ଜାମ୍ମୁ ଓ କଶ୍ମୀର ପ୍ରସଙ୍ଗରେ ବିଜେଡି ଓ ବିଜେପିକୁ ସିପିଏମର କଡ଼ା ସମାଲୋଚନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ଓଡିଶାର ବିଜେଡି ଦଳ ଏକ ଆଞ୍ଚଳିକ ଦଳ ହୋଇ ସୁଦ୍ଧା ରାଜ୍ୟର ଅଧିକାର ଉପରେ କେନ୍ଦ୍ରର ଅଗଣତାନ୍ତ୍ରିକ, ମେରୀରାୟ ଆଧିପତ୍ୟ ଜାହିର କରିବା ନୀତିକୁ ସମର୍ଥନ କରିବା ଘୋର ଲଜ୍ଜାଜନକ କଥା। ଓଡିଶାର ରାଜ୍ୟର କେଉଁ ସ୍ୱାର୍ଥ ରକ୍ଷା ପାଇଁ ବିଜେଡି ଦଳ ପକ୍ଷରୁ ଧାରା ୩୭୦ ବାତିଲ କରିବା ନିଷ୍ପତ୍ତିକୁ ସମର୍ଥନ ଦେଲେ ତାହା ସର୍ବ ସମ୍ମୁଖରେ ପ୍ରକାଶ କରିବା ଦରକାର ବୋଲି ସିପିଏମ ଦଳ ପକ୍ଷରୁ ଏହାର ରାଜ୍ୟ ସମ୍ପାଦକ […]

cpim

cpim

Manoranjan Sial
  • Published: Monday, 05 August 2019
  • Updated: 05 August 2019, 07:08 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ଓଡିଶାର ବିଜେଡି ଦଳ ଏକ ଆଞ୍ଚଳିକ ଦଳ ହୋଇ ସୁଦ୍ଧା ରାଜ୍ୟର ଅଧିକାର ଉପରେ କେନ୍ଦ୍ରର ଅଗଣତାନ୍ତ୍ରିକ, ମେରୀରାୟ ଆଧିପତ୍ୟ ଜାହିର କରିବା ନୀତିକୁ ସମର୍ଥନ କରିବା ଘୋର ଲଜ୍ଜାଜନକ କଥା। ଓଡିଶାର ରାଜ୍ୟର କେଉଁ ସ୍ୱାର୍ଥ ରକ୍ଷା ପାଇଁ ବିଜେଡି ଦଳ ପକ୍ଷରୁ ଧାରା ୩୭୦ ବାତିଲ କରିବା ନିଷ୍ପତ୍ତିକୁ ସମର୍ଥନ ଦେଲେ ତାହା ସର୍ବ ସମ୍ମୁଖରେ ପ୍ରକାଶ କରିବା ଦରକାର ବୋଲି ସିପିଏମ ଦଳ ପକ୍ଷରୁ ଏହାର ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ ଏକ ପ୍ରେସ ବିବୃତି ଜାରି କରି ଏକଥା କହିଛନ୍ତି।

ବିବୃତିରେ ସିପିଏମ ଦଳ କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପର କଟୁ ସମାଲୋଚନା କରି କୁହାଯାଇଛି, "ସମ୍ବିଧାନର ଧାରା ୩୭୦କୁ ରଦ୍ଦ କରିବା ସହ ଜାମ୍ମୁ ଓ କାଶ୍ମୀର ରାଜ୍ୟକୁ ଖଣ୍ଡ ଖଣ୍ଡ କରି ବିଜେପି ସରକାର ଦେଶର ଗଣତନ୍ତ୍ର ଏବଂ ସମ୍ବିଧାନ ଉପରେ ନଗ୍ନ ଆକ୍ରମଣ କରିଛନ୍ତି। ଦେଶ ସ୍ୱାଧୀନତା ପରେ ପାକିସ୍ଥାନକୁ ପ୍ରତ୍ୟାଖ୍ୟାନ କରି କାଶ୍ମୀରବାସୀ ଭାରତ ସହ ରହିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲେ। ସେତେବେଳର ଭାରତ ସରକାର କାଶ୍ମୀରବାସୀଙ୍କୁ ଭାରତରେ ସାମିଲ କଲାବେଳେ ସ୍ୱତନ୍ତ୍ର ପଦ ମର୍ଯ୍ୟାଦା ଓ ସ୍ୱାୟତ୍ତତା ପ୍ରଦାନର ଦୃଢ଼ ପ୍ରତିଶୃତି ସହ ଧାରା ୩୭୦କୁ ସମ୍ବିଧାନରେ ସନ୍ନିବିଷ୍ଟ କରିଥିଲେ। ବର୍ତ୍ତମାନ କେନ୍ଦ୍ରରେ ଅଧିଷ୍ଠିତ ମୋଦି ସରକାର ଜାମ୍ମୁ ଓ କାଶ୍ମୀରବାସୀଙ୍କୁ ଦିଆଯାଇ ଥିବା ପ୍ରତିଶ୍ରୁତିକୁ ପ୍ରତାରଣାରେ ପରିଣତ କରିଛନ୍ତି।

" କେବଳ ସେତିକି ନୁହେଁ ଅତ୍ୟନ୍ତ ସ୍ୱେଚ୍ଛାଚାରୀ ଭାବେ ଜାମ୍ମୁ ଓ କାଶ୍ମୀରକୁ ଦୁଇ ଖଣ୍ଡ କରି କେନ୍ଦ୍ରୀୟ ଶାସନକୁ ଲଦିଦେବା ପାଇଁ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିଛନ୍ତି। ଆମ ଦେଶର ଜାତୀୟ ଏକତା ଏବଂ ସମ୍ମିଳିତ ସାଂସ୍କୃତିକ ଧାରା ଉପରେ ଏହା ଏକ ନଗ୍ନ ଆକ୍ରମଣ। ଯେ କୌଣସି ରାଜ୍ୟକୁ ସ୍ୱେଚ୍ଛାଚାରୀ ଭାବେ ଖଣ୍ଡ ଖଣ୍ଡ କରିବା ପରି କୁତ୍ସିତ ପରମ୍ପରା ବିଜେପି ଏବେ ଆରମ୍ଭ କରିଛି ।
ଜାମ୍ମୁ ଓ କାଶ୍ମୀରବାସୀଙ୍କ ଇଚ୍ଛା ବିରୋଧରେ ଯୁଦ୍ଧ ଘୋଷଣା କରି ୩୬୦୦୦ ସଶସ୍ତ୍ର ସୈନ୍ୟଙ୍କୁ ପୂର୍ବରୁ ଠୂଳ କରିବା ଦିନରୁ ଜନଗଣଙ୍କ ଇଚ୍ଛା ବିରୋଧରେ ପାଶବିକ ବଳ ପ୍ରୟୋଗ କରି ଚୁପ୍ କରିବାର ଉଦ୍ଦେଶ୍ୟ ଜଣାପଡୁଥିଲା। ପ୍ରତିବାଦର କଣ୍ଠରୋଧ କରିବା ଉଦ୍ଦେଶ୍ୟରେ ବିରୋଧୀ ପକ୍ଷର ନେତାମାନଙ୍କୁ ନଜରବନ୍ଦୀ କରିବା ଘୋର ଅଗଣତାନ୍ତ୍ରିକ ପଦକ୍ଷେପ" ବୋଲି ଦଳ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos