ଓଡ଼ିଶାରେ ଆତଙ୍କବାଦୀ ଆକ୍ରମଣ ହେଲେ...

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ହୋଇପାରେ ଆତଙ୍କବାଦୀ ଆକ୍ରମଣ। ସେଥିପାଇଁ ରାଜ୍ୟ ସରକାରଙ୍କୁ ତଟ ସୁରକ୍ଷା ଚିନ୍ତା ଘାରିଛି। ତେବେ ସମୁଦ୍ର ପଟୁ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣକୁ ପ୍ରତିହତ କରିବା ପାଇଁ ମିଳିତ ମକ୍ ଡ୍ରିଲ୍ ହେବ। ଯାହାର ନାମ ରହିଛି ‘ସାଗର କବଚ’। ଏହାଛଡ଼ା ରେଡ୍ ଫୋର୍ସ ନାମକ ଏକ ଟିମ୍ ଗଠନ କରାଯିବ। ଆଜି ସଚିବାଳୟରେ ଏ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ବୈଠକ ପରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ଗୃହ ବିଭାଗ […]

asit trapathi

Rakesh Mallick
  • Published: Friday, 10 November 2017
  • , Updated: 10 November 2017, 05:18 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ହୋଇପାରେ ଆତଙ୍କବାଦୀ ଆକ୍ରମଣ। ସେଥିପାଇଁ ରାଜ୍ୟ ସରକାରଙ୍କୁ ତଟ ସୁରକ୍ଷା ଚିନ୍ତା ଘାରିଛି। ତେବେ ସମୁଦ୍ର ପଟୁ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣକୁ ପ୍ରତିହତ କରିବା ପାଇଁ ମିଳିତ ମକ୍ ଡ୍ରିଲ୍ ହେବ। ଯାହାର ନାମ ରହିଛି ‘ସାଗର କବଚ’। ଏହାଛଡ଼ା ରେଡ୍ ଫୋର୍ସ ନାମକ ଏକ ଟିମ୍ ଗଠନ କରାଯିବ। ଆଜି ସଚିବାଳୟରେ ଏ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ବୈଠକ ପରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ।

ସେ କହିଛନ୍ତି-“ଏହି ମକ୍ ଡ୍ରିଲରେ ପଶ୍ଚିମବଙ୍ଗ ସହ ଓଡ଼ିଶା ତଟସୁରକ୍ଷା ବାହିନୀ, ମେରାଇନ୍ ପୋଲିସ, ଫରେଷ୍ଟ, ମତ୍ସ୍ୟ ବିଭାଗ ସାମିଲ ହେବେ। ଏହାଦ୍ୱାରା ପଡ଼ୋଶୀ ରାଜ୍ୟ ସହିତ ସମନ୍ୱୟ ରକ୍ଷା ହୋଇପାରିବ। ସମୁଦ୍ରରେ ମାଛ ମାରୁଥିବା ମେତ୍ସ୍ୟଜୀବୀଙ୍କୁ ଏକ ବାୟୋମେଟ୍ରିକ୍‌ କାର୍ଡ଼ ଦିଆଯାଇଛି। ଏପରିକି ସେମାନଙ୍କ ବୋଡ଼୍‌କୁ ନମ୍ୱରିଂ କରାଯାଇଛି।”

Related story