ଅମିତ ଶାହାଙ୍କ ଗସ୍ତ ପାଇଁ ପୋଷ୍ଟର ଓ ଅଡିଓ ସିଡି ଉନ୍ମୋଚନ

ଭୁବନେଶ୍ୱର: ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହଙ୍କ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏଥିପାଇଁ ବିଜେପି କ୍ୟାମ୍ପ ଚଳଚଞ୍ଚଳ। ଶାହାଙ୍କୁ ସ୍ୱାଗତ କରିବା ପାଇଁ ଆଜି ଅଡିଓ ସିଡି ଓ ପୋଷ୍ଟର ରିଲିଜ କରାଯାଛି। ପୋଷ୍ଟରରେ ‘ମୋ ବୁଥ୍‌ ସବୁଠୁ ମଜବୁତ୍’ ଲେଖାଯାଇଛି। ଓଡିଆଙ୍କ ହକ୍‌ର ଲଢେଇ ଲଢିବାକୁ ଆହ୍ୱାନ ଦିଆଯାଇଛି। ଏହା ସହ ବୁଥ୍‌ରେ ବିକାଶ ପହଁଞ୍ଚିଲେ ଓଡିଶା ମଜବୁତ ହେବର ବାର୍ତ୍ତା ରହିଛି। ୩ ବର୍ଷରେ କେନ୍ଦ୍ର ସରକାରଙ୍କ ଯୋଜନା ଓ ମିଶନ କଥାକୁ ମଧ୍ୟ […]

bjp bbsr

Rakesh Mallick
  • Published: Sunday, 02 July 2017
  • , Updated: 02 July 2017, 07:12 PM IST

ଭୁବନେଶ୍ୱର: ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହଙ୍କ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏଥିପାଇଁ ବିଜେପି କ୍ୟାମ୍ପ ଚଳଚଞ୍ଚଳ। ଶାହାଙ୍କୁ ସ୍ୱାଗତ କରିବା ପାଇଁ ଆଜି ଅଡିଓ ସିଡି ଓ ପୋଷ୍ଟର ରିଲିଜ କରାଯାଛି। ପୋଷ୍ଟରରେ ‘ମୋ ବୁଥ୍‌ ସବୁଠୁ ମଜବୁତ୍’ ଲେଖାଯାଇଛି। ଓଡିଆଙ୍କ ହକ୍‌ର ଲଢେଇ ଲଢିବାକୁ ଆହ୍ୱାନ ଦିଆଯାଇଛି। ଏହା ସହ ବୁଥ୍‌ରେ ବିକାଶ ପହଁଞ୍ଚିଲେ ଓଡିଶା ମଜବୁତ ହେବର ବାର୍ତ୍ତା ରହିଛି। ୩ ବର୍ଷରେ କେନ୍ଦ୍ର ସରକାରଙ୍କ ଯୋଜନା ଓ ମିଶନ କଥାକୁ ମଧ୍ୟ ପୋଷ୍ଟରରେ ଉଲ୍ଲେଖ ରହିଛି। ରାଜ୍ୟକୁ କେନ୍ଦ୍ର ଦେଇଥିବା ଅନୁଦାନ ଓ ରାଜ୍ୟ ସରକାରଙ୍କ ସ୍ଥାଣୁତା ଯୋଗୁ ବିକାଶ ପ୍ରକ୍ରିୟା କିପରି ବାଧାପ୍ରାପ୍ତ ହେଉଛି ପୋଷ୍ଟରରେ ଦଳ ଲେଖିଛି।

Related story