ସାମାନ୍ୟ ବଢ଼ିଲା ସଂକ୍ରମଣ, ରାଜ୍ୟରେ ୧୩୬ ଛୁଆ କରୋନା ପଜିଟିଭ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦିନକୁ ଦିନ ଧୀରେ ଧୀରେ କମୁଛି କରୋନା ସଂକ୍ରମଣ। ତେବେ ଗତକାଲିର ପଜିଟିଭ ସଂଖ୍ୟା ଅପେକ୍ଷା ଆଜି ସାମାନ୍ୟ ବଢ଼ିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୨୮ଟି ନୂଆ ମାମଲା ସାମ୍ନାକୁ ଆସିଛି। ସେଥିମଧ୍ୟରୁ ୧୮ ବର୍ଷରୁ କମ୍‌ ବର୍ଗର ୧୩୬ ଛୁଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି କ୍ୱାରେଣ୍ଟାଇନ୍‌ରୁ ୧୪୯ ଓ ଲୋକାଲ କଣ୍ଟାକ୍ଟ କେସ୍‌ ୧୭୯ ରହିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮‌୩,୨୯୭ରେ ପହଞ୍ଚିଛି। […]

corona

Madhupriya Mistry
  • Published: Tuesday, 22 February 2022
  • , Updated: 22 February 2022, 10:51 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦିନକୁ ଦିନ ଧୀରେ ଧୀରେ କମୁଛି କରୋନା ସଂକ୍ରମଣ। ତେବେ ଗତକାଲିର ପଜିଟିଭ ସଂଖ୍ୟା ଅପେକ୍ଷା ଆଜି ସାମାନ୍ୟ ବଢ଼ିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୨୮ଟି ନୂଆ ମାମଲା ସାମ୍ନାକୁ ଆସିଛି। ସେଥିମଧ୍ୟରୁ ୧୮ ବର୍ଷରୁ କମ୍‌ ବର୍ଗର ୧୩୬ ଛୁଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି କ୍ୱାରେଣ୍ଟାଇନ୍‌ରୁ ୧୪୯ ଓ ଲୋକାଲ କଣ୍ଟାକ୍ଟ କେସ୍‌ ୧୭୯ ରହିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮‌୩,୨୯୭ରେ ପହଞ୍ଚିଛି।

ସେହିପରି ଗତ ୨୪ ଘଣ୍ଟାରେ ରାଜ୍ୟରେ କରୋନାରେ ଆକ୍ରାନ୍ତ ହୋଇ ୧୦ ଜଣ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ସୁନ୍ଦରଗଡରୁ ସର୍ବାଧିକ ୬ ଜଣ ଅଛନ୍ତି। ସେହିପରି ବାଲେଶ୍ୱରରୁ ୨, ଶୋର୍ଦ୍ଧା ଓ କେନ୍ଦୁଝରରୁ ଜଣେ ଲେଖାଏ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯ ହଜାର ୩୬କୁ ବୃଦ୍ଧି ପାଇଛି।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୩୨୯୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୪୯୫୫ଟି ଆକ୍ଟିଭ୍‌ କେସ୍‌ ରହିଥିବାବେଳେ ୧୨୬୯୨୫୩ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୨୮୯୩୨୪୭୮ସାମ୍ପୁଲ ଟେଷ୍ଟ ହୋଇଛି।

https://twitter.com/IPR_Odisha/status/1495975800545415173?s=20&t=dqVOPGfk-l3xAdVX2xQ32Q

https://twitter.com/IPR_Odisha/status/1495975805880799232?s=20&t=dqVOPGfk-l3xAdVX2xQ32Q

Related story