ବ୍ରହ୍ମପୁରରେ ଛୋଟାରାଜନ୍‌ ଲିଙ୍କ: ୪ ଅଭିଯୁକ୍ତଙ୍କୁ ଜେରା କରୁଛନ୍ତି କ୍ରାଇମବ୍ରାଞ୍ଚ ଡିଜି

ବ୍ରହ୍ମପୁର: ବ୍ରହ୍ମପୁରରେ ଛୋଟା ରାଜନ ଲିଙ୍କ ଓ ସିମ୍‌ ବକ୍ସ ଜବତ ମାମଲାରେ ପୋଲିସ୍‌ ରିମାଣ୍ଡରେ ନେଇଥିବା ୪ ଅଭିଯୁକ୍ତଙ୍କୁ ଜେରା କରାଯାଉଛି। କେଉଁଠୁ, କେମିତି ଓ କାହାଦ୍ୱାରା ସିମ୍‌ ବକ୍ସ ବ୍ରହ୍ମପୁର ଆସିଲା ସେନେଇ ଅଭିଯୁକ୍ତଙ୍କୁ ଜେରା କରୁଛନ୍ତି କ୍ରାଇମବ୍ରାଞ୍ଚ ସ୍ପେଶାଲ ଡିଜି ବିଜୟ କୁମାର ଶର୍ମା। ଏହାଛଡ଼ା ସିମ୍‌ ବକ୍ସ କାରବାର ନେଇ କ୍ରାଇମ୍‌ ବ୍ରାଞ୍ଚ ଓଡ଼ିଶା ବାହାରକୁ ଯିବ ବୋଲି ଜଣାପଡ଼ିଛି। ମୁମ୍ୱାଇ ପୋଲିସଠାରୁ ସୂଚନା ପାଇ ବ୍ରହ୍ମପୁର ପୋଲିସ ଘଟଣାର ତଦନ୍ତ […]

BK-Sharma

BK-Sharma

Rakesh Mallick
  • Published: Thursday, 13 July 2017
  • Updated: 13 July 2017, 04:09 PM IST

Sports

Latest News

ବ୍ରହ୍ମପୁର: ବ୍ରହ୍ମପୁରରେ ଛୋଟା ରାଜନ ଲିଙ୍କ ଓ ସିମ୍‌ ବକ୍ସ ଜବତ ମାମଲାରେ ପୋଲିସ୍‌ ରିମାଣ୍ଡରେ ନେଇଥିବା ୪ ଅଭିଯୁକ୍ତଙ୍କୁ ଜେରା କରାଯାଉଛି। କେଉଁଠୁ, କେମିତି ଓ କାହାଦ୍ୱାରା ସିମ୍‌ ବକ୍ସ ବ୍ରହ୍ମପୁର ଆସିଲା ସେନେଇ ଅଭିଯୁକ୍ତଙ୍କୁ ଜେରା କରୁଛନ୍ତି କ୍ରାଇମବ୍ରାଞ୍ଚ ସ୍ପେଶାଲ ଡିଜି ବିଜୟ କୁମାର ଶର୍ମା। ଏହାଛଡ଼ା ସିମ୍‌ ବକ୍ସ କାରବାର ନେଇ କ୍ରାଇମ୍‌ ବ୍ରାଞ୍ଚ ଓଡ଼ିଶା ବାହାରକୁ ଯିବ ବୋଲି ଜଣାପଡ଼ିଛି।

ମୁମ୍ୱାଇ ପୋଲିସଠାରୁ ସୂଚନା ପାଇ ବ୍ରହ୍ମପୁର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ଗତ ୮ ତାରିଖରେ ୪ ଜଣଙ୍କୁ ଗିରଫ କରିଥିଲା। ପରେ ରାଜ୍ୟ ସରକାର ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

ବ୍ରହ୍ମପୁରର ଉତ୍କଳ ଆଶ୍ରମ ରୋଡ୍‌ରେ ୩ ଜଣ ସହଯୋଗୀଙ୍କ ସହ ଲକ୍ଷ୍ମୀନାରାଣ ଏସ୍.ୱାର୍ଲଡ୍ ନାମକ ଏକ ବ୍ୟବସାୟୀକ ପ୍ରତିଷ୍ଠାନ ଖୋଲି ସିମ୍ ବକ୍ସ ସେବା ଯୋଗାଇଥିଲେ। ଏପରିକି ବିଭିନ୍ନ ଅପରାଧୀକ ମାମଲାରେ ସଂପୃକ୍ତ ବ୍ୟକ୍ତିଙ୍କୁ ଏମାନେ ଯୋଗାଉଥିଲେ ସିମ୍‌ ବକ୍ସ ସେବା। ଆଉ ଉପାର୍ଜନ କରୁଥିଲେ କୋଟି କୋଟି ଟଙ୍କା। କାରଣ ଏହି ସିମ୍ ବକ୍ସ ଜରିଆରେ ଯେକୌଣସି ବ୍ୟକ୍ତିଙ୍କୁ ଫୋନ୍ କଲେ ସିମ୍‌କୁ ଟ୍ରେସ୍ ଆଉଟ୍ କରିବା ସମ୍ଭବ ନୁହେଁ। ତେଣୁ ଛୋଟା ରାଜନର ସହଯୋଗୀ ସୁରେଶ ପୂଜାରୀ ଏହି ଗ୍ୟାଙ୍ଗକୁ ମାଧ୍ୟମ କରି ନିଜର ଅପରାଧୀକ ସାମ୍ରାଜ୍ୟ ବଢ଼ାଇ ଚାଲିଥିଲା। ତେବେ କିଛି ଦିନ ତଳେ ସୁରେଶ ସିମ୍ ବକ୍ସ ବ୍ୟବହାର କରି ମୁମ୍ବାଇର ଜଣେ ବିଲ୍ଡରଙ୍କୁ ୨ କୋଟି ଟଙ୍କା ବଟି ମାଗିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାର ତଦନ୍ତ କରୁଥିବା ମୁମ୍ୱାଇ ପୋଲିସ ଓଡ଼ିଶା ଲିଙ୍କ୍‌ ନେଇ ତଥ୍ୟ ପାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos