ନବୀନଙ୍କୁ ଚିଠି ଲେଖିଲେ ଓଡ଼ିଶାର ସବୁ ବିଜେପି ସାଂସଦ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର)  : କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାରେ ଓଡ଼ିଶା ସାମିଲ ହେଉ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏନେଇ ଚିଠି ଲେଖି ନିବେଦନ କରିଛନ୍ତି ଓଡ଼ିଶାର ସମସ୍ତ ବିଜେପି ସାଂସଦ। ରାଜ୍ୟରେ ଆୟୁଷ୍ମାନ ଭାରତ- ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଲାଗୁ କରିବାକୁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି । ଏହାଦ୍ୱାରା ରାଜ୍ୟବାସୀଙ୍କ ସହ ଦାଦନ ଶ୍ରମିକମାନେ ମଧ୍ୟ ଉପକୃତ ହେବେ ବୋଲି ସେମାନେ ଚିଠିରେ ଉଲ୍ଲେଖ କରିଛନ୍ତି । ଏହି […]

g-11..

Niharika Rout
  • Published: Monday, 12 August 2019
  • , Updated: 12 August 2019, 05:25 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର)  : କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାରେ ଓଡ଼ିଶା ସାମିଲ ହେଉ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏନେଇ ଚିଠି ଲେଖି ନିବେଦନ କରିଛନ୍ତି ଓଡ଼ିଶାର ସମସ୍ତ ବିଜେପି ସାଂସଦ।

ରାଜ୍ୟରେ ଆୟୁଷ୍ମାନ ଭାରତ- ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଲାଗୁ କରିବାକୁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି । ଏହାଦ୍ୱାରା ରାଜ୍ୟବାସୀଙ୍କ ସହ ଦାଦନ ଶ୍ରମିକମାନେ ମଧ୍ୟ ଉପକୃତ ହେବେ ବୋଲି ସେମାନେ ଚିଠିରେ ଉଲ୍ଲେଖ କରିଛନ୍ତି । ଏହି ଚିଠିରେ ଓଡ଼ିଶାର ସମସ୍ତ ୮ଜଣ ବିଜେପି ଲୋକସଭା ସାଂସଦଙ୍କ ସହ ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ମନୋନୀତ ସାଂସଦ ରଘୁନାଥ ମହାପାତ୍ର ଓ ସୋନାଲ ମାନସିଂହଙ୍କର ମଧ୍ୟ ସ୍ୱାକ୍ଷର ରହିଛି ।

ଭାରତ ସରକାରଙ୍କ ‘ଆୟୁଷ୍ମାନ ଯୋଜନା’ର ଶୁଭାରମ୍ଭ ପ୍ରାୟ ବର୍ଷେ ପୂର୍ବେ ହୋଇଥିବା ବେଳେ ବହୁ ରାଜ୍ୟ ଏହାକୁ ଲାଗୁ କରିଛନ୍ତି। ହେଲେ ଓଡ଼ିଶା ସରକାର ଏହାକୁ ଲାଗୁ କରିବାକୁ ଇଚ୍ଛୁକ ହେଉ ନ ଥିବାରୁ ରାଜ୍ୟର ବିଜେପି ସାଂସଦମାନେ ମୁଖ୍ୟମନ୍ତ୍ରୀଙ୍କୁ ଏପରି ଭାବେ ନିବେଦନ କରିଛନ୍ତି।  ତେବେ ଆଗକୁ ରାଜ୍ୟ ସରକାର କ’ଣ ପଦକ୍ଷେପ ନେଉଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

Related story