ଓଡ଼ିଶା ଫେରିଲେ ଦୁବାଇରେ ଫସିଥିବା ୫ ଓଡ଼ିଆ ଶ୍ରମିକ

ଭୁବନେଶ୍ୱର: ଦୁବାଇରେ ଫସି ରହିଥିବା ୫ ଓଡ଼ିଆ ଶ୍ରମିକ ଆଜି ଭୁବନେଶ୍ୱର ଫେରିଛନ୍ତି। କାମ କରିବାକୁ ଯାଇ ୫ମାସ ହେବ ସେମାନେ ନିର୍ଯାତନାର ଶିକାର ହୋଇଥିଲେ। ୨ଟି ସ୍ୱେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ସେମାନଙ୍କୁ ଉଦ୍ଧାର କରାଯାଇଛି। ବ୍ରହ୍ମପୁରର ଏକ ଏଜେଣ୍ଟ୍‌ ଜରିଆରେ ସେମାନେ ଦୁବାଇ ଯାଇଥିଲେ। ସେଠାରେ ପ୍ରାୟ  ବର୍ଷେ ହେବ ୱାଇଡ୍‌ ପ୍ଳସ୍‌ ଡେକୋର୍ ଟେକନିକାଲ୍‌ ସର୍ଭିସ୍‌ ନାମକ ଏକ କମ୍ପାନୀରେ ପ୍ଳମ୍ୱର ଭାବେ କାମ କରୁଥିଲେ। ସେମାନଙ୍କୁ ୩ ମାସ ହେଲା ଦରମା ମିଳି […]

labour

Rakesh Mallick
  • Published: Tuesday, 06 September 2016
  • , Updated: 06 September 2016, 12:24 PM IST

ଭୁବନେଶ୍ୱର: ଦୁବାଇରେ ଫସି ରହିଥିବା ୫ ଓଡ଼ିଆ ଶ୍ରମିକ ଆଜି ଭୁବନେଶ୍ୱର ଫେରିଛନ୍ତି। କାମ କରିବାକୁ ଯାଇ ୫ମାସ ହେବ ସେମାନେ ନିର୍ଯାତନାର ଶିକାର ହୋଇଥିଲେ। ୨ଟି ସ୍ୱେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ସେମାନଙ୍କୁ ଉଦ୍ଧାର କରାଯାଇଛି।

ବ୍ରହ୍ମପୁରର ଏକ ଏଜେଣ୍ଟ୍‌ ଜରିଆରେ ସେମାନେ ଦୁବାଇ ଯାଇଥିଲେ। ସେଠାରେ ପ୍ରାୟ  ବର୍ଷେ ହେବ ୱାଇଡ୍‌ ପ୍ଳସ୍‌ ଡେକୋର୍ ଟେକନିକାଲ୍‌ ସର୍ଭିସ୍‌ ନାମକ ଏକ କମ୍ପାନୀରେ ପ୍ଳମ୍ୱର ଭାବେ କାମ କରୁଥିଲେ। ସେମାନଙ୍କୁ ୩ ମାସ ହେଲା ଦରମା ମିଳି ନ ଥିଲା। ଦୁବାଇରୁ ସେମାନଙ୍କୁ ଉଦ୍ଧାର କରିବା ଲାଗି ସୋସିଆଲ୍‌ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ନିବେଦନ କରିଥିଲେ।

ଦୁବାଇରୁ ଫେରିଥିବା ଜଣେ ଶ୍ରମିକ କହିଛନ୍ତି,“ ବ୍ରହ୍ମପୁରର ପ୍ଲାନେଟ୍‌ ଅଫିସ୍‌ ଜରିଆରେ ୨୦୧୫ ମସିହା ଜୁନ୍‌ ୨ରେ ଆମେ କାମ କରିବା ପାଇଁ ଦୁବାଇ ଯାଇଥିଲୁ।  ଆମର ଦରମା ୧୪୦୦ ଶହ ଟଙ୍କା ଥିବା ବେଳେ  କମ୍ପାନୀ କର୍ତ୍ତୃପକ୍ଷ ଆମକୁ ୧୨୦୦ ଟଙ୍କା ଦେଉଥିଲା।  ଏହା ସହିତ ପ୍ରତି ମାସରେ ଦରମା ଆମକୁ ଦିଆଯାଉ ନ ଥିଲା। ଏ ନେଇ ଆମେ ଦୁବାଇର ଶ୍ରମ କୋର୍ଟରେ ଏକ ମାମଲା ରୁଜୁ କରିଥିଲୁ।  ଏହାପରେ ଆମକୁ ଦରମା ମିଳିଥିଲା।”

ସେ କହିଛନ୍ତି,“ଗତ କିଛି ମାସ ହେବ ୱାଇଡ୍‌ ପ୍ଳସ୍‌ ଡେକୋର୍ ଟେକନିକାଲ୍‌ ମାଲିକ ଆମକୁ ଜୋର୍‌ ଜବରଦସ୍ତ କ୍ୟାନ୍‌ସେଲ୍‌ ପେପର୍‌ରେ ଦସ୍ତଖତ କରାଇ  ଓଡ଼ିଶା ପଳାଇବାକୁ କହିଥିଲା। ଏହାସହିତ ଆମକୁ ୩ ମାସର ଦରମା ମଧ୍ୟ ଦେଇ ନ ଥିଲା।  ପରେ ଆମେ ବାଧ୍ୟ ହୋଇ ଗଣମାଧ୍ୟମକୁ ଏ ନେଇ ସୂଚନା ଦେଇଥିଲୁ।”

Related story