ଦୁବାଇରେ ମିଳିଲା ଓଡ଼ିଶାକୁ ୨୧,୮୦୦ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରତିଶ୍ରୁତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଦେଶ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଦୁବାଇରେ ଆୟୋଜିତ ‘ଓଡ଼ିଶା ଇନଭେଷ୍ଟର୍ସ ମିଟ’ କାର୍ଯ୍ୟକ୍ରମରେ ୨୧୮୦୦କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ଓଡ଼ିଶା ସରକାରଙ୍କୁ ପ୍ରତିଶ୍ରୁତି ମିଳିଛି । ଦୁବାଇର ବିଜିନେସ୍ ବେ’ ସ୍ଥିତ ଓବରେଇ ହୋଟେଲରେ ଫିକ୍କି ସହଯୋଗରେ ଏହି ଇନଭେଷ୍ଟର୍ସ ମିଟ ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ରାଜ୍ୟ ମୁଖ୍ୟ ସଚିବ, ଶିଳ୍ପ ସଚିବ ଓ ଓଡ଼ିଶାରେ ଶିଳ୍ପ ସ୍ଥାପନ କରିଥିବା ଅନେକ […]

CM

CM

Ordigital Desk
  • Published: Wednesday, 29 June 2022
  • Updated: 29 June 2022, 10:34 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଦେଶ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଦୁବାଇରେ ଆୟୋଜିତ ‘ଓଡ଼ିଶା ଇନଭେଷ୍ଟର୍ସ ମିଟ’ କାର୍ଯ୍ୟକ୍ରମରେ ୨୧୮୦୦କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ଓଡ଼ିଶା ସରକାରଙ୍କୁ ପ୍ରତିଶ୍ରୁତି ମିଳିଛି । ଦୁବାଇର ବିଜିନେସ୍ ବେ’ ସ୍ଥିତ ଓବରେଇ ହୋଟେଲରେ ଫିକ୍କି ସହଯୋଗରେ ଏହି ଇନଭେଷ୍ଟର୍ସ ମିଟ ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ରାଜ୍ୟ ମୁଖ୍ୟ ସଚିବ, ଶିଳ୍ପ ସଚିବ ଓ ଓଡ଼ିଶାରେ ଶିଳ୍ପ ସ୍ଥାପନ କରିଥିବା ଅନେକ ଶିଳ୍ପପତି ସାମିଲ ହୋଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଦୁବାଇର ଏନବିଟିସି କୁଏତ କମ୍ପାନୀ ୫ହଜାର କୋଟି ଟଙ୍କା ନିବେଶ କରି ଓଡ଼ିଶାରେ ଏକ ସାର କାରଖାନା ନିର୍ମାଣ କରିବାର ପ୍ରତିଶ୍ରୁତି ଦେଇଛି । ଏହା ଦ୍ୱାରା ଓଡ଼ିଶାରେ ୪ହଜାର ଅତିରିକ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ସେହିପରି ଆବୁଧାବିସ୍ଥିତ ଟବ୍ରିଡ୍ ଗ୍ରୁପ୍ ଏକ ହଜାର ଟଙ୍କା ଭୁବନେଶ୍ୱରର ଆଇସିଟି କ୍ୟାମ୍ପସରେ ନିବେଶ କରିବ । ସେହିପରି ଲୁଲୁ ଇଂଟରନ୍ୟାସନାଲ ସପିଂ ମଲ୍ ଓଡ଼ିଶାରେ ୧୫୦୦କୋଟି ଟଙ୍କା, ଆରବ ଇଣ୍ଡିଆ ସ୍ପାଇସେସ୍ ଏଲସିସି ୫୦କୋଟି ଟଙ୍କା, ଶୋଭା ରିୟଲିଟି ୫ହଜାର କୋଟି