ସ୍କୁଲ ଖୋଲିବାକୁ ନେଇ ଏମିତି କହିଲେ ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶିକ୍ଷାଦାନରେ ବାଧକ ସାଜିବନି ଟିକାକରଣ। ଯେଉଁମାନେ ଟିକା ନେଇନଥିବେ, ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦେବାକୁୁ ସ୍ୱାସ୍ଥ୍ୟ ବିଭାଗକୁ କହିବୁ। ପ୍ରାୟ ସବୁ ଶିକ୍ଷକ ଓ କର୍ମଚାରୀ ଟିକା ନେଇସାରିଛନ୍ତି। ଯେଉଁମାନେ ନେଇନାହାଁନ୍ତି, ସେମାନଙ୍କୁ ଅଗ୍ରାଧିକାର ଦେବାକୁ କହିବୁ।  ଆମେ ଏସ୍‌ଓପିରେ ସବୁ ଉଲ୍ଲେଖ କରିଛୁ। ଅଭିଭାବକଙ୍କ ସହମତି ଆବଶ୍ୟକ। ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣ ଶିକ୍ଷାମନ୍ତ୍ରୀ ସମୀର ଦାଶ। ସେପଟେ ତିନି ଦିନ ପରେ ରାଜ୍ୟରେ ଖୋଲିବ ସ୍କୁଲ। […]

school-student

school-student

Manoranjan Sial
  • Published: Thursday, 22 July 2021
  • Updated: 22 July 2021, 10:09 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶିକ୍ଷାଦାନରେ ବାଧକ ସାଜିବନି ଟିକାକରଣ। ଯେଉଁମାନେ ଟିକା ନେଇନଥିବେ, ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦେବାକୁୁ ସ୍ୱାସ୍ଥ୍ୟ ବିଭାଗକୁ କହିବୁ। ପ୍ରାୟ ସବୁ ଶିକ୍ଷକ ଓ କର୍ମଚାରୀ ଟିକା ନେଇସାରିଛନ୍ତି। ଯେଉଁମାନେ ନେଇନାହାଁନ୍ତି, ସେମାନଙ୍କୁ ଅଗ୍ରାଧିକାର ଦେବାକୁ କହିବୁ।  ଆମେ ଏସ୍‌ଓପିରେ ସବୁ ଉଲ୍ଲେଖ କରିଛୁ। ଅଭିଭାବକଙ୍କ ସହମତି ଆବଶ୍ୟକ। ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣ ଶିକ୍ଷାମନ୍ତ୍ରୀ ସମୀର ଦାଶ।

ସେପଟେ ତିନି ଦିନ ପରେ ରାଜ୍ୟରେ ଖୋଲିବ ସ୍କୁଲ। ସେଥିପାଇଁ ସ୍କୁଲ ଗୁଡିକରେ ଆରମ୍ଭ ହେଲାଣି ବିଶୋଧନ କାର୍ଯ୍ୟ। ଶ୍ରେଣୀ ଗୃହରେ ସାମାଜିକ ଦୂରତା ରକ୍ଷା କରାଯାଇ ବସିବାର ବ୍ୟବସ୍ଥା ହେଉଛି। ପ୍ରବେଶ ପଥରେ ଧାଡିରେ ଆସିବା ଲାଗି ବୃତ୍ତାକାର ଚିହ୍ନ ମଧ୍ୟ କରାଯାଇଛି। ଆଇସୋଲେସନ ରୁମ୍‌ ବି କରାଯାଇଛି। ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପ୍ରବେଶ ସମୟରେ ଥର୍ମାଲ୍ ସ୍କ୍ରିନିଂ କରାଯିବ।

ମହାମାରୀ କୋଭିଡ୍‌ ପାଇଁ ସବୁ ବିଦ୍ୟାଳୟକୁ ବନ୍ଦ କରାଯାଇଥିଲା। ବର୍ତ୍ତମାନ ଧୀରେ ଧୀରେ କୋଭିଡ୍‌ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି। ସେହି ପରିପ୍ରେକ୍ଷୀରେ ବିଦ୍ୟାଳୟର ବିକଳ୍ପ ସ୍ୱରୂପ ଅନ୍‌ଲାଇନ୍‌ ଶିକ୍ଷା ବ୍ୟବସ୍ଥା କରାଯାଇଛି। ଏହି ସେବା ଓଡ଼ିଶାର ସବୁ ପିଲାଙ୍କ ପାଖରେ ପହଞ୍ଚି ପାରିନାହିଁ। ମୋବାଇଲ୍‌ କନେକ୍ଟିଭିଟିର ଅସୁବିଧା ପାଇଁ ସବୁ ପିଲାଙ୍କ ପାଖରେ ଅନ୍‌ଲାଇନ୍‌ ଶିକ୍ଷାଦାନ ପହଞ୍ଚି ପାରିନାହିଁ। ତେଣୁ ରାଜ୍ୟ ସରକାର ବିଦ୍ୟାଳୟ ଖୋଲିବାକୁ ନିଷ୍ପତ୍ତି ନେଉଛନ୍ତି ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos