'ଫୋନି' ପାଇଁ ଏଯାଏ ହୋଇଥିବା ବ୍ୟବସ୍ଥା

ନୂଆଦିଲ୍ଲୀ: ସାମୁଦ୍ରିକ ଝଡ଼ ବାତ୍ୟା ‘ଫୋନି’ ଏବେ ପୁରୀଠାରୁ ୬୫୦ କିମି ଦୂରରେ ରହିଛି। ଶୁକ୍ରବାର ଏହା ପୁରୀ ଉପକୂଳରେ ଲ୍ୟାଣ୍ଡଫଲ କରିବାର ଆଶଙ୍କା ରହିଛି। ଏହାପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ତେବେ ଆସନ୍ତୁ ଜାଣିବା ଫୋନି ପାଇଁ ଏଯାଏ କି କି ପଦକ୍ଷେପ ନିଆଯାଇଛି। ୧: ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକରେ ହାଇଆଲର୍ଟ ଜାରି କରାଯାଇଛି। ୨: ଓଡ଼ିଶାରେ ଏନ୍‌ଡିଆରଏଫ୍‌ ୨୮ଟି ଟିମ୍‌ ମୁତୟନ କରିଥିବା ବେଳେ […]

s

Hemant Lenka
  • Published: Wednesday, 01 May 2019
  • , Updated: 01 May 2019, 06:07 PM IST

ନୂଆଦିଲ୍ଲୀ: ସାମୁଦ୍ରିକ ଝଡ଼ ବାତ୍ୟା 'ଫୋନି' ଏବେ ପୁରୀଠାରୁ ୬୫୦ କିମି ଦୂରରେ ରହିଛି। ଶୁକ୍ରବାର ଏହା ପୁରୀ ଉପକୂଳରେ ଲ୍ୟାଣ୍ଡଫଲ କରିବାର ଆଶଙ୍କା ରହିଛି। ଏହାପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ତେବେ ଆସନ୍ତୁ ଜାଣିବା ଫୋନି ପାଇଁ ଏଯାଏ କି କି ପଦକ୍ଷେପ ନିଆଯାଇଛି।

୧: ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକରେ ହାଇଆଲର୍ଟ ଜାରି କରାଯାଇଛି।

୨: ଓଡ଼ିଶାରେ ଏନ୍‌ଡିଆରଏଫ୍‌ ୨୮ଟି ଟିମ୍‌ ମୁତୟନ କରିଥିବା ବେଳେ ଓଡ୍ରାଫର ୨୦ ୟୁନିଟ ଓ ଅଗ୍ନିଶମ ବିଭାଗର ୩୩୫ଟି ୟୁନିଟ ସଜାଗ ରହିଛନ୍ତି।

୩: ଆଜି ପାଇଁ ଉପକୂଳବର୍ତ୍ତୀ ଅଞ୍ଚଳରେ ୱେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ମାଛଧରା ଉପରେ ରୋକ ଲାଗିଛି।

୪: ରାଜ୍ୟର ସମସ୍ତ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ୨ରୁ ୪ ତାରିଖ ଯାଏ ଛୁଟି ଘୋଷଣା କରାଯାଇଛି।

୫: ବାତ୍ୟାର ମୁକାବିଲା ପାଇଁ ୮୮୦ଟି ବାତ୍ୟା ଆଶ୍ରୟସ୍ଥଳକୁ ପ୍ରସ୍ତୁତ ରେଖାଯାଇଛି। ପ୍ରତି ଆଶ୍ରୟସ୍ଥଳରେ ୧ ହଜାର ଲୋକଙ୍କ ପାଇଁ ସବୁ ବ୍ୟବସ୍ଥା କରାଯିବାକୁ ଲକ୍ଷ୍ୟ ରଖାଯାଇଛି।

୬: ପୁରୀରେ ଥିବା ପର୍ଯ୍ୟଟକଙ୍କୁ ୨ ତାରିଖ ସନ୍ଧ୍ୟା ସୁଦ୍ଧା ସହରର ଛାଡ଼ିବାକୁ କୁହାଯାଇଛି। ସେହିପରି କାମ ନଥିଲେ ଅଯଥା ପ୍ରଭାବିତ ଅଞ୍ଚଳକୁ ଗସ୍ତ ନ କରିବାକୁ କୁହାଯାଇଛି।

୭: ନ୍ୟାଶନାଲ କ୍ରାଇସିସ୍‌ ମ୍ୟାନେଜମେଣ୍ଟ କମିଟି ଆଗୁଆ ଓଡ଼ିଶା, ପଶ୍ଚିମବଙ୍ଗ, ତାମିଲନାଡୁ ଓ ଆନ୍ଧ୍ର ପ୍ରଦେଶକୁ ମୋଟ ୧,୦୮୬ କୋଟି ଟଙ୍କା ମଞ୍ଜୁର କରିଛି।

୮: ଭାରତୀୟ ତଟରକ୍ଷୀ ବାହିନୀ, ନୌସେନା ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଜାହାଜ ସହ ପ୍ରସ୍ତୁତ ରହିଛନ୍ତି। ସେହିପରି ବାୟୁସେନା ଓ ସ୍ଥଳ ସେନା ମଧ୍ୟ ଦରକାର ପଡ଼ିଲେ ଲୋକଙ୍କୁ ସାହାଯ୍ୟ ପାଇଁ ଆସିବାକୁ ପ୍ରସ୍ତୁତ ରହିଛନ୍ତି।

୯: ଓଡ଼ିଶା, ଆନ୍ଧ୍ର ଓ ପଶ୍ଚିମବଙ୍ଗରେ ୪୧ ପ୍ଲାଟୁନ ସିଆରପିଏଫ୍‌ ମୁତୟନ କରାଯାଇଛି।

୧୦: ଆସନ୍ତା ୧୫ ତାରିଖ ଯାଏ ଓଡ଼ିଶାର ସମସ୍ତ ସରକାରୀ ଡାକ୍ତରଙ୍କ ଛୁଟିକୁ ବାତିଲ କରି ଦିଆଯାଇଛି।

୧୧: ପୂର୍ବତଟ ରେଳବାଇ ୮୧ଟି ଟ୍ରେନ୍‌କୁ ବାତିଲ କରିଛି।

୧୨: ପ୍ରଭାବିତ ହେବାକୁ ଥିବା ୧୧ ଜିଲ୍ଲା ପାଇଁ ୧୧ ଜଣ ଆଇପିଏସଙ୍କୁ ଦାୟିତ୍ୱ ଦିଆଯାଇଛି।

Related story