ରାହୁଲ ଡାକିଛନ୍ତି, ୫ରେ ଦିଲ୍ଲୀ ଯିବେ ରାଜ୍ୟ କଂଗ୍ରେସର ବରିଷ୍ଠ ନେତା

ଭୁବନେଶ୍ୱର:  ଆସନ୍ତା ୫ତାରିଖରେ ରାଜ୍ୟ କଂଗ୍ରେସର ବରିଷ୍ଠ ନେତା ଦିଲ୍ଲୀ ଯିବେ।  କଂଗ୍ରେସ ଉପସଭାପତି ରାହୁଲ ଗାନ୍ଧିଙ୍କ ଡାକରା ପାଇ ଦଳର ବରିଷ୍ଠ ନେତା ଦିଲ୍ଲୀ ଯିବେ । ପିସିସି ସଭାପତି ଚୟନ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ରାହୁଲ ଗାନ୍ଧିଙ୍କ ସହ ଏହି ନେତାମାନଙ୍କ ଆଲୋଚନା କରିପାରନ୍ତି। ଏଆଇସିସି ପ଼ର୍ଯ୍ୟବେକ୍ଷକଙ୍କ ରିପୋର୍ଟ ପରେ ଦିଲ୍ଲୀରୁ ଏହି ଡକରା ଆସିଛି। ରାଜ୍ୟ କଂଗ୍ରେସରର କଳି ତୁଟାଇ ପାଇଁ କିଛି ଦିନ ପୂର୍ବରୁ ୩ ଜଣିଆ ଏଆଇସିସି ପ଼ର୍ଯ୍ୟବେକ୍ଷକ ଟିମ୍‌ […]

Rakesh Mallick
  • Published: Saturday, 02 September 2017
  • , Updated: 02 September 2017, 02:56 PM IST

ଭୁବନେଶ୍ୱର:  ଆସନ୍ତା ୫ତାରିଖରେ ରାଜ୍ୟ କଂଗ୍ରେସର ବରିଷ୍ଠ ନେତା ଦିଲ୍ଲୀ ଯିବେ।  କଂଗ୍ରେସ ଉପସଭାପତି ରାହୁଲ ଗାନ୍ଧିଙ୍କ ଡାକରା ପାଇ ଦଳର ବରିଷ୍ଠ ନେତା ଦିଲ୍ଲୀ ଯିବେ । ପିସିସି ସଭାପତି ଚୟନ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ରାହୁଲ ଗାନ୍ଧିଙ୍କ ସହ ଏହି ନେତାମାନଙ୍କ ଆଲୋଚନା କରିପାରନ୍ତି। ଏଆଇସିସି ପ଼ର୍ଯ୍ୟବେକ୍ଷକଙ୍କ ରିପୋର୍ଟ ପରେ ଦିଲ୍ଲୀରୁ ଏହି ଡକରା ଆସିଛି।

ରାଜ୍ୟ କଂଗ୍ରେସରର କଳି ତୁଟାଇ ପାଇଁ କିଛି ଦିନ ପୂର୍ବରୁ ୩ ଜଣିଆ ଏଆଇସିସି ପ଼ର୍ଯ୍ୟବେକ୍ଷକ ଟିମ୍‌ ଭୁବନେଶ୍ୱର ଆସିଥିଲେ। ଏହି ତିନି ଜଣିଆ ଟିମ୍ ଉଭୟ ବରିଷ୍ଠ ଓ ଜିଲ୍ଲା ସ୍ତରର ନେତାଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହ ବିଧାୟକମାନଙ୍କୁ ଭେଟି ମତାମତ ସଂଗ୍ରହ କରିଥିଲେ। ବିଶେଷ କରି ପିସିସି ମଙ୍ଗୁଆଳ ପରିବର୍ତ୍ତନ ସାଙ୍ଗକୁ ଦଳର ସାଂଗଠନିକ ସ୍ଥିତି ସମ୍ପର୍କରେ ମତାମତ ସଂଗ୍ରହ କରି ପର୍ଯ୍ୟବେକ୍ଷକ ସେମାନଙ୍କ ରିପୋର୍ଟ ପ୍ରଦାନ କରିଛନ୍ତି।

କିଛି ଦିନ ହେବ ରାଜ୍ୟ କଂଗ୍ରେସରେ  ପିସିସି ସଭାପତି ପରବର୍ତ୍ତନ ନେଇ କସରତ ଜୋର ଚାଲିଛି।

କଂଗ୍ରେସ ବିଧାୟକ ଭୁଜବଳ ମାଝି କହିଛନ୍ତି,“୫ ତାରିଖରେ ରାଜ୍ୟ କଂଗ୍ରେସର ନେତାଙ୍କ ସହ ଆଲୋଚନା କରିବା ପାଇଁ ରାହୁଲ ଗାନ୍ଧିଙ୍କ ଅଫିସରୁ ଦିଲ୍ଲୀ ଯିବା ପାଇଁ ଡକରା ଆସିଛି। ଏଆଇସିସି ପ଼ର୍ଯ୍ୟବେକ୍ଷକଙ୍କ ରିପୋର୍ଟ ବିଷୟରେ ଆଲୋଚନା ହୋଇପାରେ। ଆଲୋଚନା ହେଲା ପରେ ନିଷ୍ପତ୍ତି ନିଆଯିବ। ସଂଗଠନକୁ ମଜଭୁତ କରିବା ସହ ଓଡ଼ିଶାରେ କଂଗ୍ରେସକୁ ବଞ୍ଚାଇବାକୁ କିଛି ନିଷ୍ପତ୍ତି  ନିଆଯିବ ବୋଲି ଆମେ ଆଶା କରୁଛୁ।”

 

Related story