ରେଳ ବଜେଟ୍: ଯେତିକି ମିଳିଛି, ତା’ଠୁ ବି କମ୍ ମାଗିଲା ଓଡ଼ିଶା

ଭୁବନେଶ୍ୱର(ପ୍ରକାଶ ସେଠୀ): ରେଳବାଇ କ୍ଷେତ୍ରରେ ଓଡ଼ିଶା ପ୍ରତି କେନ୍ଦ୍ର ସରକାର ବୈମାତୃକ ମନୋଭାବ ପୋଷଣ କରୁଛନ୍ତି ବୋଲି କ୍ଷମତାସୀନ ବିଜେଡିର ବାରମ୍ବାର ଅଭିଯୋଗ ସତ୍ତ୍ୱେ ରାଜ୍ୟ ସରକାର ଆବଶ୍ୟକ ପରିମାଣର ପାଣ୍ଠି ଓଡ଼ିଶା ପାଇଁ ଦାବି କରିବାରେ ଫେଲ୍ ମାରିଛନ୍ତି । ଏପରିକି ୨୦୨୨-୨୩ ରେଳ ବଜେଟରେ ଓଡ଼ିଶାକୁ କେନ୍ଦ୍ର ସରକାର ଯେତିକି ଅର୍ଥ ମଞ୍ଜୁର କରିଛନ୍ତି ତା’ଠୁ ବି ପ୍ରାୟ ୧୩୩୪କୋଟି ଟଙ୍କା କମ୍ ପାଣ୍ଠି ୨୦୨୩-୨୪ ରେଳ ବଜେଟରେ ଆବଂଟନ କରିବାକୁ ରାଜ୍ୟ ସରକାର […]

Train

Train

Ordigital Desk
  • Published: Tuesday, 22 November 2022
  • Updated: 22 November 2022, 07:55 PM IST

Sports

Latest News

ଭୁବନେଶ୍ୱର(ପ୍ରକାଶ ସେଠୀ): ରେଳବାଇ କ୍ଷେତ୍ରରେ ଓଡ଼ିଶା ପ୍ରତି କେନ୍ଦ୍ର ସରକାର ବୈମାତୃକ ମନୋଭାବ ପୋଷଣ କରୁଛନ୍ତି ବୋଲି କ୍ଷମତାସୀନ ବିଜେଡିର ବାରମ୍ବାର ଅଭିଯୋଗ ସତ୍ତ୍ୱେ ରାଜ୍ୟ ସରକାର ଆବଶ୍ୟକ ପରିମାଣର ପାଣ୍ଠି ଓଡ଼ିଶା ପାଇଁ ଦାବି କରିବାରେ ଫେଲ୍ ମାରିଛନ୍ତି । ଏପରିକି ୨୦୨୨-୨୩ ରେଳ ବଜେଟରେ ଓଡ଼ିଶାକୁ କେନ୍ଦ୍ର ସରକାର ଯେତିକି ଅର୍ଥ ମଞ୍ଜୁର କରିଛନ୍ତି ତା’ଠୁ ବି ପ୍ରାୟ ୧୩୩୪କୋଟି ଟଙ୍କା କମ୍ ପାଣ୍ଠି ୨୦୨୩-୨୪ ରେଳ ବଜେଟରେ ଆବଂଟନ କରିବାକୁ ରାଜ୍ୟ ସରକାର ପ୍ରସ୍ତାବ ପଠାଇବେ । ତେବେ ପଦମପୁର ଉପନିର୍ବାଚନ ପାଇଁ ଏବେ ବିଜେଡି-ବିଜେପି ମୁହାଁମୁହିଁ ହୋଇଥିବା ନୂଆପଡ଼ା ରୋଡ-ବରଗଡ଼ ରୋଡ୍ ଭାୟା ପଦମପୁର(୧୪୨କିମି) ରେଳ ମାର୍ଗ ପ୍ରକଳ୍ପ ପାଇଁ ୧୦୦କୋଟି ଟଙ୍କାର ବ୍ୟୟବରାଦ ୨୦୨୩-୨୪ ବଜେଟରେ ବ୍ୟବସ୍ଥା କରିବାକୁ ମଧ୍ୟ ଓଡ଼ିଶା ପ୍ରସ୍ତାବ ପଠାଇବ ବୋଲି ରାଜ୍ୟ ଅର୍ଥ ବିଭାଗକୁ ଚିଠି ଲେଖି ପରିବହନ ବିଭାଗ ଜଣାଇଛି ।

