ଓଡ଼ିଶା ସିଟିଜେନ୍ସ ଆୱାର୍ଡ-୨୦୨୧ ଅନୁଷ୍ଠିତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅନୁଷ୍ଠିତ ହୋଇଯାଇଛି ଓଡ଼ିଶା ଟେଲିଭିଜନ୍ ନେଟୱର୍କ ପକ୍ଷରୁ ଆୟୋଜିତ ଓଡ଼ିଶା ସିଟିଜେନ୍ସ ଆୱାର୍ଡ-୨୦୨୧। ଶନିବାର କଟକରେ ଅନୁଷ୍ଠିତ ଏହି ଉତ୍ସବରେ ୯ଟି ବର୍ଗରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତି ବିଶେଷଙ୍କୁ ପୁରସ୍କୃତ କରାଯାଇଛି। ରାଜନୀତିରେ କଂଗ୍ରେସ ସାଂସଦ ସପ୍ତଗିରି ଉଲାକା, ଶିକ୍ଷାରେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ କୁଳପତି କିଶୋର କୁମାର ବାସା, ସମାଜ ସେବାରେ ସୁବାସ ଚନ୍ଦ୍ର ଗଜେନ୍ଦ୍ର, କ୍ରୀଡ଼ା କ୍ଷେତ୍ରରେ ହକି ଖେଳାଳି ଦୀପଗ୍ରେସ ଏକ୍କା, ମନୋରଞ୍ଜନରେ କଣ୍ଠଶିଳ୍ପୀ ସୁବାସ ଦାଶ, […]

Citizens Award

Citizens Award

Jitendra Garnayak
  • Published: Sunday, 10 October 2021
  • Updated: 10 October 2021, 11:39 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅନୁଷ୍ଠିତ ହୋଇଯାଇଛି ଓଡ଼ିଶା ଟେଲିଭିଜନ୍ ନେଟୱର୍କ ପକ୍ଷରୁ ଆୟୋଜିତ ଓଡ଼ିଶା ସିଟିଜେନ୍ସ ଆୱାର୍ଡ-୨୦୨୧। ଶନିବାର କଟକରେ ଅନୁଷ୍ଠିତ ଏହି ଉତ୍ସବରେ ୯ଟି ବର୍ଗରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତି ବିଶେଷଙ୍କୁ ପୁରସ୍କୃତ କରାଯାଇଛି।

ରାଜନୀତିରେ କଂଗ୍ରେସ ସାଂସଦ ସପ୍ତଗିରି ଉଲାକା, ଶିକ୍ଷାରେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ କୁଳପତି କିଶୋର କୁମାର ବାସା, ସମାଜ ସେବାରେ ସୁବାସ ଚନ୍ଦ୍ର ଗଜେନ୍ଦ୍ର, କ୍ରୀଡ଼ା କ୍ଷେତ୍ରରେ ହକି ଖେଳାଳି ଦୀପଗ୍ରେସ ଏକ୍କା, ମନୋରଞ୍ଜନରେ କଣ୍ଠଶିଳ୍ପୀ ସୁବାସ ଦାଶ, କୃଷିରେ ଜୟନ୍ତୀ ମହାପାତ୍ର, କଳା ଓ ସଂସ୍କୃତି ବର୍ଗରେ ସୁରେନ୍ଦ୍ର ମେହେର, ବାଣିଜ୍ୟରେ ଦେବେନ୍ ରାୟ ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଡିଓଲୋଜିଷ୍ଟ୍ ଡାକ୍ତର ମହେନ୍ଦ୍ର ତ୍ରିପାଠୀଙ୍କୁ ପୁରସ୍କୃତ କରାଯାଇଛି। ଏଥିସହ ସମସ୍ତ ବର୍ଗରେ ମନୋନୀତ ଅନ୍ୟ ୩ ଜଣ ବ୍ୟକ୍ତି ବିଶେଷ ମଧ୍ୟ ସମ୍ମାନିତ ହୋଇଛନ୍ତି।

ଏହି ପୁରସ୍କାର ପ୍ରଦାନ ପାଇଁ ବିଶେଷଜ୍ଞମାନଙ୍କୁ ନେଇ ବିଚାରକମଣ୍ଡଳୀ ଗଠନ କରାଯାଇଥିଲା। ଏହା ସହିତ ଅନ୍‌ଲାଇନ୍‌ରେ ଲୋକଙ୍କ ଠାରୁ ମତ ସଂଗ୍ରହ କରାଯାଇଥିଲା।

ପୁରସ୍କାର ବିତରଣ ଉତ୍ସବରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଜେପି ନେତା ପ୍ରଦୀପ ପୁରୋହିତ, କଂଗ୍ରେସ ନେତା ପ୍ରଦୀପ ମାଝୀ ଓ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos