ଆସନ୍ତାକାଲି ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କୁ ଭେଟିବେ ନବୀନ

ଭୁବନେଶ୍ୱର: ଆସନ୍ତାକାଲି ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କ ସହ ସିଧାସଳଖ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ ନବୀନ ନିବାସ ନୁହେଁ ବିଜେଡି ମୁଖ୍ୟାଳୟରେ ହେବ ଆଲୋଚନା। ସରପଞ୍ଚ, ସମିତିସଭ୍ୟ, ଜିଲ୍ଲାପରିଷଦ ସଦସ୍ୟାମାନଙ୍କୁ ଭେଟି ସଙ୍ଗଠନ ମଜଭୁତ ଓ ସାଧାରଣ ଲୋକଙ୍କ ପାଖରେ ସରକାରଙ୍କ ସଫଳ ଯୋଜନା ପହଞ୍ଚାଇବା ଉପରେ ଗୁରୁତ୍ୱ ଦିଆଯିବ। ପ୍ରଥମେ କୋରାପୁଟ ଓ ଯାଜପୁର ଜିଲ୍ଲାର ପ୍ରତିନିଧିଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ। ପରେ ନିର୍ଦ୍ଧାରିତ ତାରିଖରେ ଅନ୍ୟ ଜିଲ୍ଲାର ପ୍ରତିନିଧିଙ୍କ ସହିତ […]

naveen

Rakesh Mallick
  • Published: Saturday, 01 April 2017
  • , Updated: 02 April 2017, 07:53 AM IST

ଭୁବନେଶ୍ୱର: ଆସନ୍ତାକାଲି ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କ ସହ ସିଧାସଳଖ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ ନବୀନ ନିବାସ ନୁହେଁ ବିଜେଡି ମୁଖ୍ୟାଳୟରେ ହେବ ଆଲୋଚନା। ସରପଞ୍ଚ, ସମିତିସଭ୍ୟ, ଜିଲ୍ଲାପରିଷଦ ସଦସ୍ୟାମାନଙ୍କୁ ଭେଟି ସଙ୍ଗଠନ ମଜଭୁତ ଓ ସାଧାରଣ ଲୋକଙ୍କ ପାଖରେ ସରକାରଙ୍କ ସଫଳ ଯୋଜନା ପହଞ୍ଚାଇବା ଉପରେ ଗୁରୁତ୍ୱ ଦିଆଯିବ।

ପ୍ରଥମେ କୋରାପୁଟ ଓ ଯାଜପୁର ଜିଲ୍ଲାର ପ୍ରତିନିଧିଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ। ପରେ ନିର୍ଦ୍ଧାରିତ ତାରିଖରେ ଅନ୍ୟ ଜିଲ୍ଲାର ପ୍ରତିନିଧିଙ୍କ ସହିତ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ।

Related story