୯୨୭୧୩ କୋଟି ଟଙ୍କାର ୫ଟି ମେଗା ପୁଞ୍ଜିନିବେଶ ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ସ୍ଥିତି ଯୋଗୁ ସମଗ୍ର ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ଲାଗି ରହିଥିବାବେଳେ ଓଡ଼ିଶାରେ ପୁଞ୍ଜିନିବେଶ ପ୍ରକ୍ରିୟା ଜାରି ରହିଛି। ୯୨୭୧୩ କୋଟି ଟଙ୍କାର ୫ଟି ମେଗା ପୁଞ୍ଜିନିବେଶ ପ୍ରସ୍ତାବକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ କ୍ଲିଅରାନ୍ସ ଅଥରିଟି ବୈଠକରେ ମଞ୍ଜୁରୀ ମିଳିଛି। ଏସବୁ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ଅତିରିକ୍ତ ୩୧୯୭୯ଟି ନୂଆ ନିଯୁକ୍ତି ସୃଷ୍ଟି ହେବ। ଏସବୁ ପ୍ରକଳ୍ପକୁ ଅକ୍ଟୋବର ୯ ତାରିଖରେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ […]

appointment

appointment

Manoranjan Sial
  • Published: Thursday, 05 November 2020
  • Updated: 05 November 2020, 07:54 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ସ୍ଥିତି ଯୋଗୁ ସମଗ୍ର ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ଲାଗି ରହିଥିବାବେଳେ ଓଡ଼ିଶାରେ ପୁଞ୍ଜିନିବେଶ ପ୍ରକ୍ରିୟା ଜାରି ରହିଛି। ୯୨୭୧୩ କୋଟି ଟଙ୍କାର ୫ଟି ମେଗା ପୁଞ୍ଜିନିବେଶ ପ୍ରସ୍ତାବକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ କ୍ଲିଅରାନ୍ସ ଅଥରିଟି ବୈଠକରେ ମଞ୍ଜୁରୀ ମିଳିଛି। ଏସବୁ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ଅତିରିକ୍ତ ୩୧୯୭୯ଟି ନୂଆ ନିଯୁକ୍ତି ସୃଷ୍ଟି ହେବ। ଏସବୁ ପ୍ରକଳ୍ପକୁ ଅକ୍ଟୋବର ୯ ତାରିଖରେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ଅନୁମୋଦନ କରିଥିଲେ।

ରାଜ୍ୟକୁ ଆସୁଥିବା ପୁଞ୍ଜିନିବେଶ ପ୍ରସ୍ତାବ ଉପରେ ସନ୍ତୋଷ ବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାର ଶିଳ୍ପଭିତ୍ତିକ ଅର୍ଥନୀତି ଖୁବଶୀଘ୍ର ପୁନଃଟ୍ରାକକୁ ଫେରିଛି। ୨୦୨୦ ଫେବୃୟାରୀ ମାସ ପରଠୁ ଓଡ଼ିଶା ୧.୧୭ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବକୁ ଅନୁମୋଦନ କରିଛି ଓ ଏହାଦ୍ୱାରା ୫୩ହଜାର ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେବ। ଏହି ଶିଳ୍ପ ପ୍ରକଳ୍ପଗୁଡ଼ିକ ଯୋଗୁ ରାଜ୍ୟରେ ସବୁ ବର୍ଗର ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗର ସମ୍ଭାବନା ରହିଛି। ଇଣ୍ଡଷ୍ଟ୍ରିଆଲ ପଲିସି ରିଜୋଲ୍ୟୁସନ(ଆଇପିଆର)-୨୦୧୫ ଅବଧି ମଧ୍ୟରେ ହାଇଲେଭଲ କ୍ଲିଅରାନ୍ସ ଅଥରିଟି(ଏଚଏଲସିଏ) ଦ୍ୱାରା ଅନୁମୋଦନ ଲାଭ କରିବାରେ ଏହା ସର୍ବବୃହତ୍ ପୁଞ୍ଜିନିବେଶ ପ୍ରସ୍ତାବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଆଜି ଅନୁମୋଦନ ଲାଭ କରିଥିବା ୫ଟି ପୁଞ୍ଜିନିବେଶ ପ୍ରସ୍ତାବ ମଧ୍ୟରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିଃ ଦ୍ୱାରା ୬,୦୧୮କୋଟି ଟଙ୍କାର ପୁଞ୍ଜିନିବେଶ କରାଯିବ। ଯେଉଁଥିରେ ଅନୁଗୋଳରେ ଥିବା ତା’ର ଷ୍ଟିଲ ପ୍ଲାଣ୍ଟ କ୍ଷମତାକୁ ବାର୍ଷିକ ୬ନିୟୁତ ଟନରୁ ୧୮.୬ ନିୟୁତ ଟନକୁ ସମ୍ପ୍ରସାରଣ କରିବା, ବାର୍ଷିକ ୩୬ ନିୟୁତ୍ ଟନର ସ୍ଲରି ପାଇପଲାଇନ୍ ଓ ବାର୍ଷିକ ୧୨.୫ ନିୟୁତ ଟନ କ୍ଷମତାବିଶିଷ୍ଟ ସିମେଣ୍ଟ ପ୍ଲାଣ୍ଟ ସ୍ଥାପନ ସାମିଲ ରହିଛି। ଏସବୁ ଦ୍ୱାରା ଦୁଇଟି ପର୍ଯ୍ୟାୟରେ ୨୪୩୫୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ।

