୨୦ ଦିନ ପୂର୍ବରୁ ସରିଲା ବିଧାନସଭା, ଗୋଟିଏ ଦିନ ବି ଚାଲିପାରିଲାନି ଶୀତକାଳୀନ ଅଧିବେଶନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଡିସେମ୍ବର ପହିଲାରୁ ଆରମ୍ଭ ହୋଇଥିବା ବିଧାନସଭାର ଶୀତକାଳୀନ ଅଧିବେଶନ ଆଜି ଶେଷ ହୋଇଯାଇଛି। ଧାର୍ଯ୍ୟ ୨୦ ଦିନ ପୂର୍ବରୁ ତଥା ୧୭ଟି କାର୍ଯ୍ୟ ଦିବସ ବାକି ଥାଇ ଶୀତକାଳୀନ ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା କରି ଦେଇଛନ୍ତି ବାଚସ୍ପତି। ଆଜି ଗୃହରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ମୁଲତବି ପ୍ରସ୍ତାବ ଆଣିଥିଲେ। ଗୃହ୍‌ରେ ଆଉ କୌଣସି ବିଜ୍‌ନେସ୍ ନଥିବାରୁ ସେ ମୁଲତବି ପ୍ରସ୍ତାବ ଆଣିଥିଲେ। ଆଉ ତା’ପରେ […]

assembly

assembly

Jitendra Garnayak
  • Published: Friday, 10 December 2021
  • Updated: 10 December 2021, 06:04 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଡିସେମ୍ବର ପହିଲାରୁ ଆରମ୍ଭ ହୋଇଥିବା ବିଧାନସଭାର ଶୀତକାଳୀନ ଅଧିବେଶନ ଆଜି ଶେଷ ହୋଇଯାଇଛି। ଧାର୍ଯ୍ୟ ୨୦ ଦିନ ପୂର୍ବରୁ ତଥା ୧୭ଟି କାର୍ଯ୍ୟ ଦିବସ ବାକି ଥାଇ ଶୀତକାଳୀନ ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା କରି ଦେଇଛନ୍ତି ବାଚସ୍ପତି।

ଆଜି ଗୃହରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ମୁଲତବି ପ୍ରସ୍ତାବ ଆଣିଥିଲେ। ଗୃହ୍‌ରେ ଆଉ କୌଣସି ବିଜ୍‌ନେସ୍ ନଥିବାରୁ ସେ ମୁଲତବି ପ୍ରସ୍ତାବ ଆଣିଥିଲେ। ଆଉ ତା’ପରେ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା କରିଥିଲେ ବାଚସ୍ପତି।

ଏହାର ପ୍ରତିବାଦରେ ବିଜେପି ବିଧାୟକମାନେ ବିଧାନସଭା ପରିସରରେ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ତଳେ ଧାରଣାରେ ବସିଛନ୍ତି।

ଏଥର ଶୀତ ଅଧିବେଶନରେ ଗୋଟିଏ ଦିନ ବି ଗୃହ କାର୍ଯ୍ୟ ସ୍ୱାଭାବିକ ଭାବେ ଚାଲି ପାରି ନଥିଲା। ମମିତା ମେହେର ହତ୍ୟା ଘଟଣାରେ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଗୃହରେ ଅଚଳାବସ୍ଥା ଜାରି ରହିଥିଲା। ବିରୋଧୀ ଦଳ ଗୁଡ଼ିକ ସେମାନଙ୍କ ଜିଦ୍‌ରେ ଅଟଳ ରହିଥିଲେ।

