ବ୍ରିଜ୍ ଭୁଶୁଡ଼ିବା ଘଟଣା: ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କଲା ଓଡ଼ିଶା ଠିକାଦାର ମହାସଂଘ

ଭୁବନେଶ୍ୱର: ଲଗାତାର ରାଜ୍ୟର ବିଭିନ୍ନ ସ୍ଥାନରେ ବ୍ରିଜ୍ ଭୁଶୁଡ଼ିବା ପ୍ରସଙ୍ଗରେ ସିଧାସଳଖ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କରିଛି ନିଖିଳ ଓଡ଼ିଶା ଠିକାଦାର ମହାସଂଘ। ୨ଟି ଯାକ ମୁଖ୍ୟ ନିର୍ମାଣ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବାରୁ ସେ ହିଁ ଏଥିପାଇଁ ଦାୟୀ ବୋଲି ଭୁବନେଶ୍ୱରରେ ଆୟୋଜିତ ନିଖିଳ ଓଡିଶା ଠିକାଦାର ମହାସଂଘର ବୈଠକ ମତ ପ୍ରକାଶ ପାଇଛି। ସଂଘ ସଭାପତି ପ୍ରଭାତ ଦାସ  ସରକାରଙ୍କ ନୂଆ ଟ୍ୟାକ୍ସ ସିଷ୍ଟମ ଠିକାଦାରମାନଙ୍କ ଉପରେ ବୋଝ ହେଉଛି ବୋଲି […]

BRIDGE

Rakesh Mallick
  • Published: Thursday, 12 October 2017
  • , Updated: 12 October 2017, 09:14 AM IST

ଭୁବନେଶ୍ୱର: ଲଗାତାର ରାଜ୍ୟର ବିଭିନ୍ନ ସ୍ଥାନରେ ବ୍ରିଜ୍ ଭୁଶୁଡ଼ିବା ପ୍ରସଙ୍ଗରେ ସିଧାସଳଖ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କରିଛି ନିଖିଳ ଓଡ଼ିଶା ଠିକାଦାର ମହାସଂଘ। ୨ଟି ଯାକ ମୁଖ୍ୟ ନିର୍ମାଣ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବାରୁ ସେ ହିଁ ଏଥିପାଇଁ ଦାୟୀ ବୋଲି ଭୁବନେଶ୍ୱରରେ ଆୟୋଜିତ ନିଖିଳ ଓଡିଶା ଠିକାଦାର ମହାସଂଘର ବୈଠକ ମତ ପ୍ରକାଶ ପାଇଛି। ସଂଘ ସଭାପତି ପ୍ରଭାତ ଦାସ  ସରକାରଙ୍କ ନୂଆ ଟ୍ୟାକ୍ସ ସିଷ୍ଟମ ଠିକାଦାରମାନଙ୍କ ଉପରେ ବୋଝ ହେଉଛି ବୋଲି ଅଭିଯୋଗ କରିଛନ୍ତି। କେନ୍ଦ୍ର ସରକାର ଲାଗୁ କରିଥିବା ଜିଏସ୍‌ଟି ସିଷ୍ଟମ୍‌ର ସମସ୍ତ  କମ୍ପୋନେଣ୍ଟ ସରକାର  ବହନ କରିବା ସହିତ ଠିକାଦାର  ଓ କଣ୍ଟ୍ରାକ୍ଟରଙ୍କ ଉପରେ ଟ୍ୟାକ୍ସ ବୋଝ ନଲଦିବା ପାଇଁ ସେ ଦାବି କରିଛନ୍ତି।  ଏନେଇ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ବାହାର ରାଜ୍ୟର ଠିକାଦାରଙ୍କୁ ୪ଗୁଣ ରେଟ୍‌ରେ କାର୍ଯ୍ୟାଦେଶ ମିଳୁଥିବା ବେଳେ ରାଜ୍ୟର ଠିକାଦାରଙ୍କୁ ମାଇନସ୍ ୧୪.୯୯ ପ୍ରତିଶତରେ କାମ କରିବାକୁ ବାଧ୍ୟ କରାଯାଉଛି। ତେଣୁ ନିମ୍ନମାନର କାମ ହେଉଥିବା ସଂଘର ସଭାପତି ସ୍ୱୀକାର କରିଛନ୍ତି।

Related story