ସେହିପରି ଜିନ୍ଦଲ ଷ୍ଟେନଲେସ୍ ଲିଃ ଦ୍ୱାରା କଳିଙ୍ଗନଗର ଶିଳ୍ପାଂଚଳରେ ଥିବା ତା’ର ପ୍ଲାଣ୍ଟର ବାର୍ଷିକ କ୍ଷମତା ୧.୧ ନିୟୁତ ଟନରୁ ୩.୨ ନିୟୁତ ଟନକୁ ବୃଦ୍ଧି ଓ କୋଲଡ୍ ରୋଲିଂ ମିଲ୍ କ୍ଷମତାକୁ ବାର୍ଷିକ ୨.୪ ନିୟୁତ ଟନକୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦିଆଯାଇଛି। ଏଥିରେ କମ୍ପାନୀ ୬୮୪୦କୋଟି ଟଙ୍କା ନିବେଶ କରିବ ଓ ୨୨୩୬ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ।

ସେହିପରି ଏସାର ମିନମେଟ୍ ଲିଃ କମ୍ପାନୀ କେନ୍ଦୁଝର ଓ ପାରାଦୀପରେ ୬୬୫୦କୋଟି ଟଙ୍କା ବ୍ୟୟରେ ବାର୍ଷିକ ୧୪ନିୟୁତ ଟନର ବେନିଫିକେସନ୍ ଓ ୧୪ ନିୟୁତ ଟନର ପେଲେଟ୍ ପ୍ଲାଣ୍ଟ ଓ ୧୪ ନିୟୁତ ଟନ କ୍ଷମତା ବିଶିଷ୍ଟ ସ୍ଲରି ପାଇପଲାଇନ୍ ସ୍ଥାପନ କରିବ। ଏଥିରେ ୧୪୬୮ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ସେହିପରି ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ ଇଣ୍ଡିଆ କେନ୍ଦୁଝରରେ ନିଜର ବେନିଫିକେସନ ପ୍ଲାଣ୍ଟର କ୍ଷମତା ବାର୍ଷିକ ୧୬.୭୬ ନିୟୁତ ଟନ ଓ ପାରାଦୀପରେ ପେଲେଟ୍ ପ୍ଲାଣ୍ଟ କ୍ଷମତା ୧୨ ନିୟୁତ ଟନକୁ ବୃଦ୍ଧି କରିବାକୁ ୨ହଜାର କୋଟି ଟଙ୍କାର ପୁଞ୍ଜିନିବେଶ କରିବ ବୋଲି ପ୍ରସ୍ତାବ ଦେଇଛି। ଏହାଦ୍ୱାରା ୬୫୫ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ।

ସେହିପରି ସମ୍ବଲପୁରରେ ଶ୍ୟାମ ମେଟାଲିକ୍ସ ଆଣ୍ଡ ଏନର୍ଜି ଲିଃକୁ ତା’ର ଷ୍ଟିଲ୍ ପ୍ଲାଣ୍ଟ ଉତ୍ପାଦନ କ୍ଷମତା ବାର୍ଷିକ ୨.୩୭୩ ନିୟୁତ ଟନକୁ ବୃଦ୍ଧି ଓ ଏକ ରୋଲିଂ ମିଲ୍ ନିର୍ମାଣ ନିମନ୍ତେ ୧୨୦୫କୋଟି ଟଙ୍କା ପୁଞ୍ଜିନିବେଶ କରିବ। ଏଥିରେ ୩୨୭୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ଆଜି ଏହି ସମସ୍ତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏଚଏଲସିଏ ବୈଠକରେ ଅନୁମୋଦନ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story