ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଦଳିବ ଯୁକ୍ତ ଦୁଇ ପରୀକ୍ଷା ଢ଼ାଞ୍ଚା। ଚଳିତ ବର୍ଷ ଯୁକ୍ତ ୨ ପରୀକ୍ଷାରେ ପରିବର୍ତ୍ତନ କରବା ପାଇଁ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ୨୦୧୬ କିମ୍ବା ପରେ ରେଜିଷ୍ଟ୍ରୀଭୁକ୍ତ ପିଲାଙ୍କ ପାଇଁ ସଂକ୍ଷିପ୍ତ ସିଲାବସରୁ ପ୍ରଶ୍ନ ପଡିବ।
ପ୍ରଶ୍ନପତ୍ରରେ ୫୦ ନମ୍ବରର ମଲ୍ଟିପୁଲ୍ ଚଏସ୍ ପ୍ରଶ୍ନ ରହିବ। ମଲ୍ଟିପୁଲ୍ ଚଏସରେ ପ୍ରତ୍ୟେକ ପ୍ରଶ୍ନ ପାଇଁ ୧ ନମ୍ବର ରହିବ। ହାରାହାରି ୩୦ ପ୍ରତିଶତ ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ ରହିବ।
ସଂକ୍ଷିପ୍ତ ଉତ୍ତରମୂଳକ ପ୍ରତି ପ୍ରଶ୍ନ ୨ କିମ୍ବା ୩ ମାର୍କର ରହିବ। ହାରାହାରି ୨୦ ପ୍ରତିଶତ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ଆସିବ। ଦୀର୍ଘ ଉତ୍ତରମୂଳକ ପ୍ରତି ପ୍ରଶ୍ନ ୫ ମାର୍କ ଲେଖାଏଁ ରହିବ। ପୂର୍ବଭଳି ଛାତ୍ରଛାତ୍ରୀମାନେ ନିଜ ସ୍କୁଲରେ ପରୀକ୍ଷା ଦେବେ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ତେବେ ପରୀକ୍ଷା ଫି’ ନେଇ କିଛି ନିଷ୍ପତ୍ତି ହୋଇନଥିବା ସେ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Events & Festivals
ନୂଆ ବର୍ଷରେ ସିସିଟିଭି ନଜରରେ ରହିବ ଶ୍ରୀକ୍ଷେତ୍ର, ଜଗିବେ ୬୦ ପ୍ଲାଟୁନ୍ ଫୋର୍ସ
ଡିସେମ୍ବର ୩୧ ତାରିଖଠୁ ନୂଆବର୍ଷ ପର୍ଯ୍ୟନ୍ତ ପ୍ରବଳ ଭିଡ଼ ଆଶଙ୍କାରେ ପୁରୀରେ ଟ୍ରାଫିକ୍ କଟକଣା ଜାରି କରାଯାଇଛି ।
Miscellaneous
ଲୋକଙ୍କ ପାଇଁ ଆସିଥିଲା, ରାସ୍ତାକଡ଼ରୁ ମିଳିଲା ପୁଳା ପୁଳା ମେଡିସିନ
ଲୋକଙ୍କୁ ବିନା ଖର୍ଚ୍ଚରେ ରୋଗ କବଳରୁ ମୁକୁଳାଇବାକୁ ସରକାର ପାଣି ପରି ଟଙ୍କା ଖର୍ଚ୍ଚ କରୁଛନ୍ତି । ମାତ୍ର ଏହି ମେଡିସିନ ଲୋକେ ଖାଇବା ବଦଳରେ ରାସ୍ତା କଡ଼ରେ ଫୋପଡ଼ା ଯାଉଛି।
Crime
ତୋରଣ ପୋତାକୁ ନେଇ ବିଜେପି- ବିଜେଡି ମୁହାଁମୁହିଁ, ୧୬୩ ଧାରା ଲାଗୁ
ନୂଆବର୍ଷ ତୋରଣ ପୋତାକୁ ନେଇ ବିବାଦ। ବିବାଦ ଉଗ୍ର ରୂପ ନେବାରୁ ଦେଖାଦେଲା ଉତ୍ତେଜନା ଓ ଛକାପଞ୍ଝା। ବିଜେଡି ଓ ବିଜେପି କର୍ମୀ ମୁହାଁମୁହିଁ ହେବା ପରେ ଜାରି ହେଲା ଧାରା ୧୬୩।
Crime
ରାତିରେ କଥା କଟାକଟି, ସକାଳୁ ରେଳ ଧାରଣାରୁ ମିଳିଲା ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ
ସ୍ୱାମୀଙ୍କ ସହ କଥା କଟାକଟି ଅତିଷ୍ଠ କଲା। ତେଣୁ ଘର ସଂସାରର ମୋହ ବି ତୁଛ ଲାଗିଲା। ଏପରି ସମୟରେ ବଞ୍ଚିବାଠୁ ମରିବାକୁ ଶ୍ରେୟକର ଭାବି ରାତି ଅଧରେ ଘର ଛାଡ଼ିଲେ ମହିଳା।
Accident
ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇ ଜଳିଗଲା, ଡ୍ରାଇଭର ଜୀବନ୍ତ ଦଗ୍ଧ
ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇ ଲାଗି ଯାଇଛି ନିଆଁ। ଏହି ନିଆଁରେ ଜଣେ ଟ୍ରକ୍ ଚାଳକ ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ବେଳେ ଆଉ ଜଣେ ଡ୍ରାଇଭରଙ୍କ ପତ୍ତା ମିଳୁନି।