ପୁରୀ ସୌନ୍ଦର୍ଯ୍ୟକରଣ: ୪୬୧ କୋଟିରେ ୪ଟି କାର୍ଯ୍ୟର ଟେଣ୍ଡର ନେଲା ଏନସିସି ଲିଃ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ‘ଅବଢ଼ା’ ଯୋଜନାରେ ପୁରୀଠାରେ ଜଗନ୍ନାଥବଲ୍ଲଭ ତୀର୍ଥସ୍ଥଳୀ କେନ୍ଦ୍ର, ମାର୍କେଟ କମ୍ପ୍ଲେକ୍ସ, ଶ୍ରୀସେତୁ ନିର୍ମାଣ ଓ ମୂଷା ନଦୀର ସମ୍ପ୍ରସାରଣ କାର୍ଯ୍ୟ ଏନସିସି ଲିମିଟେଡ୍ କରିବ। ୪୬୧.୨୫ କୋଟି ଟଙ୍କା ବ୍ୟୟରେ ଏହି ୪ଟି ପ୍ରକଳ୍ପ କାର୍ଯ୍ୟର ଟେଣ୍ଡରକୁ ଏନସିସି ଲିମିଟେଡକୁ କରିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଆଜି ଅନୁମୋଦନ କରିଛନ୍ତି। ‘ଟର୍ଣ୍ଣ-କି’ ଟେଣ୍ଡର ଆଧାରରେ ଏନସିସି ଲିମିଟେଡ୍ ଏହି କାର୍ଯ୍ୟକୁ ୩୦ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସେହିପରି […]

puri

puri

Manoranjan Sial
  • Published: Thursday, 12 November 2020
  • Updated: 12 November 2020, 10:26 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ‘ଅବଢ଼ା’ ଯୋଜନାରେ ପୁରୀଠାରେ ଜଗନ୍ନାଥବଲ୍ଲଭ ତୀର୍ଥସ୍ଥଳୀ କେନ୍ଦ୍ର, ମାର୍କେଟ କମ୍ପ୍ଲେକ୍ସ, ଶ୍ରୀସେତୁ ନିର୍ମାଣ ଓ ମୂଷା ନଦୀର ସମ୍ପ୍ରସାରଣ କାର୍ଯ୍ୟ ଏନସିସି ଲିମିଟେଡ୍ କରିବ। ୪୬୧.୨୫ କୋଟି ଟଙ୍କା ବ୍ୟୟରେ ଏହି ୪ଟି ପ୍ରକଳ୍ପ କାର୍ଯ୍ୟର ଟେଣ୍ଡରକୁ ଏନସିସି ଲିମିଟେଡକୁ କରିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଆଜି ଅନୁମୋଦନ କରିଛନ୍ତି। ‘ଟର୍ଣ୍ଣ-କି’ ଟେଣ୍ଡର ଆଧାରରେ ଏନସିସି ଲିମିଟେଡ୍ ଏହି କାର୍ଯ୍ୟକୁ ୩୦ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ସେହିପରି ପୁରୀ ସୌନ୍ଦର୍ଯ୍ୟକରଣ ଓ ଶ୍ରୀମନ୍ଦିରର ଚାରି ପାଖର ସୁରକ୍ଷା ନିମନ୍ତେ ଐତିହ୍ୟ କରିଡ଼ର ପାଇଁ ଅଧିକୃତ ସମସ୍ତ ସରକାରୀ ଜମି ଓ ଅଧିଗୃହୀତ ବା କିଣାଯାଇଥିବା ସମସ୍ତ ଜମିକୁ ପ୍ରଭୁ ଶ୍ରୀଜଗନ୍ନାଥ ବିଜେ,ପୁରୀ ମାର୍ଫତ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ସମିତି ନାଁରେ ବିନା ମୂଲ୍ୟରେ ହସ୍ତାନ୍ତର ଓ ରେକର୍ଡ ସଂଶୋଧନ କରିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି।

ଏହାସହିତ କ୍ୟାବିନେଟ ଆଜି ସ୍ୱାସ୍ଥ୍ୟ ବିଭାଗର ଓଡ଼ିଶା ନର୍ସିଂ ସେବା ସଂଶୋଧନ ଅଧିନିୟମ-୨୦୨୦ ସଂଶୋଧନ, ଓଡ଼ିଶା ଡାକ୍ତରୀ ସେବା ଓ ସ୍ୱାସ୍ଥ୍ୟସେବା ନିୟମାବଳୀ-୨୦୧୭ରେ ସଂଶୋଧନ, ଓଡ଼ିଶା ରେଡ଼ିଓଗ୍ରାଫର ସେବା ସଂଶୋଧନ ନିୟମ-୨୦୨୦, ଓଡ଼ିଶା ଫାର୍ମାସିଷ୍ଟ ସେବା ସଂଶୋଧନ ନିୟମ-୨୦୨୦, ଓଡ଼ିଶା ବେସରକାରୀ ସେବା (ପଦୋନ୍ନତି ଓ ମାନଦଣ୍ଡ) ନିୟମାବଳୀ-୧୯୯୨ର ସଂଶୋଧନ, ଓଡ଼ିଶା ଯୋଜନା ସେବା ନିୟମ-୧୯୯୬ର ସଂଶୋଧନ, ଓଡ଼ିଶା ସରକାରୀ ପଲଟେକନିକରେ ଲାବ୍ରୋଟୋରୀ ସହାୟକ (ନିଯୁକ୍ତି ଓ ଚାକିରି ସର୍ତ୍ତାବଳୀ) ନିୟମ-୨୦୨୦ର ପ୍ରଣୟନ ସମେତ ଯୋଡ଼ା-ବାମବେରୀ ଜାତୀୟ ରାଜପଥରେ ଯୋଡ଼ା ଟାଉନ୍ ମଧ୍ୟରେ ୩ କିମି ଲମ୍ବର ଫ୍ଲାଏଓଭର ନିର୍ମାଣ ପାଇଁ ଜିଲ୍ଲା ଖଣିଜ ପାଣ୍ଠିରୁ ୧୪୪.୧୧ କୋଟି ଟଙ୍କା ବ୍ୟୟରେ ଟେଣ୍ଡର ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି।

ରଞ୍ଜିତ-ଚେଭରକ୍ସ(ଯୌଥ ଉଦ୍ୟୋଗ)ରେ ଏହି ପ୍ରକଳ୍ପ ୩୦ମାସ ମଧ୍ୟରେ ଶେଷ ପାଇଁ ଲକ୍ଷ୍ୟ ରଖାଯାଇଛି। ଏହାବ୍ୟତୀତ କୋଭିଡ୍ ମହାମାରୀ ନିୟନ୍ତ୍ରଣ ପାଇଁ ଆବଶ୍ୟକ ନିଷ୍ପତ୍ତି ନେବା ନିମନ୍ତେ ଗଠିତ କ୍ଷମତାପ୍ରାପ୍ତ ମନ୍ତ୍ରିସ୍ତରୀୟ କମିଟି ଦ୍ୱାରା ଗତ ସେପ୍ଟେମ୍ବର ୨ତାରିଖରେ ଅନୁଷ୍ଠିତ ବୈଠକର ନିଷ୍ପତ୍ତିକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି। ଏହି ମନ୍ତ୍ରିସ୍ତରୀୟ କମିଟି ଏପର୍ଯ୍ୟନ୍ତ ୧୦ଥର ବୈଠକ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story