ରାଜ୍ୟ ପରିବହନ ବିଭାଗ ପକ୍ଷରୁ ୨୦୨୩-୨୪ ଆର୍ଥିକ ବର୍ଷ ବଜେଟରେ ଓଡ଼ିଶାର ରେଳବାଇ ବିକାଶ ଓ ଭିତ୍ତିଭୂମି କ୍ଷେତ୍ର ନିମନ୍ତେ ମୋଟ ୮୪୦୦କୋଟି ଟଙ୍କାର ଦାବି କେନ୍ଦ୍ର ସରକାରଙ୍କ ପାଖରେ ଉପସ୍ଥାପନ କରାଯିବ ବୋଲି ରାଜ୍ୟ ଅର୍ଥ ବିଭାଗକୁ ଅବଗତ କରାଯାଇଛି । ଯଦିଓ ୨୦୨୨-୨୩ ଆର୍ଥିକ ବର୍ଷରେ ଓଡ଼ିଶାରେ ରେଳବାଇ କ୍ଷେତ୍ରର ବିକାଶ ନିମନ୍ତେ କେନ୍ଦ୍ର ସରକାର ୯୭୩୪କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଓଡ଼ିଶା ସରକାରଙ୍କ ପରିବହନ ବିଭାଗ ଗୋଟିଏ ପଟେ ରେଳବାଇ କ୍ଷେତ୍ରର ଭିତ୍ତିଭୂମି ବିକାଶ ନିମନ୍ତେ ପଡ଼ୋଶୀ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ସହ ଦେଶର ସାମଗ୍ରିିକ ସ୍ଥିତିର ଉଦାହରଣ ଦେଉଥିବାବେଳେ ଅନ୍ୟପଟେ ଆବଶ୍ୟକ ପରିମାଣର ପର୍ଯ୍ୟାପ୍ତ ପାଣ୍ଠି ରାଜ୍ୟର ରେଳ ଭିତ୍ତିଭୂମି ବିକାଶ ନିମନ୍ତେ ଦାବି ଉପସ୍ଥାପନ କରିବାରେ ଫେଲ୍ ମାରିଛି ।

ଓଡ଼ିଶା ସରକାର ଦର୍ଶାଇଛନ୍ତି ଯେ, ଭାରତୀୟ ରେଳବାଇ ପ୍ରତିବର୍ଷ ଭଡ଼ା ଆଦି ବାବଦରେ ପ୍ରାୟ ୨୦ହଜାର କୋଟି ଟଙ୍କାର ରାଜସ୍ୱ ସଂଗ୍ରହ କରୁଛି । କିନ୍ତୁ ଜାତୀୟ ହାର ତୁଳନାରେ ଓଡ଼ିଶାରେ ରେଳ ସାନ୍ଧ୍ରତା ଖୁବ୍ କମ୍ ରହିଛି । ରେଳ ସାନ୍ଧ୍ରତାର ଜାତୀୟ ହାର ୨୧ ଥିବାବେଳେ ଓଡ଼ିଶାରେ ଏହା ୧୮ରେ ରହିଛି । କିନ୍ତୁ ପଶ୍ଚିମବଙ୍ଗରେ ଏହି ପରିମାଣ ହାରାହାରି ୪୮ ଓ ଝାଡ଼ଖଣ୍ଡରେ ୩୩ ଅଛି । ତେଣୁ ରାଜ୍ୟରେ ରେଳ ନେଟୱାର୍କର ସମ୍ପ୍ରସାରଣ କରି ପଡ଼ୋଶୀ ରାଜ୍ୟଗୁଡ଼ିକ ସହ ରେଳ ସାନ୍ଧ୍ରତା ହାର ସମାନ କରିବାର ଜରୁରୀ ଆବଶ୍ୟକତା ରହିଛି ବୋଲି ଓଡ଼ିଶା ପକ୍ଷରୁ ଯୁକ୍ତି ଦର୍ଶାଯାଇଛି । ଏପରିକି ରାଜ୍ୟରେ ରେଳ ଭିତ୍ତିଭୂମି ସୃଷ୍ଟି କରିବା ଦାୟିତ୍ୱ ଭାରତ ସରକାରଙ୍କ ହୋଇଥିଲେ ମଧ୍ୟ ଓଡ଼ିଶା ସରକାର ଯୌଥ ଉଦ୍ୟୋଗ ଓ ଏସପିଭି ମାଧ୍ୟମରେ ରେଳ ମନ୍ତ୍ରଣାଳୟ ସହ ମିଶି ରାଜ୍ୟରେ ନୂଆ ରେଳମାର୍ଗ ଓ କରିଡ଼ର ନିର୍ମାଣ ପାଇଁ ମାଗଣା ଜମି ଓ ପାଣ୍ଠିର ମଧ୍ୟ ସହଯୋଗ କରୁଛି । ତେଣୁ ଓଡ଼ିଶାରେ ରେଳ ଭିତ୍ତିଭୂମିର ବିକାଶ ଯଥା ଜାରି ରହିଥିବା ପ୍ରକଳ୍ପ, ନୂଆ ମାର୍ଗର ମଞ୍ଜୁରୀ, ଷ୍ଟେସନର ଆଧୁନିକୀକରଣ, ନୂଆ ଟ୍ରେନ ପ୍ରଚଳନ, ପୁରୁଣା ଟ୍ରେନର ସମ୍ପ୍ରସାରଣ, ଷ୍ଟେସନରେ ଯାତ୍ରୀ ସୁବିଧାରେ ସୁଧାର, ରେଳଭିତ୍ତିକ ଶିଳ୍ପ ସ୍ଥାପନ, ମଲଟି ମୋଡାଲ ଲଜିଷ୍ଟିକ ପାର୍କ ଆଦି ପାଇଁ ୨୦୨୩-୨୪ ବଜେଟରେ ଅତିକମରେ ମୋଟ ୮୪୦୦କୋଟି ଟଙ୍କାର ବ୍ୟୟବରାଦ କରିବା ନିମନ୍ତେ ଓଡ଼ିଶା ସରକାର ଦାବି ଉପସ୍ଥାପନ କରିଛନ୍ତି ।

