ଦିନକ ପରେ ବିଧାନସଭା: ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ହାତରେ ଲମ୍ବା ତାଲିକା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ନାରୀ ନିର୍ଯାତନା ଓ ଦୁର୍ନୀତି ପ୍ରସଙ୍ଗକୁ ନେଇ ହୁଲୁସ୍ତୁଲ ହେବାକୁ ଯାଉଛି ବିଧାନସଭାର ଶୀତ ଅଧିବେଶନ। ବହୁ ଚର୍ଚ୍ଚିତ ସ୍ମିତାରଣୀ ମୃତ୍ୟୁ, କେନ୍ଦ୍ରାପଡ଼ା ସମବାୟ ସମିତି ସଭାପତିଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ, ଫନି ସହାୟତା ଓ ଆବାସ ଯୋଜନାରେ ଅନିୟମିତତା ପ୍ରସଙ୍ଗକୁ ନେଇ ସରଗରମ ରହିପାରେ ଗୃହ। ବୁଧବାର ଆରମ୍ଭ ହେଉଥିବା ଶୀତ ଅଧିବେଶନ ପାଇଁ ପ୍ରସଙ୍ଗର ଏଭଳି ଲମ୍ବା ଲିଷ୍ଟ କରିଛନ୍ତି ବିରୋଧୀ । ମୁକିବାଲା ପାଇଁ ଶାସକ ଦଳ ବି ରଣନୀତି […]

assembly

assembly

Tapas Behera
  • Published: Monday, 11 November 2019
  • Updated: 11 November 2019, 08:15 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ନାରୀ ନିର୍ଯାତନା ଓ ଦୁର୍ନୀତି ପ୍ରସଙ୍ଗକୁ ନେଇ ହୁଲୁସ୍ତୁଲ ହେବାକୁ ଯାଉଛି ବିଧାନସଭାର ଶୀତ ଅଧିବେଶନ। ବହୁ ଚର୍ଚ୍ଚିତ ସ୍ମିତାରଣୀ ମୃତ୍ୟୁ, କେନ୍ଦ୍ରାପଡ଼ା ସମବାୟ ସମିତି ସଭାପତିଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ, ଫନି ସହାୟତା ଓ ଆବାସ ଯୋଜନାରେ ଅନିୟମିତତା ପ୍ରସଙ୍ଗକୁ ନେଇ ସରଗରମ ରହିପାରେ ଗୃହ। ବୁଧବାର ଆରମ୍ଭ ହେଉଥିବା ଶୀତ ଅଧିବେଶନ ପାଇଁ ପ୍ରସଙ୍ଗର ଏଭଳି ଲମ୍ବା ଲିଷ୍ଟ କରିଛନ୍ତି ବିରୋଧୀ । ମୁକିବାଲା ପାଇଁ ଶାସକ ଦଳ ବି ରଣନୀତି ପ୍ରସ୍ତୁତ କରିଥିବାବେଳେ ପ୍ରଥମ ଦିନରେ ଆଗତ ହେବ ଅତିରିକ୍ତ ବଜେଟ୍।

