ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ମେଡିକାଲ ଏଜୁକେସନ୍ ଆଣ୍ଡ ଟ୍ରେନିଂ(ଡିଏମଇଟି) ନିର୍ଦ୍ଦେଶକ ଭାବେ ଡାକ୍ତର ରମାରମଣ ମହାନ୍ତିଙ୍କୁ ନିଯୁକ୍ତି ମିଳିଛି। ଡିଏମଇଟି ଡାକ୍ତର ସିବିକେ ମହାନ୍ତି ଆସନ୍ତା ୩୧ ତାରିଖରେ ଚାକିରିରୁ ଅବସର ନେଉଥିବାରୁ ତାଙ୍କ ସ୍ଥାନରେ ରମାରମଣଙ୍କୁ ନିଯୁକ୍ତି ମିଳିଛି।
ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆଜି ଜାରି ବିଜ୍ଞପ୍ତି ଅନୁସାରେ, ବାରିପଦାସ୍ଥି ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ଇନଚାର୍ଜ ପ୍ରିନ୍ସିପାଲ ପ୍ରଫେସର ଡାକ୍ତର ରମାରମଣ ମହାନ୍ତିଙ୍କୁ ରାଜ୍ୟ ଡିଏମଇଟି ଭାବେ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ସେ ୩୧ତାରିଖ ଅପରାହ୍ନରୁ ଏହି ଦାୟିତ୍ୱ ତୁଲାଇବେ।
ସୂଚନାଯୋଗ୍ୟ, ଡାକ୍ତର ସିବିକେ ମହାନ୍ତି ୨୦୧୯ ନଭେମ୍ବର ୪ତାରିଖରେ ରାଜ୍ୟ ଡିଏମଇଟି ଭାବେ ନିଯୁକ୍ତି ପାଇଥିଲେ। ଆସନ୍ତା ୩୧ତାରିଖରେ ସେ ସରକାରୀ ଚାକିରିରୁ ଅବସର ନେବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଗତକାଲି ରାତିରେ କେହି ନ ଥିବା ବେଳେ ଉତ୍କଳିକା ନିଜ ରୁମ୍ରେ ଥିବା ଫ୍ୟାନ୍ରେ ବେକରେ ଓଢଣୀ ଲଗାଇ ଝୁଲି ପଡ଼ିଥିଲେ।
Miscellaneous
ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ, ଆଜି ‘ଆୟୁଷ୍ମାନ୍’ MOU
ରାଜ୍ୟରେ ଖୁବ୍ ଶୀଘ୍ର ଲାଗୁ ହେବ ଆୟୁଷ୍ମାନ ଭାରତ। ଏଥିପାଇଁ ଆଜି ଦିଲ୍ଲୀ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଇ ମହାଲିଙ୍ଗ।
Crime
ନଦୀରେ ଭାସୁଛି ଯୁବକଙ୍କ ମୃତଦେହ, ଦୁଇ ଦିନ ହେଲା ନିଖୋଜ ଥିଲେ
ଯୁବକଜଣକ ଦୁଇ ଦିନ ତଳେ ନିଖୋଜ ହୋଇ ଯାଇଥିବା ବେଳେ ଆଜି ତାଙ୍କ ମୃତଦେହ ନଦୀରେ ଭାସୁଥିବା ଦେଖିବାକୁ ମିଳିଛି।
Events & Festivals
ଗଙ୍ଗା ସାଗର ମେଳା ଆରମ୍ଭ, ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ
ଉତ୍ତରପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭ ମେଳା ଆରମ୍ଭ ହୋଇଥିବା ବେଳେ ପଶ୍ଚିମବଙ୍ଗ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲା ସାଗରଦୀପ ଗଙ୍ଗା ଓ ସାଗର ସଙ୍ଗମ ସ୍ଥଳରେ ଆରମ୍ଭ ହୋଇଛି ଗଙ୍ଗା ସାଗର ମେଳା ।
Events & Festivals
ଆଜି ପୌଷ ପୂର୍ଣ୍ଣିମା, ସୁନା ବେଶରେ ଦର୍ଶନ ଦେବେ ଶ୍ରୀଜିଉ
ଆଜି ପୌଷ ପୂର୍ଣ୍ଣିମା । ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ସୁନା ବେଶ ବା ରାଜ ରାଜେଶ୍ୱର ବେଶରେ ବିଭୂଷିତ ହେବେ।