୍ଷ ଲୋକ ଗରିବ ସୀମାରେଖା ତଳୁ ଉପରକୁ ଉଠିଛନ୍ତି ବୋଲି ଓଡ଼ିଶା ସରକାର ଦାବି କରୁଛନ୍ତି । ଗତ ଦୁଇଦିନ ତଳେ ଆନ୍ତର୍ଜାତିକ ଦାରିଦ୍ର‌୍ୟ ଦୂରୀକରଣ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ ମାଧ୍ୟମରେ କହିଥିଲେ ଯେ ଗତ ଦୁଇ ଦଶନ୍ଧି ମଧ୍ୟରେ ଓଡ଼ିଶା ଗରିବ ରାଜ୍ୟରୁ ସର୍ବାଧିକ ଦାରିଦ୍ର‌୍ୟ ହ୍ରାସ କରିପାରିଛି । ପ୍ରାୟ ୨୫% ଦାରିଦ୍ର‌୍ୟ ହ୍ରାସ ଓଡ଼ିଶା କରିଛି । ବିକାଶ ସମସ୍ତଙ୍କ ପାଖରେ ପହଂଚାଇବାକୁ ସାମଗ୍ରିକ ପଦକ୍ଷେପଗୁଡ଼ିକୁ ଅଧିକ ତ୍ୱରାନ୍ୱିତ କରିବା ନିମନ୍ତେ ସଂକଳ୍ପବଦ୍ଧ ବୋଲି କହିଥିଲେ ।

ତେବେ ପ୍ରଶ୍ନ ଉଠୁଛି, ଜାତିସଂଘର ରିପୋର୍ଟ ଅନୁସାରେ ବିହାର ଗତ ୧୫ ବର୍ଷ ମଧ୍ୟରେ ୪୨.୭୦% ଓ ଝାଡ଼ଖଣ୍ଡ ୩୨.୪୦% ପ୍ରତିଶତ ଦାରିଦ୍ର‌୍ୟ ହ୍ରାସ କରିଥିବାବେଳେ ଓଡ଼ିଶା ମାତ୍ର ୨୫% ଦାରିଦ୍ର୍ୟ ହ୍ରାସ କରିପାରିଛି। ଯଦି ଓଡ଼ିଶାରେ ଆର୍ଥିକ ଅଭିବୃଦ୍ଧି ଜାତୀୟ ହାରଠୁ ଅଧିକ ଓ ଦ୍ରୁତ ବିକାଶ ହେଉଛି ତା’ହେଲେ ପଶ୍ଚିମବଙ୍ଗ ଭଳି ଓଡ଼ିଶା କାହିଁକି ଦେଶର ଅତ୍ୟଧିକ ଗରିବ ରାଜ୍ୟ ତାଲିକାରୁ ବାଦ୍ ପଡ଼ିଲା ନାହିଁ। ଓଡ଼ିଶାରେ ଦ୍ରୁତ ଦାରିଦ୍ର‌୍ୟ ହ୍ରାସ ନେଇ ଜାତିିସଂଘ ରିପୋର୍ଟରେ କାହିଁକି କିଛି ଉଲ୍ଲେଖ ହେଲାନି ଓ ସର୍ବାଧିକ ଦାରିଦ୍ର୍ୟ ହ୍ରାସ(୨୫%)କୁ ନେଇ ସରକାର ଆଉ କେତେ ଦିନ ବାହାସ୍ଫୋଟ ମାରିବେ?

ଏମପିଆଇ-୨୦୨୨ ରିପୋର୍ଟ ଅନୁସାରେ, ଅବଶ୍ୟ ୨୦୧୫-୧୬ରୁ ୨୦୧୯-୨୧ ମଧ୍ୟରେ ଦାରିଦ୍ର‌୍ୟ ହ୍ରାସ ହାର ଭାରତରେ ଅପେକ୍ଷାକୃତ ଦ୍ରୁତ ଓ ଅଧିକ ରହିଛି । ୨୦୦୫-୦୬ରୁ ୨୦୧୫-୧୬ ମଧ୍ୟରେ ଦାରିଦ୍ର‌୍ୟ ହ୍ରାସ ହାର ୮.୧% ଥିବାବେଳେ ୨୦୧୫-୧୬ରୁ ୨୦୧୯-୨୧ ମଧ୍ୟରେ ଏହା ୧୧.୯% ରହିଛି । ୨୦୦୫-୦୬ରୁ ୨୦୧୫-୧୬ ମଧ୍ୟରେ ସମଗ୍ର ଦେଶରେ ୨୭.୫୦କୋଟି ଲୋକ ଗରିବ ସୀମାରେଖାରୁ ଉପରକୁ ଉଠିଥିବାବେଳେ ୨୦୧୫-୧୬ରୁ ୨୦୧୯-୨୧ ମଧ୍ୟରେ ଆଉ ୧୪ କୋଟି ଲୋକଙ୍କ ଜୀବନଧାରଣ ମାନରେ ପରିବର୍ତ୍ତନ ହୋଇଛି । ଅର୍ଥାତ ୨୦୦୫-୦୬ରୁ ୨୦୧୯-୨୧ ମଧ୍ୟରେ ମୋଟ ୪୧.୫୦କୋଟି ଲୋକ ଦାରିଦ୍ର‌୍ୟ ସୀମାରେଖାରୁ ଉପରକୁ ଉଠିପାରିଛନ୍ତି । ଅବଶ୍ୟ କୋଭିଡ୍ ମହାମାରୀ ଯୋଗୁ ଦେଶରେ ସମ୍ପୂର୍ଣ୍ଣ ସର୍ଭେ ବା ଆକଳନ ସମ୍ଭବ ହୋଇପାରିନି । ତେବେ ଏହି ରିପୋର୍ଟ ପାଇଁ ଜନସଂଖ୍ୟା ଓ ସ୍ୱାସ୍ଥ୍ୟ ସର୍ଭେର ୭୧ ପ୍ରତିଶତ ତଥ୍ୟ କୋଭିଡ୍ ମହାମାରୀ ପୂର୍ବରୁ ସଂଗ୍ରହ କରାଯାଇଥିଲା । ଏମପିଆଇ ୨୦୧୯-୨୧ ତଥ୍ୟ ଅନୁସାରେ ଭାରତର ମୋଟ ଜନସଂଖ୍ୟାର ୧୬.୪% ଲୋକ ଏବେବି ଗରିବ ସୀମା ରେଖା ତଳେ ରହୁଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story