ଦିନକ ପରେ ଆରମ୍ଭ ହେବ ବିଧାନସଭାର ଶୀତ ଅଧିବେଶନ। ସରକାରଙ୍କୁ ଘେରିବା ପାଇଁ ବିରୋଧୀ ପୁରା ତୟାର୍। ଏହି ଲମ୍ବା ଅଧିବେଶନ ଲାଗି ହାତରେ ବି ରହିଛି ପ୍ରସଙ୍ଗର ଲମ୍ବା ତାଲିକା।  ଆଜି ବିଜେପି ବିଧାୟକ ଦଳ ବୈଠକରେ ଏ ନେଇ ହୋଇଛି ବିସ୍ତୃତ ଆଲୋଚନା। ଦଳର ଫୋକସ୍‌ରେ ରହିବ ନାରୀ ନିର୍ଯାତନା ପ୍ରସଙ୍ଗ। ପିଇଓ ସ୍ମିତାରାଣୀ ବିଶ୍ୱାଳ ମୃତ୍ୟୁ ମାମଲା, କେନ୍ଦ୍ରାପଡ଼ା ସମବାୟ ସମିତି ସଭାପତି ପ୍ରମୋଦ ସାହୁଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗକୁ ମୁଖ୍ୟ ପ୍ରସଙ୍ଗ କରିବ ଦଳ। ତାଛଡ଼ା ଆବାସ ଯୋଜନା ଓ ଫୋନି ସହାୟତାରେ ଦୁର୍ନୀତି, ପିସି କାରବାର, ଅଭାବୀ ଧାନ ବିକ୍ରି ସହ ବୁଲ୍‌ବୁଲ୍ ମୁକାବିଲାରେ ବିଫଳତାକୁ ପ୍ରସଙ୍ଗ କରିବ ବିଜେପି। ଆଜି ସବୁ ବିଧାୟକ ଆସିନଥିବାରୁ ୧୩ରେ ପୁଣି ବିଧାୟକ ଦଳର ବୈଠକ ବସିବ।

ସେପଟେ ପ୍ରାକୃତିକ ବିପର୍ଯ୍ୟୟରେ ବଲାଙ୍ଗିର ସମେତ ବିଭିନ୍ନ ଜିଲ୍ଲାରେ ସହାୟତା ନମଳିବା, ବିଗିଡ଼ା ଆଇନଶୃଙ୍ଖଳା ପରିସ୍ଥିତି, ସ୍ମିତାରାଣୀ ମୃତ୍ୟୁ ମାମଲା, ବିରୋଧୀ ଦଳ ବିରୋଧରେ ପୋଲିସ ପ୍ରଶାସନର ଅପବ୍ୟବହାର, ପିସି କାରବାର, ଦୁର୍ନୀତିଗ୍ରସ୍ତ ବଡବଡ ଅଫିସର୍ଙ୍କୁ  ଘଣ୍ଚ ଘୋଡାଇବା, ବିଜେଡି-ବିଜେପିର ମଧୁର ସଂପର୍କ  ଆଦି ପ୍ରସଙ୍ଗ ଉଠାଇବ କଂଗ୍ରେସ । ସେହିପରି 5T, ମୋ ସରକାରର କାର୍ଯ୍ୟକାରିତାକୁ ନେଇ ବି ଦଳ ଗୃହରେ ପ୍ରଶ୍ନ ଉଠାଇବ। ଆସନ୍ତାକାଲି କଂଗ୍ରେସ ବିଧାୟକ ଦଳ ବୈଠକରେ ରଣନୀତି ଚୂଡ଼ାନ୍ତ ହେବ।

ବିରୋଧୀଙ୍କୁ କାଉଣ୍ଟର କରିବା ପାଇଁ ଶାସକ ଦଳ ମଧ୍ୟ ତୟାରି କରୁଛି। ୧୩ରେ ବିଜେଡି ବିଧାୟକ ଦଳ ବୈଠକ ବସି ରଣନୀତି ପ୍ରସ୍ତୁତ ହେବ। ଦରଦାମ ବୃଦ୍ଧି,  କେନ୍ଦ୍ର ସରକାରଙ୍କଠାରୁ ବକେୟା ୬ ହଜାର କୋଟି ଟଙ୍କା ପାଇବା, କୋଇଲା ରୟାଲ୍ଟି ବୃଦ୍ଧି, ରେଳବିକାଶ କ୍ଷେତ୍ରରେ ଅଧିକ ଟଙ୍କା ଓ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବିକୁ ମୁଖ୍ୟ ପ୍ରସଙ୍ଗ କରିପାରେ ବିଜେଡି। ୧୩ରୁ ଆରମ୍ଭ ହେବାକୁ ଥିବା ଶୀତ ଅଧିବେଶନ ଡିସେମ୍ବର ୧୯ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ଦିନରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ୍ ଆଗତ  ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story