୪ ଅବିଭକ୍ତ ଜିଲ୍ଲାରେ ସଂକ୍ରମଣ ହାର ଅଧିକ, ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ୍ ସଂକ୍ରମଣ ହାର ୫ ପ୍ରତିଶତ ଥିଲେ ମଧ୍ୟ ଅଳ୍ପ କେତେକ ଜିଲ୍ଲାରେ ଉଚ୍ଚ ସଂକ୍ରମଣ ହାରକୁ ଦୃଷ୍ଟିରେ ରଖି ସେସବୁ ଜିଲ୍ଲା ଉପରେ ଫୋକସ୍ କରିବା ସହ କୋଭିଡ୍ ନିୟମକୁ କଡ଼ାକଡ଼ି ପାଳନ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ଉପକୂଳ ଓ ଉତ୍ତର ଓଡ଼ିଶାର ଅବିଭକ୍ତ ୪ଟି ଜିଲ୍ଲାରେ ସଂକ୍ରମଣ ହାର ଅଧିକ ଥିବାରୁ ସରକାରଙ୍କ ପକ୍ଷରୁ ଅଧିକ ସତର୍କ ଦୃଷ୍ଟି ରଖାଯାଇଛି। ତେବେ ଜୁଲାଇ ୧୫ତାରିଖବେଳକୁ […]

naveen patnaik

naveen patnaik

Ordigital Desk
  • Published: Tuesday, 29 June 2021
  • Updated: 29 June 2021, 07:50 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ୍ ସଂକ୍ରମଣ ହାର ୫ ପ୍ରତିଶତ ଥିଲେ ମଧ୍ୟ ଅଳ୍ପ କେତେକ ଜିଲ୍ଲାରେ ଉଚ୍ଚ ସଂକ୍ରମଣ ହାରକୁ ଦୃଷ୍ଟିରେ ରଖି ସେସବୁ ଜିଲ୍ଲା ଉପରେ ଫୋକସ୍ କରିବା ସହ କୋଭିଡ୍ ନିୟମକୁ କଡ଼ାକଡ଼ି ପାଳନ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ଉପକୂଳ ଓ ଉତ୍ତର ଓଡ଼ିଶାର ଅବିଭକ୍ତ ୪ଟି ଜିଲ୍ଲାରେ ସଂକ୍ରମଣ ହାର ଅଧିକ ଥିବାରୁ ସରକାରଙ୍କ ପକ୍ଷରୁ ଅଧିକ ସତର୍କ ଦୃଷ୍ଟି ରଖାଯାଇଛି। ତେବେ ଜୁଲାଇ ୧୫ତାରିଖବେଳକୁ ପରିସ୍ଥିତିରେ ଆହୁରି ଉନ୍ନତି ଆସିବ ବୋଲି ସ୍ୱାସ୍ଥ୍ୟ ସଚିବ ଆଜିର ବୈଠକରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏକ ଉଚ୍ଚସ୍ତରୀୟ ବୈଠକରେ କୋଭିଡ୍‌-୧୯ ମହାମାରୀ ପରିସ୍ଥିତିର ସମୀକ୍ଷା କରିଥିଲେ। ତୃତୀୟ ଲହରର ପ୍ରସ୍ତୁତି, ଶିଶୁ ରୋଗ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା ଓ ଡାକ୍ତରମାନଙ୍କୁ ତାଲିମ ପ୍ରଦାନକୁ ପ୍ରାଥମିକତା ଦେଇ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ବିଭିନ୍ନ ଡାକ୍ତରଖାନାଗୁଡ଼ିକରେ ଅକ୍ସିଜେନ୍ ପ୍ଲାଣ୍ଟ ଗୁଡ଼ିକ ଯେପରି ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ କାର୍ଯ୍ୟକ୍ଷମ ହୋଇପାରିବ, ତାହା ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏବେ ଦୈନିକ ୩ଲକ୍ଷ ଟିକା ଦିଆଯାଉଛି ଓ ଶୀଘ୍ର ଟିକାକରଣ ଆଗାମୀ କିଛିମାସ ପାଇଁ ସରକାରଙ୍କ ମୁଖ୍ୟ ଫୋକସ ହୋଇରହିବ। ଟିକା କେନ୍ଦ୍ରଗୁଡ଼ିକରେ ବିଭିନ୍ନ ସୁବିଧାସୁଯୋଗ ଉପଲବ୍ଧ କରାଇବାକୁ ଜିଲ୍ଲାପାଳମାନେ ବ୍ୟକ୍ତିଗତ ଭାବେ ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ମାସ୍କ ପିନ୍ଧିବା, ହାତ ଧୋଇବା ଓ ସାମାଜିକ ଦୂରତ୍ୱ ରକ୍ଷା, ଭିଡ଼କୁ ନଯିବା ଆଦି କୋଭିଡ୍ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଘରକୁ ଘର ସର୍ଭେ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା, କୋଭିଡ୍ ଓ ଅନ୍ୟ ରୋଗୀଙ୍କୁ ଚିହ୍ନଟ ଓ ତୁରନ୍ତ ଚିକିତ୍ସା ବ୍ୟବସ୍ଥା କରାଯାଉଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିବା ସହ ଏହାକୁ ଅଧିକ ଗୁରୁତ୍ୱର ସହ କାର୍ଯ୍ୟକାରୀ ପାଇଁ ପରାମର୍ଶ ଦେଇଛନ୍ତି।

ମୁଖ୍ୟ ସଚିବ ସୁରେଶ ମହାପାତ୍ର କହିଛନ୍ତି ଯେ ରାଜ୍ୟର ଦକ୍ଷିଣ ଓ ପଶ୍ଚିମାଂଚଳର ୧୭ଟି ଜିଲ୍ଲାରେ ଆଂଶିକ ଅନଲକ୍ ପରେ ମଧ୍ୟ କୋଭିଡ୍ ସଂକ୍ରମଣ ମାମଲା ବୃଦ୍ଧି ହୋଇନାହିଁ। କିନ୍ତୁ ଉପକୂଳ ଓ ଉତ୍ତର ଓଡ଼ିଶାର ଅବିଭକ୍ତ ୪ଟି ଜିଲ୍ଲା ପୁରୀ, କଟକ, ବାଲେଶ୍ୱର ଓ ମୟୂରଭଞ୍ଜରେ ସଂକ୍ରମଣ ହାର ବେଶୀ ଥିବାରୁ ଅଧିକ ସତର୍କ ଦୃଷ୍ଟି ରଖାଯାଇଛି।

ସେହିପରି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପିକେ ମହାପାତ୍ର କହିଥିଲେ ଯେ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ସଂକ୍ରମଣ ହାର ୯-୧୫ ପ୍ରତିଶତ ରହୁଥିବାରୁ ଅଧିକ ଫୋକସ କରାଯାଇଛି। ଲକଡାଉନ କଡ଼ାକଡ଼ି ସହିତ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌, ଟେଷ୍ଟିଂ ଆଦି ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି । ଜୁଲାଇ ୧୫ ବେଳକୁ ପରିସ୍ଥିତିରେ ଆହୁରି ଅଧିକ ଉନ୍ନତି ଆସିବ ବୋଲି ସେ କହିଛନ୍ତି। ଏହି ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭିକେ ପାଣ୍ଡିଆନ, ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story