ଓଡ଼ିଶା ବିଧାନ ପରିଷଦ ଗଠନ ଉଦ୍ୟମ ପୁଣି ତ୍ୱରାନ୍ୱିତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଓଡ଼ିଶା ବିଧାନ ପରିଷଦ ଗଠନ ଉଦ୍ୟମ ପୁଣି ତ୍ୱାରାନ୍ୱିତ ହୋଇଛି।  ସଂସଦର ଶୀତ ଅଧିବେଶନରେ ଏ ସଂପର୍କିତ ବିଲ୍ ଆଣିବାକୁ ଦାବି କରିଛି ବିଜେଡି  ସର୍ବଦଳୀୟ ବୈଠକ। ପରେ ସାଂସଦ ପିନାକୀ ମିଶ୍ର କହିଛନ୍ତି, ଓଡ଼ିଶାରେ ବିଧାନ ପରିଷଦ ଗଠନ ଦାବି ରଖାଯାଇଛି । ଏଥିପାଇଁ ସର୍ବସମ୍ମତି କ୍ରମେ ସମ୍ବିଧାନ ସଂଶୋଧନ ବିଲ୍ ଆଣିବାକୁ ଦାବି କରାଯାଇଛି । ବିଧାନ ପରିଷଦରେ ମହିଳା, SC/STଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିବ।  ତା’ ସହ ଆଉ […]

690

Tapas Behera
  • Published: Sunday, 17 November 2019
  • , Updated: 17 November 2019, 08:55 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଓଡ଼ିଶା ବିଧାନ ପରିଷଦ ଗଠନ ଉଦ୍ୟମ ପୁଣି ତ୍ୱାରାନ୍ୱିତ ହୋଇଛି।  ସଂସଦର ଶୀତ ଅଧିବେଶନରେ ଏ ସଂପର୍କିତ ବିଲ୍ ଆଣିବାକୁ ଦାବି କରିଛି ବିଜେଡି  ସର୍ବଦଳୀୟ ବୈଠକ। ପରେ ସାଂସଦ ପିନାକୀ ମିଶ୍ର କହିଛନ୍ତି, ଓଡ଼ିଶାରେ ବିଧାନ ପରିଷଦ ଗଠନ ଦାବି ରଖାଯାଇଛି । ଏଥିପାଇଁ ସର୍ବସମ୍ମତି କ୍ରମେ ସମ୍ବିଧାନ ସଂଶୋଧନ ବିଲ୍ ଆଣିବାକୁ ଦାବି କରାଯାଇଛି । ବିଧାନ ପରିଷଦରେ ମହିଳା, SC/STଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିବ।  ତା’ ସହ ଆଉ ୨ଟି ବିଲ୍‌ କପି ମଧ୍ୟ ଆଗୁଆ ଦେବାକୁ ଦାବି କରିଛୁ।  ମାଇନ୍ସ ଆଣ୍ଡ ମିନେରାଲ୍ସ ବିଲ୍ ଓ ବିପର୍ଯ୍ୟୟ ମୁକାବିଲା ବିଲ୍ କପି ମଧ୍ୟ ମଗାଯାଇଥିବା କହିଛନ୍ତି ପିନାକୀ।   ସେପଟେ କଂଗ୍ରେସ ସାଂସଦ ସପ୍ତଗିରି ଉଲାକା କହିଛନ୍ତି, ସଂସଦରେ ଏଥର ସ୍ମିତାରାଣୀ ଓ କୁନ୍ଦୁଲି ପ୍ରସଙ୍ଗ ଉଠାଯିବ।

Related story