ମୋଟ ୧୭ଟି ପ୍ରସ୍ତାବକୁ ଆଗାମୀ ଆର୍ଥିକ ବର୍ଷର ବଜେଟରେ ସାମିଲ କରିବାକୁ ଓଡ଼ିଶା ସରକାର ପ୍ରସ୍ତାବ ଦେଇଛନ୍ତି । ସେଗୁଡ଼ିକ ହେଲା ଗୋପାଳପୁର-ରେଢାଖୋଲ(୨୫୦କିମି) ରେଳମାର୍ଗ ପାଇଁ ୨୦୦କୋଟି, ନୂଆପଡ଼ା-ଗୁଣୁପୁରୁ ଲାକୁ ଥେରୁଭାଲି ପର୍ଯ୍ୟନ୍ତ(୭୯କିମି) ସମ୍ପ୍ରସାରଣ ପାଇଁ ୩୦୦କୋଟି, ପୁରୀ-କୋଣାର୍କ(୩୮କିମି) ପାଇଁ ୧୦୦କୋଟି, ନୂଆପଡ଼ା-ବରଗଡ଼ ଭାୟା ପଦମପୁର(୧୪୨କିମି)-୧୦୦କୋଟି, ଯାଜପୁର କେନ୍ଦୁଝର ରୋଡ-ଧାମରା ବନ୍ଦର ଭାୟା ଆରଡି(୯୫କିମି)-୧୦୦କୋଟି, ତାଳଚେର-ଅନୁଗୁଳ-୧୦୦କୋଟି, ପାରାଦୀପ-ଧାମରା ରେଳ ଲିଙ୍କ(୮୦କିମି)-୫୦କୋଟି, ବୁରାମରା-ଚକୁଳିଆ-୧୦୦କୋଟି, କେନ୍ଦୁଝର-ବାଦାମପାହାଡ଼-୧୦୦କୋଟି, ଖୋର୍ଦ୍ଧା ରୋଡ-ବଲାଙ୍ଗିର-୧୨୦୦କୋଟି, ତାଳଚେର-ବିମଳାଗଡ଼(୧୫୪କିମି)-୮୦୦କୋଟି, ଜଳେଶ୍ୱର-ଦୀଘା(୪୧କିମି)-୧୦୦କୋଟି, ଜୁନାଗଡ଼-ନବରଙ୍ଗପୁର(୧୧୮କିମି)-୧୦୦କୋଟି, ନବରଙ୍ଗପୁର-ଜୟପୁର(୩୮କିମି)-୧୫୦କୋଟି, ଜୟପୁର-ମାଲକାନଗିରି(୧୩୦କିମି)-୩୦୦କୋଟି, ମାଲକାନଗିରି-ଭଦ୍ରାଂଚଳମ-୧୦୦କୋଟି ଓ ଅନ୍ୟ ଜାରି ରହିଥିବା ରେଳମାର୍ଗ ଦୋହରୀକରଣ, ତୃତୀୟ ଓ ଚତୁର୍ଥ ଲାଇନ ନିର୍ମାଣ, ଭୁବନେଶ୍ୱର,ପୁରୀ,କଟକ, ବ୍ରହ୍ମପୁର,ସମ୍ବଲପୁର,ରାଉରକେଲା,ବାଲେଶ୍ୱର ଓ ଅନ୍ୟ ପ୍ରମୁଖ ଷ୍ଟେସନ ଆଧୁନିକରଣ ଆଦି ବାବଦରେ ବାକି ୪୫୦୦କୋଟି ଟଙ୍କା ବଜେଟରେ ବ୍ୟୟବରାଦ କରିବାକୁ ଓଡ଼ିଶା ପ୍ରସ୍ତାବ ରଖିବ ।

