ଏଟି ଚିଟ୍‌ଫଣ୍ଡ ମୁଖ୍ୟ ପ୍ରଦୀପ ସେଠୀଙ୍କୁ ପୁଣି ୭ ବର୍ଷ ଜେଲ୍‌

ଭୁବନେଶ୍ୱର: ଅର୍ଥତତ୍ତ୍ୱ(ଏଟି) ଚିଟ୍‌ଫଣ୍ଡ୍ କମ୍ପାନୀ ମୁଖ୍ୟ ପ୍ରଦୀପ ସେଠୀଙ୍କୁ ପୁଣି ୭ ବର୍ଷ ଜେଲ। ଏଟି ଗ୍ରୁପ୍ ଠକେଇ ମାମଲାରେ ପ୍ରଦୀପଙ୍କ ବିରୋଧରେ ଏହି ଦଣ୍ଡାଦେଶ ଶୁଣାଇଛନ୍ତି ଭୁବନେଶ୍ୱର ସିଜେଏମ୍‌ କୋର୍ଟ। ପ୍ରଦୀପଙ୍କ ସହ କମ୍ପାନୀର ଅନ୍ୟ ଦୁଇ ନିର୍ଦ୍ଦେଶକ ମନୋଜ ପଟ୍ଟନାୟକ ଓ ଶ୍ରୀକୃଷ୍ଣ ପାଢୀଙ୍କୁ ମଧ୍ୟ ୭ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ହୋଇଛି। ଭୁବନେଶ୍ୱର ଖାରବେଳ ନଗର ଥାନାରେ ରୁଜୁ ହୋଇଥିବା ମାମଲାର ବିଚାର କରି କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ସ୍ୱର୍ଣ୍ଣ ଅର୍ଥତତ୍ତ୍ୱ […]

pradeep

pradeep

Rakesh Mallick
  • Published: Monday, 31 July 2017
  • Updated: 31 July 2017, 06:11 PM IST

Sports

Latest News

ଭୁବନେଶ୍ୱର: ଅର୍ଥତତ୍ତ୍ୱ(ଏଟି) ଚିଟ୍‌ଫଣ୍ଡ୍ କମ୍ପାନୀ ମୁଖ୍ୟ ପ୍ରଦୀପ ସେଠୀଙ୍କୁ ପୁଣି ୭ ବର୍ଷ ଜେଲ। ଏଟି ଗ୍ରୁପ୍ ଠକେଇ ମାମଲାରେ ପ୍ରଦୀପଙ୍କ ବିରୋଧରେ ଏହି ଦଣ୍ଡାଦେଶ ଶୁଣାଇଛନ୍ତି ଭୁବନେଶ୍ୱର ସିଜେଏମ୍‌ କୋର୍ଟ। ପ୍ରଦୀପଙ୍କ ସହ କମ୍ପାନୀର ଅନ୍ୟ ଦୁଇ ନିର୍ଦ୍ଦେଶକ ମନୋଜ ପଟ୍ଟନାୟକ ଓ ଶ୍ରୀକୃଷ୍ଣ ପାଢୀଙ୍କୁ ମଧ୍ୟ ୭ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ହୋଇଛି। ଭୁବନେଶ୍ୱର ଖାରବେଳ ନଗର ଥାନାରେ ରୁଜୁ ହୋଇଥିବା ମାମଲାର ବିଚାର କରି କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି।

ସ୍ୱର୍ଣ୍ଣ ଅର୍ଥତତ୍ତ୍ୱ ଯୋଜନାରେ ନିବେଶ କରିଥିବା ପ୍ରିୟବ୍ରତ ମଲ୍ଲିକ ନାମକ ଜଣେ ବ୍ୟକ୍ତି ପ୍ରଦୀପଙ୍କ ବିରୋଧରେ ୨୦୦୧ରେ ଏହି ମାମଲା ରୁଜୁ କରିଥିଲେ। ଏଟି ଗ୍ରୁପ୍ ଠକେଇ ମାମଲାରେ ପୂର୍ବରୁ ସିବିଆଇ କୋର୍ଟ ପ୍ରଦୀପଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୭ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ। ସେହିଭଳି ଦୁଇ ନିର୍ଦ୍ଦେଶକ ମନୋଜ ପଟ୍ଟନାୟକ ଓ ଶ୍ରୀକୃଷ୍ଣ ପାଢ଼ୀଙ୍କୁ ୪ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ହୋଇଥିଲା। ମନୋଜ ପଟ୍ଟନାୟକଙ୍କୁ ୪ ବର୍ଷ ଜେଲଦଣ୍ଡାଦେଶ ସରିବା ଲାଗି ଆଉ ମାତ୍ର ଦୁଇ ମାସ ବାକିଥିବାରୁ କୋର୍ଟଙ୍କ ରାୟ ତାଙ୍କୁ ଝଟକା ଦେଇଛି। ସେହିଭଳି ଶ୍ରୀକୃଷ୍ଣ ପାଢ଼ୀଙ୍କୁ ସିବିଆଇ କୋର୍ଟ ବେଲ ଦେଇଥିବା ବେଳେ ସେ ୧ କୋଟି ଟଙ୍କା ବେଲ୍‌ ବଣ୍ଡ ଯୋଗା଼ଡ଼ରେ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos