ଲମ୍ବା ଧାଡ଼ି ଓ ଖରାରେ ଛିଡ଼ା ହୋଇ ପୋପ୍‌ଙ୍କୁ ସାକ୍ଷାତ କଲେ ନବୀନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୭ ଦିନିଆ ରୋମ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ତୃତୀୟ ଦିନରେ କ୍ୟାଥେଲିକ ଧର୍ମଗୁରୁ ପୋପ୍ ଫ୍ରାନ୍ସିସଙ୍କୁ ସାକ୍ଷାତ କରିଛନ୍ତି । ଇଟାଲୀର ସମୟ ଅନୁସାରେ ସକାଳ ୯ଟାରେ ଭାଟିକାନ ସିଟିର ସେଂଟ୍ ପିଟର୍ସ ସ୍କୋୟାରରେ ‘ଜେନେରାଲ ଅଡିଏନ୍ସ’ ସାକ୍ଷାତ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମରେ ପୋପଙ୍କୁ ହଜାର ହଜାର ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ଦର୍ଶନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସାଧାରଣ ଦର୍ଶକ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ବ୍ୟକ୍ତିଗତ […]

CM

CM

Ordigital Desk
  • Published: Wednesday, 22 June 2022
  • Updated: 22 June 2022, 10:36 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୭ ଦିନିଆ ରୋମ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ତୃତୀୟ ଦିନରେ କ୍ୟାଥେଲିକ ଧର୍ମଗୁରୁ ପୋପ୍ ଫ୍ରାନ୍ସିସଙ୍କୁ ସାକ୍ଷାତ କରିଛନ୍ତି । ଇଟାଲୀର ସମୟ ଅନୁସାରେ ସକାଳ ୯ଟାରେ ଭାଟିକାନ ସିଟିର ସେଂଟ୍ ପିଟର୍ସ ସ୍କୋୟାରରେ ‘ଜେନେରାଲ ଅଡିଏନ୍ସ’ ସାକ୍ଷାତ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମରେ ପୋପଙ୍କୁ ହଜାର ହଜାର ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ଦର୍ଶନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସାଧାରଣ ଦର୍ଶକ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ମଧ୍ୟ ପୋପଙ୍କୁ ଭେଟିଥିବାର ଜଣାପଡ଼ିଛି ।

[caption id="attachment_743872" align="aligncenter" width="650"]Naveen ଧାଡ଼ିରେ ଛିଡ଼ା ହୋଇଛନ୍ତି ନବୀନ ପଟ୍ଟନାୟକ[/caption]

ଭାଟିକାନ ସିଟି ପକ୍ଷରୁ ଏହି କାର୍ଯ୍ୟକ୍ରମର ସିଧାସଳଖ ପ୍ରସାରଣ ହୋଇଛି । ଏହି ‘ଜେନେରାଲ ଅଡିଏନ୍ସ’ କାର୍ଯ୍ୟକ୍ରମରେ ଆଫଗାନିସ୍ତାନରେ ଭୂମିକମ୍ପରେ ମୃତ ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ପ୍ରାର୍ଥନା କରାଯାଇଥିଲା । ପୋପ୍ ଫ୍ରାନ୍ସିସଙ୍କ ଉପସ୍ଥିତିରେ ହଜାର ହଜାର ଖ୍ରୀଷ୍ଟ ଧର୍ମାବଲମ୍ବୀ ଲୋକମାନେ ସେଂଟ ପିଟର୍ସ ସ୍କେୟାୟାରରେ ଏକଜୁଟ ହୋଇଥିଲେ । ଏହାପରେ ପୋପ୍ ଫ୍ରାନ୍ସିସଙ୍କୁ ବିଶ୍ୱର ବିଭିନ୍ନ ସ୍ଥାନରୁ ୬-୭ଜଣ କ୍ୟାଥେଲିକ ପାଦ୍ରୀ ଜଣେଜଣେ କରି ସାକ୍ଷାତ କରିଥିଲେ। ଖରାରେ ଧାଡ଼ିରେ ଛିଡ଼ା ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ତାଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ଓ ଜଣେ ମହିଳା ମିଳିତ ଭାବେ ପୋପଙ୍କୁ ଭେଟିଥିଲେ । ଏହି ଅବସରରେ ଓଡ଼ିଶାରେ ତିଆରି ହୋଇଥିବା ଏକ ପଟ୍ଟଚିତ୍ର(ଲାଇଫ ଅଫ ଟ୍ରି)କୁ ଉପହାର ସ୍ୱରୂପ ପୋପଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥିଲେ । ପ୍ରତିବଦଳରେ ପୋପ୍ ମଧ୍ୟ ମୁଖ୍ୟମନ୍ତ୍ରୀ ଓ ତାଙ୍କ ବ୍ୟକ୍ତିଗତ ସଚିବ ଏବଂ ଅନ୍ୟ ଜଣେ ମହିଳାଙ୍କୁ ଉପହାର ଦେଇଥିଲେ । ଏହି ସାକ୍ଷାତ ମାତ୍ର ୫୭ ସେକେଣ୍ଡ ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ଜଣାପଡ଼ିଛି । ପୋପ୍ ଫ୍ରାନ୍ସିସଙ୍କ ଏହି ଜେନେରାଲ ଅଡିଏନ୍ସ କାର୍ଯ୍ୟକ୍ରମ ସକାଳ ୯ଟାରେ ଆରମ୍ଭ ହୋଇ ପ୍ରାୟ ୧ଘଂଟା ୯ମିନିଟ୍ ଧରି ଚାଲିଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ପଛରେ ଛିଡ଼ା ହୋଇଥିବା ଅନ୍ୟ ଲୋକମାନେ ମଧ୍ୟ ପୋପଙ୍କୁ ଜଣେ ପରେ ଜଣେ ସାକ୍ଷାତ କରିଥିଲେ । ପୋପ୍ ଫ୍ରାନ୍ସିସଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ ଅତ୍ୟନ୍ତ ନିରାଡ଼ମ୍ବର ରହିଥିବା ସୂଚନା ମିଳିଛି ।

[caption id="attachment_743875" align="aligncenter" width="650"]BJD ପୋପ୍ ଫ୍ରାନ୍ସିସଙ୍କୁ ସାକ୍ଷାତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଲମ୍ୱା ଲାଇନ୍‌ରେ ଛିଡ଼ା ହୋଇଛନ୍ତି[/caption]

ସୂଚନାଯୋଗ୍ୟ, ଆଜିଠୁ ଭାଟିକାନ ସିଟିରେ ‘ଫେଷ୍ଟିଭାଲ ଅଫ ଫ୍ୟାମିଲିଜ୍ -ଏକ୍ସ ୱାଲର୍ଡ ମିଟିଂ ଅଫ ଫ୍ୟାମିଲିଜ୍‌’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଜୁନ୍ ୨୬ତାରିଖ ଅପରାହ୍ନ ୩ଟା ୧୫ମିନିଟରେ ରୋମ୍ ଛାଡ଼ି ଦୁବାଇ ଅଭିମୁଖେ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏହି ରହଣୀ ମଧ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରୋମସ୍ଥିତ ୱାଲର୍ଡ ଫୁଡ୍ ପ୍ରୋଗ୍ରାମର ମୁଖ୍ୟାଳୟକୁ ଯାଇ ଓଡ଼ିଶାରେ ଚାଲିଥିବା ଖାଦ୍ୟ ସୁରକ୍ଷା ସମ୍ପର୍କିତ ଏକ କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos