ଦୈନିକ ୬ ଘଣ୍ଟା ଚାଲିବ ବିଧାନସଭା, ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତି ଦାବି କଲେ ବିରୋଧୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୨ ତାରିଖରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେଉଥିବାବେଳେ ଏହା ଦୈନିକ ୬ଘଂଟା ଧରି ଚାଲିବ ବୋଲି ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି । ତେବେ ବିଧାନସଭା ଅଧିବେଶନ ସମୟରେ ଗୃହର ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ୟକ୍ତିଗତ ଭାବେ ଗୃହରେ ଉପସ୍ଥିତ ରହିବା ସହ ସାମ୍ବାଦିକମାନଙ୍କୁ ବିଧାନସଭାରେ ପ୍ରବେଶ ପାଇଁ ଅନୁମତି ଦେବାକୁ ବିରୋଧୀ ଦଳ ଦାବି କରିଥିବା ସୂଚନା ମିଳିଛି । ନବନିଯୁକ୍ତ ବିଧାନସଭା ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ […]

assemble-

assemble-

Ordigital Desk
  • Published: Wednesday, 29 June 2022
  • Updated: 29 June 2022, 08:01 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୨ ତାରିଖରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେଉଥିବାବେଳେ ଏହା ଦୈନିକ ୬ଘଂଟା ଧରି ଚାଲିବ ବୋଲି ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି । ତେବେ ବିଧାନସଭା ଅଧିବେଶନ ସମୟରେ ଗୃହର ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ୟକ୍ତିଗତ ଭାବେ ଗୃହରେ ଉପସ୍ଥିତ ରହିବା ସହ ସାମ୍ବାଦିକମାନଙ୍କୁ ବିଧାନସଭାରେ ପ୍ରବେଶ ପାଇଁ ଅନୁମତି ଦେବାକୁ ବିରୋଧୀ ଦଳ ଦାବି କରିଥିବା ସୂଚନା ମିଳିଛି ।

ନବନିଯୁକ୍ତ ବିଧାନସଭା ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଉପସ୍ଥିତିରେ ଆଜି ବିଧାନସଭା ପରିସରରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବାଚସ୍ପତି ଶ୍ରୀ ଆରୁଖ କହିଛନ୍ତି ଯେ,କୋଭିଡ୍ ଦୃଷ୍ଟିରୁ ପୂର୍ବ ଅଧିବେଶନଗୁଡ଼ିକରେ ଗୃହକାର୍ଯ୍ୟ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ଚାଲୁଥିବାବେଳେ ବୈଠକର ନିଷ୍ପତ୍ତି ଅନୁଯାୟୀ ଗୃହରେ ଆଲୋଚନା ପାଇଁ ଅପରାହ୍ନ ଅଧିବେଶନ ଗୁଡ଼ିକୁ ସନ୍ଧ୍ୟା ୭ ଘଟିକା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଚଳିତଥର ମଧ୍ୟ କୋଭିଡ୍ କଟକଣାରେ ଦୁଇଟି ପର୍ଯ୍ୟାୟରେ ବିଧାନସଭା ଅଧିବେଶନ ଚାଲିବ । ପ୍ରଥମ ପର୍ଯ୍ୟାୟ ସାଢ଼େ ୧୦ଟାରୁ ସାଢ଼େ ୧ଟା ପର୍ଯ୍ୟନ୍ତ ଓ ଦ୍ୱିତୀୟ ପର୍ଯ୍ୟାୟରେ ୪ରୁ ୭ଟା ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ଚାଲିବ । ଚଳିତ ଅଧିବେଶନର ସମସ୍ତ କାର୍ଯ୍ୟ ସୂଚାରୁ ରୂପେ ସଂପାଦନ କରିବା ପାଇଁ ବାଚସ୍ପତି ଶ୍ରୀ ଆରୁଖ ସବୁ ଦଳର ସହଯୋଗ ଲୋଡ଼ିଛନ୍ତି ।

ସେହିପରି ବୈଠକ ପରେ ବିଜେପି ବିଧାୟକ ଦଳ ଉପନେତା ବିଷ୍ଣୁଚରଣ ସେଠୀ କହିଛନ୍ତି ଯେ, ଚଳିତ ଅଧିବେଶନରେ ବିଜେପି ବିଧାୟକ ଦଳ ନେତା ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ତେବେ ଏ ସଂକ୍ରାନ୍ତ ନିଷ୍ପତ୍ତି ଦଳର କେନ୍ଦ୍ରୀୟ ନେତୃତ୍ୱ ନେବେ । ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ ଏଥର ୬ଘଂଟା ଗୃହ ଚାଳିବ । ବିଭିନ୍ନ ବିଷୟରେ ଆଲୋଚନା ହୋଇଛି । କଟକଣା କୋହଳ କରିବାକୁ ପ୍ରସ୍ତାବ ଦିଆଯାଇଛି ।

ଏହି ସର୍ବଦଳୀୟ ବୈଠକରେ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ, ବିଜେପି ବିଧାୟକ ଦଳର ଉପନେତା ବିଷ୍ଣୁଚରଣ ସେଠୀ ଓ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର, ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି ଏବଂ ବିଧାୟକ ପ୍ରଣବ ପ୍ରକାଶ ଦାସ ଉପସ୍ଥିତ ରହି ବିଧାନସଭା ଅଧିବେଶନର ସୁପରିଚାଳନା ପାଇଁ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ।

ସୂଚନାଯୋଗ୍ୟ, ଚଳିତ ଅଧିବେଶନରେ ରାଜ୍ୟର ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହେ । ଅଧିବେଶନରେ ମୋଟ ୨୪ଟି କାର୍ଯ୍ୟଦିବସ ଥିବାବେଳେ ପ୍ରଥମଦିନ ହିଁ ବଜେଟ୍ ଉପସ୍ଥାପନ ହେବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story