ଚିନ୍ତା ବଢ଼ାଉଛି ପିଲାଙ୍କ ସଂକ୍ରମଣ, ପୁଣି ୧୩୦ ପଜିଟିଭ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମାଡି ଚାଲିଛି ମହାମାରୀ କରୋନା। ବିଶେଷକରି ଏବେ ଅଧିକାଂଶ ଛୁଆ କରୋନାରେ ସଂକ୍ରମିତ ହେଉଛନ୍ତି, ଯାହା ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି। ରାଜ୍ୟରେ ପୁଣି ୧୩୦ ଛୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପଜିଟିଭଙ୍କ ମଧ୍ୟରେ ଶୂନରୁ ୧୮ ବର୍ଷ ବୟସ୍କ ରହିଛନ୍ତି। ସେହିପରି ଗତ ୨୪ ଘଣ୍ଟାରେ ରାଜ୍ୟରେ ୮୪୯ କରୋନାର ନୂଆ ମାମଲା ସାମ୍ନାକୁ ଆସିଛି। ଏଥିରୁ କ୍ୱାରେଣ୍ଟାଇନ୍‌ରୁ ୪୯୨ ଏବଂ ଲୋକାଲ କେସ୍ ୩୫୭ଟି ରହିଛି। ଏହାକୁ ମିଶାଇ […]

Corona

Madhupriya Mistry
  • Published: Thursday, 26 August 2021
  • , Updated: 26 August 2021, 03:33 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମାଡି ଚାଲିଛି ମହାମାରୀ କରୋନା। ବିଶେଷକରି ଏବେ ଅଧିକାଂଶ ଛୁଆ କରୋନାରେ ସଂକ୍ରମିତ ହେଉଛନ୍ତି, ଯାହା ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି। ରାଜ୍ୟରେ ପୁଣି ୧୩୦ ଛୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପଜିଟିଭଙ୍କ ମଧ୍ୟରେ ଶୂନରୁ ୧୮ ବର୍ଷ ବୟସ୍କ ରହିଛନ୍ତି। ସେହିପରି ଗତ ୨୪ ଘଣ୍ଟାରେ ରାଜ୍ୟରେ ୮୪୯ କରୋନାର ନୂଆ ମାମଲା ସାମ୍ନାକୁ ଆସିଛି। ଏଥିରୁ କ୍ୱାରେଣ୍ଟାଇନ୍‌ରୁ ୪୯୨ ଏବଂ ଲୋକାଲ କେସ୍ ୩୫୭ଟି ରହିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୦୪୦୫୯ରେ ପହଞ୍ଚିଛି ।

ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ପୁଣି ସବୁଠୁ ଆଗରେ ରହିଛି ଖୋର୍ଦ୍ଧା। କେବଳ ଖୋର୍ଦ୍ଧା ଜିଲ୍ଲାରୁ ୩୧୩ କରୋନା ପଜିଟିଭ ବାହାରିଛନ୍ତି। ସେହିପରି ଅନୁଗୁଳରୁ ୧୯ ଜଣ, ବାଲେଶ୍ୱରରୁ ୪୮ଜଣ, ବରଗଡ଼ରୁ ୧୫ଜଣ, ଭଦ୍ରକରୁ ୯ଜଣ, ବୌଦ୍ଧରୁ ଜଣେ, କଟକରୁ ୧୧୫ଜଣ, ଦେବଗଡ଼ରୁ ୯ଜଣ, ଢେଙ୍କାନାଳରୁ ୧୪ଜଣ, ଗଜପତିରୁ ଜଣେ, ଗଞ୍ଜାମରୁ ୬ଜଣ, ଜଗତସିଂହପୁରରୁ ୪୨ଜଣ, ଯାଜପୁରରୁ ୪୨ଜଣ, ଝାରସୁଗୁଡ଼ାରୁ ଜଣେ, କଳାହାଣ୍ଡିରୁ ୩ଜଣ, କନ୍ଧମାଳରୁ ଜଣେ, କେନ୍ଦ୍ରାପଡ଼ାରୁ ୨୪ଜଣ, କେନ୍ଦୁଝରରୁ ୮ଜଣ, କୋରାପୁଟରୁ ୫ଜଣ, ମାଲକାନଗିରିରୁ ୨ଜଣ, ମୟୁରଭଞ୍ଜରୁ ୨୬ଜଣ, ନୟାଗଡ଼ରୁ ୧୯ଜଣ, ନୂଆପଡ଼ାରୁ ଜଣେ, ପୁରୀରୁ ୨୨ଜଣ, ରାୟଗଡ଼ାରୁ ୨ଜଣ, ସମ୍ବଲପୁରରୁ ୨୦ଜଣ, ସୋନପୁରରୁ ଜଣେ, ସୁନ୍ଦରଗଡ଼ରୁ ୧୫ଜଣ ଓ ଷ୍ଟେଟ ପୁଲ୍‌ରୁ ୬୫ଜଣ ରହିଛନ୍ତି।

ସେହିପରି ରାଜ୍ୟରେ ଆଉ ୬୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। କଟକରୁ ୧୫, ସମ୍ବଲପୁରରୁ୧୧, ଜଗତସିଂହପୁରବରଗଡରୁ ୮ ଜଣ ଲେଖାଏଁ, ଯାଜପୁରରୁ ୪, ବୌଦ୍ଧ ଜିଲ୍ଲାରୁ ୩, ବଲାଙ୍ଗିର, ଦେବଗଡ଼, ଢେଙ୍କାନାଳ, ଝାରସୁଗୁଡ଼ା, କଳାହାଣ୍ଡି, ସୁନ୍ଦରଗଡ଼ରୁ ୨ ଲେଖାଏଁ ପ୍ରାଣ ହରାଇଛନ୍ତି। ରାଜ୍ୟରେ ଏହାକୁ ମିଶାଇ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭,୬୨୮କୁ ବୃଦ୍ଧି ପାଇଛି।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୦୪୦୫୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୮୨୮୮ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୮୮୦୯୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

https://twitter.com/IPR_Odisha/status/1430735304353148938?s=20

https://twitter.com/IPR_Odisha/status/1430735309759684613?s=20

 

Related story