ଟଙ୍କା, ସରାଫ ଗ୍ରୁପ୍ ହିନ୍ଦ ଟର୍ମିନାଲ ୭୫୦କୋଟି ଟଙ୍କା, ହିନ୍ଦୁସ୍ତାନ ପୋର୍ଟସ ପ୍ରାଃ ଲିଃ ୮ହଜାର କୋଟି ଟଙ୍କା, ଟ୍ୱୋଂଟି ୧୪ ହୋଲ୍ଡିଙ୍ଗସ ୫୦୦କୋଟି ଟଙ୍କା ନିବେଶ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ଆଜି ସକାଳେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦୁବାଇରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ସେଠାରେ ଉପସ୍ଥିତ ପ୍ରାୟ ୧୫୦ କମ୍ପାନୀର ପ୍ରତିନିଧିଙ୍କୁ ଓଡ଼ିଶାରେ ପୁଞ୍ଜିନିବେଶ ନିମନ୍ତେ ଆହ୍ୱାନ କରିଥିଲେ । ଓଡ଼ିଶାରେ ପୁଞ୍ଜିନିବେଶକାରୀଙ୍କ ପାଇଁ ମାହୋଲ୍ ଓ ଓଡ଼ିଶାରେ ଶିଳ୍ପ ଇକୋସିଷ୍ଟମ ସମ୍ପର୍କରେ ଏକ ପ୍ରେଜେଂଟେସନ କରାଯାଇଥିଲା ଓ ଓଡ଼ିଶାରେ ପୁଞ୍ଜିନିବେଶର ବ୍ୟାପକ ସମ୍ଭାବନା ଓ ସୁଯୋଗ ଉପରେ ଓଡ଼ିଶା ପକ୍ଷରୁ ଆଲୋକପାତ କରାଯାଇଥିଲା । କୋଭିଡ୍ ସତ୍ତ୍ୱେ ଓଡ଼ିଶା ସରକାର ଗତ ୨ବର୍ଷ ମଧ୍ୟରେ ପ୍ରାୟ ୫୦ ବିଲିୟନ୍ ଆମେରିକୀୟ ଡଲାର ଅର୍ଥାତ ୩.୭୫ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଓଡ଼ିଶାର ଏହି ଇନଭେଷ୍ଟର୍ସ ମିଟ୍ କାର୍ଯ୍ୟକ୍ରମ ଦୁବାଇରେ ଅନୁଷ୍ଠିତ ହୋଇଥିଲେ ମଧ୍ୟ ଓଡ଼ିଶାରେ ଥିବା ବିଭିନ୍ନ କମ୍ପାନୀର ଏକ ଉଚ୍ଚସ୍ତରୀୟ ବ୍ୟବସାୟିକ ପ୍ରତିନିଧିମଣ୍ଡଳୀ ଏଥିରେ ସାମିଲ ହୋଇଛନ୍ତି । ଏହି ପ୍ରତିନିଧି ଦଳରେ ଫିକ୍କି ଉପସଭାପତି ତଥା ଇମ୍ଫା ପରିଚାଳନା ନିର୍ଦ୍ଦେଶକ ଶୁଭ୍ରକାନ୍ତ ପଣ୍ଡା, ଜେଏସଡବ୍ଲ୍ୟୁ ସିମେଂଟ ପରିଚାଳନା ନିର୍ଦ୍ଦେଶକ ପାର୍ଥ ଜିନ୍ଦଲ, ପାରାଦୀପ ଫସଫେଟ୍ ଲିଃର ଅଧ୍ୟକ୍ଷ ସରୋଜ ପୋଦ୍ଦାର, ହିଣ୍ଡାଲକୋ ପରିଚାଳନା ନିର୍ଦ୍ଦେଶକ ସତୀଶ ପାଇ, ଏଏମଏନଏସ ଇଣ୍ଡିଆ ସିଇଓ ଦିଲ୍ଲୀପ ଓମେନ, ବେଦାନ୍ତ ସିଇଓ ରାହୁଲ ଶର୍ମା, ଆଇଓସିଏଲ୍ ନିର୍ଦ୍ଦେଶକ ସୁଜୟ ଚୌଧୁରୀ, ଡିଏନ ହୋମସ ପରିଚାଳନା ନିର୍ଦ୍ଦେଶକ ଜଗଦୀଶ ନାଏକ, ବି-ୱାନ୍ ବିଜିନେସ ହାଉସ୍ ପରିଚାଳନା ନିର୍ଦ୍ଦେଶକ ଭବତୋଶ ସାହୁ, ଟାଟା ଷ୍ଟିଲ ଏସଇଜେଡ୍ ପରିଚାଳନା ନିର୍ଦ୍ଦେଶକ ପ୍ରଶାନ୍ତ ମଲ୍ଲିକ ଓ ଟାଟା ଷ୍ଟିଲ ଲିଃ ଉପସଭାପତି ଚାଣକ୍ୟ ଚୌଧୁରୀ ପ୍ରମୁଖ ସାମିଲ ହୋଇଥିଲେ।

ଏହି ଇନଭେଷ୍ଟର୍ସ ମିଟରେ ମଧ୍ୟପ୍ରାଚ୍ୟ ଓ ଉତ୍ତର ଆଫ୍ରିକା ଅଂଚଳର ପୁଞ୍ଜିନିବେଶକଙ୍କୁ ଓଡ଼ିଶାରେ ପୁଞ୍ଜିନିବେଶ କରିବାକୁ ଆହ୍ୱାନ କରାଯାଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story