ପରୀ ଘଟଣାରେ ତଦନ୍ତ କରିବେ ଆଇଜି ଅରୁଣ ବୋଥ୍ରା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୟାଗଡ଼ ପରୀ ହତ୍ୟା ମାମଲାରେ ଆଜି ତୃତୀୟଦିନ ବିଧାନସଭା ଅଚଳ ରହିବାପରେ କୋର୍ଟଙ୍କ ଦ୍ୱାରା ମନିଟରିଂ କରାଯାଉଥିବା ଏସଆଇଟି ତଦନ୍ତ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ହାଇକୋର୍ଟଙ୍କୁ ଚିଠି ଲେଖିବା ସହ ରାଜ୍ୟ ସରକାର ଏସଆଇଟି ଟିମ୍ ଗଠନ କରିଛନ୍ତି। ପୁଲିସ ଆଇଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ୫ଜଣିଆ ଏସଆଇଟି ଗଠନ କରାଯାଇଛି। ଏହି ଟିମରେ କ୍ରାଇମବ୍ରାଂଚ ଏସପି ଆରକେ ଦୋରା, ଏଏସପି ଆର ସି ଥମ୍ବ, ଇନ୍ସପେକ୍ଟର ନରେନ୍ଦ୍ର ବେହେରା, […]

arun

arun

Manoranjan Sial
  • Published: Saturday, 28 November 2020
  • Updated: 28 November 2020, 05:57 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୟାଗଡ଼ ପରୀ ହତ୍ୟା ମାମଲାରେ ଆଜି ତୃତୀୟଦିନ ବିଧାନସଭା ଅଚଳ ରହିବାପରେ କୋର୍ଟଙ୍କ ଦ୍ୱାରା ମନିଟରିଂ କରାଯାଉଥିବା ଏସଆଇଟି ତଦନ୍ତ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ହାଇକୋର୍ଟଙ୍କୁ ଚିଠି ଲେଖିବା ସହ ରାଜ୍ୟ ସରକାର ଏସଆଇଟି ଟିମ୍ ଗଠନ କରିଛନ୍ତି। ପୁଲିସ ଆଇଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ୫ଜଣିଆ ଏସଆଇଟି ଗଠନ କରାଯାଇଛି। ଏହି ଟିମରେ କ୍ରାଇମବ୍ରାଂଚ ଏସପି ଆରକେ ଦୋରା, ଏଏସପି ଆର ସି ଥମ୍ବ, ଇନ୍ସପେକ୍ଟର ନରେନ୍ଦ୍ର ବେହେରା, କ୍ରାଇମବ୍ରାଂଚ ଇନ୍ସପେକ୍ଟର ମମତାରାଣୀ ପଣ୍ଡା ସାମିଲ ଅଛନ୍ତି।

ଏହି ଟିମର କାର୍ଯ୍ୟକୁ ହାଇକୋର୍ଟଙ୍କ ଜଣେ କାର୍ଯ୍ୟରତ ବିଚାରପତିଙ୍କ ମାଧ୍ୟମରେ ମନିଟରିଂ କରିବା ନିମନ୍ତେ ଅନୁମତି ଦେବା ପାଇଁ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଅନୁରୋଧ କରାଯାଇଛି। ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲା ଆଜି ଓଡ଼ିଶା ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କୁ ଚିଠି ଲେଖି ଏହି ଏସଆଇଟି ଗଠନ ସମ୍ପର୍କରେ ସୂଚନା ଦେଇଛନ୍ତି। ନୟାଗଡ଼ର ୫ବର୍ଷର ଝିଅ ପରୀର ହତ୍ୟା ଘଟଣାର ତଦନ୍ତ ନିମନ୍ତେ ହାଇକୋର୍ଟଙ୍କ ଦ୍ୱାରା ପରିଚାଳିତ ଏକ ଏସଆଇଟି(ସ୍ୱତନ୍ତ୍ର ତଦନ୍ତକାରୀ ଟିମ) ଗଠନ ନିମନ୍ତେ ସରକାର ପ୍ରସ୍ତାବ ଦେଇଛନ୍ତି। ଏଥିପାଇଁ ସରକାରଙ୍କ ପକ୍ଷରୁ ବରିଷ୍ଠ ପୁଲିସ ଅଧିକାରୀଙ୍କ ଏକ ଟିମ୍ ମଧ୍ୟ ଗଠନ ହୋଇଛି। ତେଣୁ ଏ ସମ୍ପର୍କରେ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଅବଗତ କରି ହାଇକୋର୍ଟଙ୍କ ଜଣେ କାର୍ଯ୍ୟରତ ବିଚାରପତିଙ୍କ ତତ୍ତ୍ୱାବଧାନରେ ଏହି ଏସଆଇଟି ତଦନ୍ତ କରାଇବା ନିମନ୍ତେ ଆବଶ୍ୟକ ଅନୁମତି ଦେବା ନିମନ୍ତେ ରାଜ୍ୟ ସରକାର ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।

ଆଇନମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଆଜି ଏସମ୍ପର୍କରେ ବିଧାନସଭାକୁ ଅବଗତ କରାଇଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରୀ ହତ୍ୟା ମାମଲାର ଏସଆଇଟି ତଦନ୍ତ ଆବଶ୍ୟକ ପଡ଼ିଲେ ସରକାର କରିବାକୁ ପ୍ରସ୍ତୁତ ବୋଲି କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos