ସରକାର ମାନିଲେ ଦଲାଲଙ୍କ କବଜାରେ ଡାକ୍ତରଖାନା, ବ୍ଲଡବ୍ୟାଙ୍କ୍ ଓ ଆମ୍ବୁଲାନ୍ସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଜର ମହତ୍ୱାକାଂକ୍ଷୀ ଯୋଜନା ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ’ରେ ସମସ୍ତଙ୍କୁ ସରକାରୀ ଡାକ୍ତରଖାନାରେ ମାଗଣାରେ ସ୍ୱାସ୍ଥ୍ୟସେବା ଯୋଗାଣର ବାସ୍ତବତା ଏବେ ପଦାରେ ପଡ଼ିଛି । ସରକାରୀ ହସ୍ପିଟାଲଗୁଡ଼ିକରେ ‘ମୋ ସରକାର’ କାର୍ଯ୍ୟକ୍ରମକୁ ଆରମ୍ଭ ପାଇଁ ନିଷ୍ପତ୍ତି ନେଇଥିବା ରାଜ୍ୟ ସରକାର ଏବେ ଡାକ୍ତରଖାନା, ବ୍ଲଡବ୍ୟାଙ୍କ, ଆମ୍ବୁଲାନ୍ସ ଓ ଡାୟାଲିସିସ୍ ଆଦି କ୍ଷେତ୍ରଗୁଡ଼ିକ ଦଲାଲଙ୍କ କବଜାରେ ରହିଛି ବୋଲି ଖୋଦ୍ ସରକାର ସ୍ୱୀକାର କରିଛନ୍ତି। ଯାହାକି ପରୋକ୍ଷରେ ଗତବର୍ଷ ଅଗଷ୍ଟ ୧୫ରୁ ଆରମ୍ଭ ହୋଇଥିବା ‘ବିଜୁ ସ୍ୱାସ୍ଥ୍ୟ […]

694033-naveen-patnaik-dna

694033-naveen-patnaik-dna

Manoranjan Sial
  • Published: Wednesday, 25 September 2019
  • Updated: 26 September 2019, 07:59 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଜର ମହତ୍ୱାକାଂକ୍ଷୀ ଯୋଜନା ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ’ରେ ସମସ୍ତଙ୍କୁ ସରକାରୀ ଡାକ୍ତରଖାନାରେ ମାଗଣାରେ ସ୍ୱାସ୍ଥ୍ୟସେବା ଯୋଗାଣର ବାସ୍ତବତା ଏବେ ପଦାରେ ପଡ଼ିଛି । ସରକାରୀ ହସ୍ପିଟାଲଗୁଡ଼ିକରେ ‘ମୋ ସରକାର’ କାର୍ଯ୍ୟକ୍ରମକୁ ଆରମ୍ଭ ପାଇଁ ନିଷ୍ପତ୍ତି ନେଇଥିବା ରାଜ୍ୟ ସରକାର ଏବେ ଡାକ୍ତରଖାନା, ବ୍ଲଡବ୍ୟାଙ୍କ, ଆମ୍ବୁଲାନ୍ସ ଓ ଡାୟାଲିସିସ୍ ଆଦି କ୍ଷେତ୍ରଗୁଡ଼ିକ ଦଲାଲଙ୍କ କବଜାରେ ରହିଛି ବୋଲି ଖୋଦ୍ ସରକାର ସ୍ୱୀକାର କରିଛନ୍ତି। ଯାହାକି ପରୋକ୍ଷରେ ଗତବର୍ଷ ଅଗଷ୍ଟ ୧୫ରୁ ଆରମ୍ଭ ହୋଇଥିବା ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ରେ ଗରିବ ହିତାଧିକାରୀଙ୍କୁ ସରକାରୀ ଡାକ୍ତରଖାନାରେ କିଭଳି ସେବା ମିଳୁଥିବ ତା’ର ବାସ୍ତବ ଚିତ୍ରକୁ ଉଜାଗର କରିଛି।

