ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବେଆଇନ୍ ଧର୍ମଘଟକୁ ପ୍ରୋତ୍ସାହିତ କଲେ ଏଣିକି ଜେଲ୍ ଦଣ୍ଡ। ପ୍ରୋତ୍ସାହକଙ୍କୁ ୧ ବର୍ଷ ଜେଲ୍ କିମ୍ବା ୫୦୦୦ ଟଙ୍କା ଯାଏ ଜରିମାନା କରାଯିବ। ଏପରିକି ଉଭୟଟା ମଧ୍ୟ ଲାଗୁ କରାଯାଇପାରିବ। ଓଡ଼ିଶା ଅତ୍ୟାବଶ୍ୟକ ସେବା ସଂଶୋଧନ ଆଇନକୁ ଆଜି ରାଜ୍ୟ ସରକାର ବିଧାନସଭାରେ ପାରିତ କରିଛନ୍ତି।
ନୂଆ ଅଧିନିୟମରେ ଅଗ୍ନି ନିରାପତ୍ତା ଓ ଜଙ୍ଗଲ ବିଭାଗ ସାମିଲ ହୋଇଛି। ଏଥିସହ କାରାଗାର ସଂସ୍କାର, ଇଲେକ୍ଟ୍ରୋନିକ୍ସ, ସୂଚନା ଓ ଯୋଗାଯୋଗ ମଧ୍ୟ ସାମିଲ ହୋଇଛି। ନୂଆକରି ସାମିଲ ବିଭାଗର କର୍ମଚାରୀମାନେ ବେଆଇନ୍ ଧର୍ମଘଟରେ ସାମିଲ ହେଲେ ଦଣ୍ଡିତ ହେବେ। ସେହିପରି ଯଦି କେହି ବେଆଇନ ଧର୍ମଘଟକୁ ପ୍ରୋତ୍ସାହିତ କରେ ଓ ସମର୍ଥନ କରି ଆର୍ଥିକ ସହାୟତା କଲେ, ସେମାନେ ମଧ୍ୟ ଦଣ୍ଡିତ ହେବେ। ଧର୍ମଘଟ ପାଇଁ ସାଧାରଣ ଲୋକଙ୍କ ସୁରକ୍ଷା ବିପନ୍ନ ହେଲେ ଦଣ୍ଡବିଧାନ ହେବ।
ରାଜ୍ୟ ସରକାରଙ୍କ ଏପରି ନିଷ୍ପତ୍ତିକୁ ବିଜେପି ଓ କଂଗ୍ରେସ ବିରୋଧ କରିଥିଲେ। ଶାସକ ଦଳ ପାଖରେ ସଂଖ୍ୟା ଗରିଷ୍ଠତା ଥିବାରୁ ବିଲ୍କୁ ପାସ୍ କରିଦିଆଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।