ତେବେ ପ୍ରଶ୍ନ ଉଠୁଛି ପ୍ରାୟ ୨୦ହଜାର କୋଟି ଟଙ୍କାର ରେଳ ରାଜସ୍ୱ ଓଡ଼ିଶାରୁ ପାଉଥିବା କେନ୍ଦ୍ର ସରକାର ଚଳିତ ଆର୍ଥିକ ବର୍ଷରେ ୯୭୩୪ କୋଟି ଟଙ୍କା ମଞ୍ଜୁର କରିଥିବାବେଳେ ଓଡ଼ିଶା ସରକାର ଆଗାମୀ ଆର୍ଥିକ ବର୍ଷରେ ଏହି ପରିମାଣଠୁ ଅଧିକ ଦାବି କରିବାରେ ସମସ୍ୟା କେଉଁଠି ରହିଛି? ଓଡ଼ିଶା ପ୍ରତି ରେଳବାଇ କ୍ଷେତ୍ରରେ କେନ୍ଦ୍ର ସରକାର ବୈମାତୃକ ମନୋଭାବ ପୋଷଣ କରୁଛନ୍ତି ବୋଲି ଶାସକ ଦଳ ଚିତ୍କାର କରୁଥିଲେ ମଧ୍ୟ ସ୍ୱତନ୍ତ୍ର ପ୍ରକଳ୍ପ ଓ ପ୍ରାବଧାନରେ ଓଡ଼ିଶାର ରେଳବାଇ କ୍ଷେତ୍ର ପାଇଁ ଅଧିକ ଅର୍ଥ ଦାବି କରିବାରେ ରାଜ୍ୟ ସରକାର କାହିଁକି ବିଫଳ ହୋଇଛନ୍ତି?

ସୂଚନାଯୋଗ୍ୟ, ଓଡ଼ିଶା ସରକାର ୨୦୨୦-୨୧ ରେଳ ବଜେଟରେ ପ୍ରାୟ ୬ହଜାର କୋଟି ଟଙ୍କା ଦାବି ରଖିଥିବାବେଳେ ଓଡ଼ିଶାକୁ ୪୩୭୩କୋଟି ଟଙ୍କା ମିଳିଥିଲା । ୨୦୨୧-୨୨ରେ ପ୍ରାୟ ୧୨୦୦କୋଟି ଟଙ୍କା ଅଧିକ ଅର୍ଥାତ ୭୨୦୦କୋଟି ଟଙ୍କାର ଦାବି କରିଥିଲେ ଓ ରାଜ୍ୟକୁ ୬୯୯୫କୋଟି ଟଙ୍କା ମିଳିଥିଲା । ସେହିପରି ଚଳିତ ଆର୍ଥିକ ବର୍ଷ ୨୦୨୨-୨୩ ରେ ୭୬୦୦କୋଟି ଟଙ୍କା ଦାବି ରଖିଥିଲେ ବି ପ୍ରାୟ ୨୧୩୪କୋଟି ଟଙ୍କା ଅଧିକ ମିଳିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story