ଗାନ୍ଧି ଜୟନ୍ତୀରୁ ‘ମୋ ସରକାର’ କାର୍ଯ୍ୟକ୍ରମକୁ ସମସ୍ତ ଡାକ୍ତରଖାନାରେ ଲାଗୁ କରାଯିବାକୁ ଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ସବୁ ଜିଲ୍ଲାର ଜିଲ୍ଲାପାଳ,ଏସପି, ମୁଖ୍ୟ ଚିକିତ୍ସା ଅଧିକାରୀ ଓ ଅନ୍ୟ ଡାକ୍ତରମାନଙ୍କ ଆଲୋଚନା କରିଥିଲେ। ଡାକ୍ତରଖାନାର ପ୍ରକୃତ ମାଲିକ ହେଉଛନ୍ତି ଜନସାଧାରଣ ଓ ସେମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଡାକ୍ତରଙ୍କ ଦାୟିତ୍ୱ ବୋଲି କହିବା ସହ ରୋଗୀଙ୍କୁ ସମ୍ମାନର ସ୍ୱାସ୍ଥ୍ୟ ସେବା ଓ ଉତ୍ତମ ବ୍ୟବହାର ପ୍ରଦାନ ଉପରେ ଧ୍ୟାନକେନ୍ଦ୍ରିତ ପାଇଁ ଡାକ୍ତରମାନଙ୍କୁ ପରାମର୍ଶ ଦେଇଥିଲେ। ସ୍ୱାସ୍ଥ୍ୟ କ୍ଷେତ୍ରରେ ରାଜ୍ୟର ବଜେଟ ୨୦୦୦ ମସିହାରେ ୫୧୪କୋଟି ଟଙ୍କା ଥିବାବେଳେ ଏବେ ୭ହଜାର କୋଟି ଟଙ୍କାରେ ପହଞ୍ଚିବା ଓ ୭ଟି ମେଡିକାଲ କଲେଜ ଥିବାବେଳେ ଖୁବଶୀଘ୍ର ଆଉ ୧୨ଟି ମେଡିକାଲ କଲେଜ ପ୍ରତିଷ୍ଠା ହେବ ବୋଲି ସୂଚନା ଦେଇଥିଲେ। ମୁଖ୍ୟମନ୍ତ୍ରୀ ଏହି ବୈଠକରେ ୨୦୦୧ ମସିହାରେ କାଶୀପୁରରେ ଆମ୍ବୁ ଟାକୁଆ ଖାଇ କିଛି ଲୋକ ଅସୁସ୍ଥ ହେବା ଘଟଣା କଥା ମନେ ପକାଇଥିଲେ ମଧ୍ୟ କାନ୍ଧରେ ଶବ ବୋହିଥିବା ଦାନ ମାଝୀ ସମ୍ପର୍କରେ କିଛି କହିନଥିଲେ।

ସେହିପରି ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ‘ଫାଇଭ-ଟି’ ସଚିବ ଭିକେ ପାଣ୍ଡିଆନ୍ କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କର ‘ସୁସ୍ଥ ଓଡ଼ିଶା ସୁଖୀ ଓଡ଼ିଶା’ ଲକ୍ଷ୍ୟକୁ ପୂରଣ କରିବା ପାଇଁ ସମସ୍ତଙ୍କୁ ଉତ୍ତମ ସେବା ଯୋଗାଇ ଦେବା ଅତ୍ୟନ୍ତ ଜରୁରୀ। ଏହାସହିତ ଡାକ୍ତରଖାନାଗୁଡ଼ିକୁ ବିଶେଷକରି ବ୍ଲଡ୍ ବ୍ୟାଙ୍କ, ଆମ୍ବୁଲାନ୍ସ ଓ ଡାୟାଲିସିସ୍ ଆଦି କ୍ଷେତ୍ରଗୁଡ଼ିକୁ ୧୫ଦିନ ମଧ୍ୟରେ ସମ୍ପୂର୍ଣ୍ଣ ଭାବେ ଦଲାଲମୁକ୍ତ କରିବା ପାଇଁ ସେ ପରାମର୍ଶ ଦେଇଥିଲେ।

ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଆର ବାଲକ୍ରିଷ୍ଣନ, ପୁଲିସ ଡିଜି ବିକେ ଶର୍ମା, ଉନ୍ନୟନ କମିଶନର ଓ ବିଭିନ୍ନ ବିଭାଗର ସଚିବମାନେ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story