ଜଙ୍ଗଲରୁ ଯୁବକ ଓ ଯୁବତୀଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର

ଆସିକା: ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ସୁରେଖାଦେଈପୁର ନିକଟସ୍ଥ ଜଙ୍ଗଲରୁ ଜଣେ ଯୁବକ ଓ ଯୁବତୀଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଛି। ସେମାନେ କୀଟନାଶକ ପିଇଥିବା ସନ୍ଦେହ କରାଯାଉଛି। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଆସିକା ମେଡିକାଲରେ ଭର୍ତ୍ତି କରିଥିଲେ। ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଯୁବକ ଓ ଯୁବତୀ ପରସ୍ପରକୁ ଭଲ ପାଉଥିଲେ। ମାତ୍ର ସେମାନଙ୍କ ପରିବାର ଲୋକେ ପ୍ରେମକୁ ସ୍ୱୀକୃତି ଦେଉନଥିଲେ। ଫଳରେ ଯୁବକ ଓ […]

aska

Rakesh Mallick
  • Published: Monday, 24 July 2017
  • , Updated: 24 July 2017, 06:56 PM IST

ଆସିକା: ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ସୁରେଖାଦେଈପୁର ନିକଟସ୍ଥ ଜଙ୍ଗଲରୁ ଜଣେ ଯୁବକ ଓ ଯୁବତୀଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଛି। ସେମାନେ କୀଟନାଶକ ପିଇଥିବା ସନ୍ଦେହ କରାଯାଉଛି। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଆସିକା ମେଡିକାଲରେ ଭର୍ତ୍ତି କରିଥିଲେ। ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି।

ଯୁବକ ଓ ଯୁବତୀ ପରସ୍ପରକୁ ଭଲ ପାଉଥିଲେ। ମାତ୍ର ସେମାନଙ୍କ ପରିବାର ଲୋକେ ପ୍ରେମକୁ ସ୍ୱୀକୃତି ଦେଉନଥିଲେ। ଫଳରେ ଯୁବକ ଓ ଯୁବତୀ ଏପରି ପନ୍ଥା ଅବଲମ୍ୱନ କରିଥିବା ଅଭିଯୋଗ ହେଉଛି।

Related story