କରୋନା ତୃତୀୟ ଲହର ପାଇଁ ପ୍ରସ୍ତୁତି ଆରମ୍ଭ କଲେ ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ର ସମ୍ଭାବ୍ୟ ତୃତୀୟ ଲହର ପାଇଁ ଆଗୁଆ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର। ଆଗୁଆ ବ୍ୟବସ୍ଥା କରିବା ପାଇଁ ସବୁ ଜିଲ୍ଲାପାଳ ଓ CDMOମାନଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ACS। ତୃତୀୟ ଲହରରେ ଛୋଟପିଲା ସଂକ୍ରମିତ ହେବା ସମ୍ଭାବନା ଥିବାରୁ ପଦକ୍ଷେପ ନେବାକୁ କୁହାଯାଇଛି। ବର୍ତ୍ତମାନ୍‌ ଥିବା କୋଭିଡ୍‌ ହସ୍ପିଟାଲରେ ସ୍ୱତନ୍ତ୍ର ଶିଶୁ ବିଭାଗ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସବୁ ଜିଲ୍ଲା ଓ ଉପଖଣ୍ଡ ହସ୍ପିଟାଲରେ ୧୦ଟି ଆଇସୋଲେସନ ବେଡ୍‌ ରହିବ। […]

child

child

Manoranjan Sial
  • Published: Tuesday, 08 June 2021
  • Updated: 08 June 2021, 06:58 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ର ସମ୍ଭାବ୍ୟ ତୃତୀୟ ଲହର ପାଇଁ ଆଗୁଆ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର। ଆଗୁଆ ବ୍ୟବସ୍ଥା କରିବା ପାଇଁ ସବୁ ଜିଲ୍ଲାପାଳ ଓ CDMOମାନଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ACS। ତୃତୀୟ ଲହରରେ ଛୋଟପିଲା ସଂକ୍ରମିତ ହେବା ସମ୍ଭାବନା ଥିବାରୁ ପଦକ୍ଷେପ ନେବାକୁ କୁହାଯାଇଛି। ବର୍ତ୍ତମାନ୍‌ ଥିବା କୋଭିଡ୍‌ ହସ୍ପିଟାଲରେ ସ୍ୱତନ୍ତ୍ର ଶିଶୁ ବିଭାଗ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସବୁ ଜିଲ୍ଲା ଓ ଉପଖଣ୍ଡ ହସ୍ପିଟାଲରେ ୧୦ଟି ଆଇସୋଲେସନ ବେଡ୍‌ ରହିବ। ୭ଟି ମେଡିକାଲ କଲେଜରେ ୬୪ NICU ସହ ମୋଟ୍‌ ୧୫୫ ବେଡ୍‌ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସିଏସ୍‌। ICU ବ୍ୟବସ୍ଥା ଥିବା ସବୁ ସିସିସିରେ ୧୫% ବେଡ୍‌ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ରହିବ। ପର୍ଯ୍ୟାପ୍ତ ଔଷଧ ଓ ଅକ୍ସିଜେନ ମହଜୁଦ ରଖିବାକୁ ମଧ୍ୟ ACSଙ୍କ ନିର୍ଦ୍ଦେଶ ଦେଇଛନ୍ତି। ସ୍ୱତନ୍ତ୍ର କୋଭିଡ୍‌ ବ୍ଲକ ପ୍ରସ୍ତୁତ କରିବାକୁ କଟକ ଶିଶୁଭବନ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସିଏସ୍‌।

ଗତ ୨୪ ଘଣ୍ଟାରେ ୪୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୮୯୬ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୩୩୨ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୨୫୬୪ଟି ହେଉଛି ଲୋକାଲ୍ କେସ୍‌। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୫୩ ଜଣ ଚିହ୍ନଟ ହୋଇଛନ୍ତି। ଯାଜପୁରରୁ ୪୧୩ ଜଣ ଚିହ୍ନଟ ହୋଇଥିବା ବେଳେ ଅନୁଗୋଳରୁ ୩୮୫, ବାଲେଶ୍ୱରରୁ ୩୭୩, ଭଦ୍ରକରୁ ୩୭୦, କଟକରୁ ୩୪୯ ଓ ଢେଙ୍କାନାଳରୁ ୩୦୬ ଜଣ ଚିହ୍ନଟ ହୋଇଛନ୍ତି।

ବରଗଡ଼ ଜିଲ୍ଲାରୁ ୯୯ ଜଣ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିରରୁ ୭୭, ବୌଦ୍ଧରୁ ୭୩, ଦେବଗଡ଼ରୁ ୨୨, ଗଜପତିରୁ ୪୪, ଗଞ୍ଜାମରୁ ୩୫, ଜଗତସିଂହପୁରରୁ ୨୩୨, ଝାରସୁଗୁଡ଼ାରୁ ୫୪, କଳାହାଣ୍ଡିରୁ ୫୩, କନ୍ଧମାଳରୁ ୬୫, କେନ୍ଦ୍ରାପଡ଼ାରୁ ୨୩୫, କେନ୍ଦୁଝରରୁ ୧୩୦, କୋରାପୁଟରୁ ୧୨୯, ମାଲକାନଗିରିରୁ ୧୧୬, ମୟୂରଭଞ୍ଜରୁ ୨୬୧, ନବରଙ୍ଗପୁରରୁ ୧୭୪, ନୟାଗଡ଼ରୁ ୧୭୭, ନୂଆପଡ଼ାରୁ ୩୭, ପୁରୀରୁ ୨୪୧, ରାୟଗଡ଼ାରୁ ୧୬୬, ସମ୍ବଲପୁରରୁ ୯୨, ସୋନପୁରରୁ ୭୭ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୧୧୩ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍‌ ପୁଲ୍‌ରୁ ୧୪୫ ଜଣ ଚିହ୍ନଟ ହୋଇଛନ୍ତି।

୫୮୯୬ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୨୫ ହଜାର ୧୧୦ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୭ ଲକ୍ଷ ୪୭ ହଜାର ୮୦୫ ଜଣ ସୁସ୍ଥ ହୋଇସାରିଛନ୍ତି। ୭୪ ହଜାର ୧୭୨ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି। ଅନ୍ୟପକ୍ଷରେ ଆଉ ୪୫ ଜଣଙ୍କ ଜୀବନ ଯିବା ପରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୦୮୦କୁ ବୃଦ୍ଧି ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story