ମମିତା ମେହେର ମାମଲାରେ ଡିସେମ୍ବର ୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ବିଧାନସଭାରେ ବିବୃତି ରଖିଥିଲେ। ତେବେ ତାହା ବିରୋଧୀ ବିଜେପି ଓ କଂଗ୍ରେସକୁ ଶାନ୍ତ କରି ପାରି ନଥିଲା। ଫଳରେ ଗୃହରେ ଅଚଳାବସ୍ଥା ଲାଗି ରହିଲା। କେଉଁ ଦିନ କଂଗ୍ରେସ ବିଧାୟକମାନେ ଗୃହରେ ଗଙ୍ଗା ଓ ଗୋବର ଜଳ ପକାଇ ପୂଜାର୍ଚ୍ଚନା କଲେ ତ କେଉଁ ଦିନ ବିଜେପି ବିଧାୟକମାନେ ଗଙ୍ଗା ଓ ଗୋବର ଜଳ ପକାଇ ବିଧାନସଭା ପରିସରକୁ ଶୁଦ୍ଧ କରିଥିଲେ। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବିଧାନସଭାକୁ ଆସୁଥିବାରୁ ପବିତ୍ର ଗୃହ ଅପବିତ୍ର ହୋଇଯାଇଥିବା କହି ବିରୋଧୀ ଦଳ ସଦସ୍ୟମାନେ ଏପରି କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ସରକାରଙ୍କୁ ଭଗବାନ ସଦ୍‌ବୁଦ୍ଧି ଦିଅନ୍ତୁ କହି ବିରୋଧୀମାନେ ପୂଜାର୍ଚ୍ଚନା ମଧ୍ୟ କରିଥିଲେ। ଅନ୍ୟପକ୍ଷରେ ବିଜେଡି ପକ୍ଷରୁ ମଧ୍ୟ ଗୃହରେ ବିରୋଧୀଙ୍କୁ ଜବାବ ଦିଆଯାଇଥିଲା। ସେମାନେ ଗୃହକୁ ଅପବିତ୍ର କରି ଦେଇଛନ୍ତି କହି ସରକାରୀ ଦଳର ବିଧାୟକ ମାନେ ଗୃହରେ ଗଙ୍ଗାଜଳ ସିଞ୍ଚନ କରିଥିଲେ।

ଗୋଟିଏ ପଟେ ଗୃହ ଚାଲି ପାରୁ ନଥିବା ବେଳେ ଅନ୍ୟ ପଟେ ଗୃହ ବାହାରେ ଚାଲିଥିଲା ଜୋରଦାର ରାଜନୀତି। ବାରମ୍ବାର ମୁଲତବି ଓ ସରକାର ସେମାନଙ୍କ ଦାବି ଶୁଣୁ ନଥିବା କହି ବିରୋଧୀମାନେ ଗୃହ ବାହାରେ ଧାରଣାରେ ବସୁଥିବା ବେଳେ ବିଜେଡି ବି କେନ୍ଦ୍ରର ଅବହେଳା ଓ ଦରଦାମ ବୃଦ୍ଧି ଆଦି ପ୍ରସଙ୍ଗରେ ଲଗାତାର ଗୃହ ବାହାରେ ଧାରଣା ଦେଇଥିଲା।

ଗତକାଲି ବିଜେପି ଯୁବ ମୋର୍ଚ୍ଚା ବିଧାନସଭା ଘେରାଉ କରିବାକୁ ଆସିଥିବା ବେଳେ ପୁଲିସ୍ ସହିତ ଠେଲାପେଲା ହୋଇଥିଲା। ଯୁବ ମୋର୍ଚ୍ଚା କର୍ମୀଙ୍କ ମାଡ଼ରେ କିଛି ପୁଲିସ୍ ଆହତ ହୋଇଥିବା ବେଳେ ପୁଲିସ୍‌ର କାର୍ଯ୍ୟାନୁଷ୍ଠାନରେ ଅନେକ କର୍ମୀ ହତାହତ ହୋଇଥିବା ଅଭିଯୋଗ ହୋଇଛି। ଆଜି ମଧ୍ୟ ବିଧାନସଭା ବାହାରେ ମମିତା ମେହେର ହତ୍ୟା ଘଟଣାକୁ ନେଇ ତାତି ଦେଖିବାକୁ ମିଳିଥିଲା। ଛାତ୍ର କଂଗ୍ରେସ କର୍ମୀମାନେ ବିଧାନସଭା ଘେରିବାକୁ ଆସୁଥିବା ବେଳେ ପୁଲିସ୍ ସେମାନଙ୍କୁ ଅଟକାଇଥିଲା। କିନ୍ତୁ ସେମାନେ ସୁରକ୍ଷାବଳୟ ଭେଦି ବିଧାନସଭା ମୁଖ୍ୟ ଫାଟକ ପର୍ଯ୍ୟନ୍ତ ପଳାଇଥିଲା। ଆଉ ଏହା ପରେ ସେମାନଙ୍କୁ ତଡ଼ିବାକୁ ପୁଲିସ୍ କାର୍ଯ୍ୟାନୁଷ୍ଠାନ ନେଇଥିଲା। ସେମାନଙ୍କ ଉପରେ ଲାଠିଚାର୍ଜ ହୋଇଥିଲା। ଏମିତିକି ପୁଲିସ୍ କଂଗ୍ରେସ ଭବନ ଭିତରେ ପଶି କର୍ମୀଙ୍କୁ ପିଟିଥିବା ଅଭିଯୋଗ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story