କଳାଧନ ଖୋଳତାଡ: ସେପ୍ଟେମ୍ବରରେ ଦାଖଲ ହେବ ସପ୍ତମ ଅନ୍ତରୀଣ ରିପୋର୍ଟ

କଟକ: କଳାଧନ ମାମଲାର ତଦନ୍ତ କରୁଥିବା ଏସ୍ଆଇଟି ଆସନ୍ତା ସେପ୍ଟେମ୍ବର ମାସରେ ଏହାର ସପ୍ତମ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିବ। କଟକରେ ଆଜି ଏସଆଇଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଏହି ସୂଚନା ଦେଇଛନ୍ତି କଳାଧନ ସମ୍ପର୍କିତ ଏସଆଇଟି ଉପାଧ୍ୟକ୍ଷ ଜଷ୍ଟିସ୍ ଅରିଜିତ ପଶାୟତ। ପଶାୟତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ସିବିଆଇ, ଆୟକର ବିଭାଗ, ରାଜ୍ୟ କ୍ରାଇମବ୍ରାଞ୍ଚ ଓ ଭିଜିଲାନ୍ସ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ। ବୈଠକରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଜବତ ହୋଇଥିବା କଳାଧନ […]

Justice-Arijit-Pasayat

Rakesh Mallick
  • Published: Monday, 14 August 2017
  • , Updated: 14 August 2017, 08:13 PM IST

କଟକ: କଳାଧନ ମାମଲାର ତଦନ୍ତ କରୁଥିବା ଏସ୍ଆଇଟି ଆସନ୍ତା ସେପ୍ଟେମ୍ବର ମାସରେ ଏହାର ସପ୍ତମ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିବ। କଟକରେ ଆଜି ଏସଆଇଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଏହି ସୂଚନା ଦେଇଛନ୍ତି କଳାଧନ ସମ୍ପର୍କିତ ଏସଆଇଟି ଉପାଧ୍ୟକ୍ଷ ଜଷ୍ଟିସ୍ ଅରିଜିତ ପଶାୟତ। ପଶାୟତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ସିବିଆଇ, ଆୟକର ବିଭାଗ, ରାଜ୍ୟ କ୍ରାଇମବ୍ରାଞ୍ଚ ଓ ଭିଜିଲାନ୍ସ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ। ବୈଠକରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଜବତ ହୋଇଥିବା କଳାଧନ ସମ୍ପତ୍ତି ପ୍ରସଙ୍ଗରେ ଉପରେ ଆଲୋଚନା ହୋଇଥିଲା। ଯେଉଁଥିରେ ସୁର ବାବାଙ୍କ ୧୪ କୋଟି ଏବଂ ସାରଥୀ ଆଶ୍ରମର ୧୨ କୋଟି ଟଙ୍କା ରହିଛି ତା’ସହ ବେନାମୀ ଟ୍ରାଞ୍ଜେକ୍‌ସନ୍‌ ଆଇନରେ ପ୍ରାୟ ୧୪ଶହରୁ ୧୫ଶହ କୋଟି ଟଙ୍କା ଠାବ ହୋଇଥିବା ସୂଚନା ଦେଇଥିଲେ ଏସ୍‌ଆଇଟି ଉପାଧ୍ୟକ୍ଷ। ତେବେ ଏସ୍ଆଇଟିର ଏକାଧିକ ସୁପାରିସକୁ ସରକାର ଗ୍ରହଣ କରିଥିବା ସେ ସୂଚନା ଦେଇଛନ୍ତି।

Related story